Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1.

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1. ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା 
ଆଗାମୀ ନିର୍ବାଚନ ପାଇ ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ଓ ୯ ଜଣ ସାଂସଦ ପ୍ରାର୍ଥୀ ଘୋଷଣା କରିଛି।  ମୁଖ୍ୟମନ୍ତ୍ରୀ  ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି  ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୭୨ଟି ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏକ ଭିଡିଓ ବାର୍ତ୍ତାରେ  ଶ୍ରୀ ପଟ୍ଟନାୟକ ଏହି ସୂଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି।

H2. ସମ୍ବଲପୁରରୁ ଲଢିବେ ପ୍ରଣବ
ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ପ୍ରଣବଙ୍କ ପ୍ରାର୍ଥିତ୍ୱକୁ ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେହିପରି କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମରାଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟ ହିକ୍କକା, ଆସ୍କାରୁ ରଞ୍ଜିତା ସାହୁ ପ୍ରାର୍ଥୀ ହୋଇଛନ୍ତି।

H3. ବିଜେଡିରେ ଯୋଗଦେବା ପରେ ପ୍ରାର୍ଥୀ ହେଲେ ମନ୍ମଥ
ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ତାଙ୍କ ଯୋଗଦାନ ଲାଗି ଶଙ୍ଖ ଭବନରେ ଏକ ଉତ୍ସବ ଆୟୋଜନ ହୋଇଥିଲା, ଯେଉଁଥିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବିଜଦରେ ଯୋଗଦେବା ପରେ ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ ଘୋଷଣା କରିଛି। 

H4. ଇସ୍ତଫା ଦେଲେ ସୁର
କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ। ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି। ଏକ ଚିଠି ଲେଖି ସୁର କହିଛନ୍ତି, ''ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲା। ଏହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି। ଏଣୁ ବିବେକ ଦୃଷ୍ଟିରୁ ସମସ୍ତ କମିଟି ଇସ୍ତଫା ଦେଉଥିବା କହିଛନ୍ତି ସୁର। ସମସ୍ତ କମିଟିରୁ ଇସ୍ତଫା ଦେଲେ ମଧ୍ୟ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁର। ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି। ମୋ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି କହିଛନ୍ତି ସୁର।

H5. ବିଜେଡ଼ିକୁ କଟାକ୍ଷ କଲେ ଅପରାଜିତା
ଦିଲ୍ଲୀରୁ ଫେରି ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ପ୍ରାର୍ଥୀ ବଦଳାଇବା ଚର୍ଚ୍ଚା ପ୍ରସଙ୍ଗରେ ସେ କହିଛନ୍ତି, 'ଯୋ ଡର ଗୟା ୱ ମର ଗୟା'। ଅପରାଜିତା କହିଛନ୍ତି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେଡି ଚୟନ କରିଥିବା ଚର୍ଚ୍ଚା ହେଉଥିଲା। ଏମିତିକି ସଂପୃକ୍ତ ମହିଳା ବି ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସଂପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ  ବିଜେଡି କରିଛି। 

H6. ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ
ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ। ମୃତାହତ ହୋଇଥିବା ୬ ନକ୍ସଲଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାଯାଇଛି। ଛତିଶଗଡ଼ ବିଜାପୁର ଜିଲ୍ଲା ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ନକ୍ସଲଙ୍କ ଏନକାଉଣ୍ଟରରେ ୬ ନକ୍ସଲ ଟଳି ପଡ଼ିଛନ୍ତି। ଛତିଶଗଡ଼ରେ ଚିପୁରଭାଟି-ପୁସବାକା ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନରେ DRG, CRPF ଓ କୋବ୍ରା କମାଣ୍ଡୋ ସାମିଲ ହୋଇଥିଲେ। ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରୁ ନକ୍ସଲମାନେ ଫାୟାରିଂ କରିଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।

H7. ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ସେ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। AAP ଦାବି କରିଛି ଯେ ସେ ମଧୁମେହ ରୋଗୀ ହୋଇଥିବାରୁ ତାଙ୍କର ସୁଗାର ଲେବଲରେ ପରିବର୍ତ୍ତନ ହୋଇଛି। ତାଙ୍କର ସୁଗାର ଲେବଲ ୪୬କୁ ଖସି ଆସିଛି। ସୁଗାର ଲେବଲ ଏତେ କମ୍ ହେବା ଅତ୍ୟନ୍ତ ବିପଜ୍ଜନକ ବୋଲି ଡାକ୍ତରମାନେ କହିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ସୁନୀତା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ସେ କହିଥିଲେ ଯେ ଅରବିନ୍ଦ ଜୀ ଜଣେ ପ୍ରକୃତ ଦେଶପ୍ରେମୀ, ନିର୍ଭୀକ ଓ ସାହସୀ ବ୍ୟକ୍ତି। ତାଙ୍କର ଦୀର୍ଘ ଜୀବନ, ​​ସ୍ୱାସ୍ଥ୍ୟ ଓ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ସେ କହିଛନ୍ତି ଯେ ମୋର ଶରୀର ଜେଲରେ ଅଛି, କିନ୍ତୁ ମୋର ଆତ୍ମା ​​ଆପଣମାନଙ୍କ ମଧ୍ୟରେ ଅଛି। ଯଦି ଆପଣ ଆଖି ବନ୍ଦ କର, ତେବେ ଆପଣ ମୋତେ ଆପଣଙ୍କ ଚାରିପାଖରେ ଅନୁଭବ କରିବ।

H8. OSRTC ଧକ୍କାରେ ଦୁଇ ମୃତ
ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା OSRTC ବସ୍‌। ଦୁର୍ଘଟଣାରେ ୨ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ସୋନପୁର ରାସ୍ତାର ଭଦ୍ରାପାଲି ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟଙ୍କର ପରିଚୟ ମିଳିନାହିଁ। ଆଜି ଭୋର ସମୟରେ OSRTC ବସ୍‌ଟି ଫୁଲବାଣୀରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଭଦ୍ରାପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା।

H9 ମହୁଆଙ୍କୁ ଇଡିର ସମନ
ଟିଏମସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଏବେ ଉଭୟଙ୍କୁ ୨୮ ତାରିଖରେ ହାଜର ହେବାକୁ ସମନ କରାଯାଇଛି। ଫେମା ଅଧୀନରେ ଇଡି ମହୁଆ ଓ ଦର୍ଶନଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ସେମାନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

H10. SRH vs MI IPL 2024 updates: 
ଆଇପିଏଲ୍ ୨୦୨୪ ର ଅଷ୍ଟମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଏପର୍ଯ୍ୟନ୍ତ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲି ନାହାଁନ୍ତି। ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।