Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2147693

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Vande Bharat Express: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡି଼ଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ (Vande Bharat Express)। ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm narendra modi) ଭିଡିଓ କନଫରେସିଂ ଯୋଗେ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର (Bhubaneswar To Vishakapatnam Vande Bharat Express) ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। 

H2-Mo Bus: ଏ-ଣିକି ଯାତ୍ରା ହେବ ଆହୁରି ସହଜ।  କାହିଁକିନା ଆଜିଠୁ ଆଉ ଦୁଇ ଜିଲ୍ଲାରେ ଗଡ଼ିବ 'ମୋ ବସ୍' (Mo Bus)। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  (Cm Naveen Patnaik)ସମ୍ବଲପୁର୍ ଜିଲ୍ଲାରେ ମୋ ବସ୍ ସେବାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ  'ମୋ ବସ୍' ଗୁଡି଼କ ସମ୍ବଲପୁରରେ ପହଞ୍ଚି ସାରିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ସହରରେ 'ମୋ ବସ୍' ର ଟ୍ରାଏଲ ରନ ମଧ୍ୟ ଶେଷ ହୋଇଛି।

H3-Weather Update: ରାଜ୍ୟରେ ଏବେ ଗୁରୁଚାପ ବଳୟ ସକ୍ରିୟ ରହିଛି।  ଯାହାର ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ  ବର୍ଷା ରେକର୍ଡ଼ ହୋଇଛି। ୧୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ରୁ ରାଜ୍ୟରେ ତାତି ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre)ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

H4-Screening Committee Meeting: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏନେଇ ତିନି ପ୍ରମୁଖ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଏନେଇ ଦିଲ୍ଲୀରେ ଆଜି କଂଗ୍ରେସ ସ୍କ୍ରିନିଂ କମିଟିର ବୈଠକ ବସିବ। ବୈଠକରେ ସାମିଲ ହେବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିଛନ୍ତି । ପିସିସି ସଭାପତିଙ୍କ ସମେତ କଂଗ୍ରେସ ପ୍ରଭାରୀ ଅଜୟ କୁମାର ବୈଠକରେ ସାମିଲ ହେବେ । 

H5-Congress Candidates List 2024: ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ୭ ମାର୍ଚ୍ଚରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବଡ଼ ନାମ ସ୍ଥିର କରାଯାଇଥିଲା। ଶୁକ୍ରବାର ଦିନ (୮ ମାର୍ଚ୍ଚ) ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି କଂଗ୍ରେସ ଏହାକୁ ଅନୁମୋଦନ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି।

H6-PM Modi arrives in Assam on 2-day visit:  ଦୁଇ ଦିନିଆ ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଆସାମବାସୀ । ଆଜି ଆସାମରେ ୧୮ ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାସହ  ଜୋରହାଟରେ ଆହୋମ ସେନା କମାଣ୍ଡର ଲଚିତ୍‌ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦି ।

H7-LPG Cylinder Price Reduced: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ(PM Narendra Modi) ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ସରକାର ନେଇଥିବା ଏହି ନିଷ୍ପତ୍ତିରୁ ଦେଶର କୋଟି କୋଟି ପରିବାର ଉପକୃତ ହେବେ।

H8-Mahashivaratri 2024: ପବିତ୍ର ମହାଶିବରାତ୍ରୀରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୪ଟାରେ ଉଠିଲା ମହାଦୀପ । ତେବେ ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତି କାନ୍ତି ସୁରୁଖୁରୁରେ ହୋଇଛି। ତେବେ ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ରୁ ଦ୍ବାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୨ଟାରୁ ସର୍ବସାଧାରଣ ଦର୍ଶନ,ପରେ ଅବକାଶ, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା।

H9-Mahashivaratri 2024 In Lingraj Temple: ଭୁବନେଶ୍ବର ସ୍ଥିତି  ଲିଙ୍ଗରାଜ୍ ମନ୍ଦିରରେ  ରାତି ୧୦ଟା ୧୭ ମିନିଟରେ ଉଠିଛି ମହାଦୀପ । ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ।  ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର। 

H10-Actress Death: ପରଲୋକରେ ଅଭିନେତ୍ରୀ ଡଲି ସୋହି। ‘ଝନକ୍’ ଏବଂ ‘ଭାବି’ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହି ୮ ତାରିଖରେ ପ୍ରାଣ ତ୍ୟାଗ କରିଛନ୍ତି । ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଡଲି। ଡଲି ସୋହି(Dolly Sohi) ସୋହିଙ୍କ ମୃତ୍ୟୁର ଖବର ଭାଇ ମନପ୍ରୀତ୍ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି । ଅଭିନେତ୍ରୀ ୬ ମାସ ତଳେ ସର୍ଭାଇକାଲ କ୍ୟାନସର୍‌(Cervical cancer)ରେ