BJP Leader Varun Gandhi: ଏହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା ବିଜେପି; ହେଲେ କାହିଁକି ମନା କରିଦେଲେ ବରୁଣ ଗାନ୍ଧୀ?
Advertisement
Article Detail0/zeeodisha/odisha2225992

BJP Leader Varun Gandhi: ଏହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା ବିଜେପି; ହେଲେ କାହିଁକି ମନା କରିଦେଲେ ବରୁଣ ଗାନ୍ଧୀ?

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶର ପିଲିଭିତ ବଦଳରେ ଅନ୍ୟ ଆସନରେ ବରୁଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା।

BJP Leader Varun Gandhi: ଏହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା ବିଜେପି; ହେଲେ କାହିଁକି ମନା କରିଦେଲେ ବରୁଣ ଗାନ୍ଧୀ?

Rae Bareli Lok Sabha Seat UP: ବିଜେପି ଅସନ୍ତୁଷ୍ଟ ରହିଥିବା ଦଳୀୟ ବରୁଣ ଗାନ୍ଧୀ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଗାନ୍ଧୀ-ନେହେରୁ ପରିବାରର ପାରମ୍ପାରିକ ଗଡ଼ ରାଏବରେଲି ଆସନ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ବରୁଣ ଗାନ୍ଧୀ ଦଳ ପକ୍ଷରୁ ଦିଆୟାଇଥିବା ପ୍ରସ୍ତାବକୁ ମନା କରିଦେଇଛନ୍ତି। ଯେଉଁ ଆସନର ସାଂସଦ ଏବେ ସୋନିଆ ଗାନ୍ଧୀ ଅଛନ୍ତି। ଏଥର ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ସହ ବରୁଣ ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିବାର କୁହାଯାଏ। ଏଭଳି ପରିସ୍ଥିତିରେ ପରିବାରରେ ଏକତା ବଜାୟ ରଖିବା ପାଇଁ ବରୁଣ ଗାନ୍ଧୀ  ରାଏବରେଲି ଆସନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଉଚିତ୍ ବୋଲି ବିବେଚନା କରିଛନ୍ତି।

ବିଜେପି ନେତା ବରୁଣ ଗାନ୍ଧୀ ଏବେ ପିଲିଭିତ ଲୋକସଭା ଆସନର ସାଂସଦ ଅଛନ୍ତି। ସେଠାରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି। ହେଲେ ଏଥର ଦଳ ବିନା କାରଣରେ ତାଙ୍କ ଟିକେଟ କାଟି ଦେଇଛି। ଏପରିକି ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ ଘୋଷଣା କରି ନାହିଁ। ଯଦିଓ ତାଙ୍କ ଦଳ ତାଙ୍କ ମାଆ ମନେକା ଗାନ୍ଧୀଙ୍କୁ ଟିକେଟ ଦେଇଛନ୍ତି। ଦଳର ଏହି ନିଷ୍ପତ୍ତି ପରେ ବରୁଣ ଗାନ୍ଧୀ ଚୁପ୍ ଅଛନ୍ତି। ଯାହା ତାଙ୍କର ଅସନ୍ତୋଷକୁ ଦର୍ଶାଉଛି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ବିଜେପି ଏଠାରୁ ବରୁଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିଲା। ଏଥିପାଇଁ ରାଏବରେଲି ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ଦଳୀୟ ନେତାଙ୍କ ମାଧ୍ୟମରେ ବରୁଣ ଗାନ୍ଧୀଙ୍କୁ ବାର୍ତ୍ତା ପଠାଯାଇଥିଲା। ବିଜେପି ରାଏବରେଲି ଆସନରେ ଗାନ୍ଧୀ ବନାମ ଗାନ୍ଧୀ ନିର୍ବାଚନ କରିବାକୁ ଚାହୁଁଥିଲା। ହେଲେ ବରୁଣ ଗାନ୍ଧୀ ଦଳର ଏହି ଯୋଜନାକୁ ପସନ୍ଦ କରୁନଥିଲେ। ସେ ତାଙ୍କ ପାଖରୁ ଏହି ପ୍ରସ୍ତାବ ନେଇ ଆସିଥିବା ନେତାଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ।

ମୋଦୀ ସରକାରରେ ପୁନରୁତ୍ଥାନ ପାଇଁ ବରୁଣ ଗାନ୍ଧୀ ଆଶାବାଦୀ ଥିଲେ। ହେଲେ ତାଙ୍କ ଆଶା ପୂରଣ ହେଲା ନାହିଁ। ମୋଦୀ ସରକାରଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଥରେ ହେଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳିଲା ନାହିଁ। ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବାର ଚର୍ଚ୍ଚା ହେଉଥିଲା। ଯଦିଓ ତାଙ୍କ ମାଆ ମାନେକା ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ର ପଦ ମିଳିଥିଲା। ଏହି ଉଦାସୀନତାକୁ ନେଇ ହତାଶ ହୋଇଥିବା ବରୁଣ ଗାନ୍ଧୀ ବିଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିଲେ। ତାଙ୍କର ଏପରି ଆଭିମୁଖ୍ୟକୁ ନେଇ ଦଳର ବରିଷ୍ଠ ନେତା ଅସହଜ ଅନୁଭବ କରୁଥିଲେ। ଯେତେବେଳେ ଟିକେଟ୍ ବଣ୍ଟନ କରିବାର ସମୟ ଆସିଲା, ସେତବେଳେ ତାଙ୍କୁ ଦଳୀୟ ଟିକେଟ ମିଳିଲା ନାହିଁ।

ଆରମ୍ଭରୁ ରାଏବରେଲି ଆସନ କଂଗ୍ରେସ ଦଳର ପାରମ୍ପରିକ ଗଡ଼ ହୋଇ ରହିଆସଛି। ବିଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ଜିତିପାରି ନାହିଁ। ବିଜେପି ଏହି ଆସନରୁ ଏପରି ଜଣେ ପ୍ରାର୍ଥୀ ଖୋଜୁଥିଲା ଯିଏ ଏଠାରେ ଗାନ୍ଧୀ ପରିବାରର ପ୍ରାଧାନ୍ୟ ଭାଙ୍ଗିପାରେବେ। ଏନେଇ ଦଳ ଏକ ଆଭ୍ୟନ୍ତରୀଣ ସର୍ଭେ କରିଥିଲା।  ଦଳୀୟ ନେତା ଦୀନେଶ ସିଂହ, ବ୍ରଜେଶ ପଠକ ଏବଂ ବିନୟ କଟିୟାରଙ୍କ ସମେତ ଅନେକ ସମ୍ଭାବ୍ୟ ନେତାଙ୍କ ପ୍ରାର୍ଥୀତ୍ୱକୁ ବିଚାର କରାଯାଇଥିଲା। ହେଲେ ଏହି ଆସନ କିଏ କଂଗ୍ରେସ ପାଖରୁ ଛଡ଼ାଇ ଆଣିପାରିବ ସେନେଇ କୌଣସି ନେତା ପାଇଲା ନାହିଁ ବିଜେପି। ଏହା ପରେ ବାଧ୍ୟ ବାଧକତାରେ ବରୁଣ ଗାନ୍ଧୀଙ୍କ ନାମରେ  ସହମତି ହୋଇଥିଲା। ହେଲେ ବରୁଣ ଗାନ୍ଧୀ ଦଳର ଏହି ଯୋଜନାକୁ ପସନ୍ଦ କରିନଥିଲେ। 

ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ବରୁଣ ଗାନ୍ଧୀ ବିଜେପି ଦଳରେ ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି। ସେ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ରାଜନୈତିକ ବିକଳ୍ପ ଖୋଜୁଛନ୍ତି। ତାଙ୍କର ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଭବିଷ୍ୟତରେ ଯଦି କେବେ ତାଙ୍କୁ କଂଗ୍ରେସ ଦଳକୁ ଫେରିବାକୁ ପଡି଼ପାରେ ବୋଲି ବରୁଣ ଗାନ୍ଧୀ ଭଲ ଭାବେ ଜାଣିଛନ୍ତି। ଏଭଳି ପରିସ୍ଥିତିରେ ଯଦି ସେ ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିନ୍ତି, ତାହେଲେ କଂଗ୍ରେସ ପ୍ରବେଶ ଦ୍ୱାର ଖୋଲିବା ପୂର୍ବରୁ ତାଙ୍କ ପାଇଁ ବନ୍ଦ ହୋଇପାରେ। ସେ ଆଗକୁ ଚିନ୍ତା କରି ସେ ରାଏବରେଲି ଆସନରେ ବିଜେପି ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି। ଯାହାଫଳରେ ଭବିଷ୍ୟତରେ ରାସ୍ତା ତାଙ୍କ ପାଇଁ ଖୋଲା ରହିବ।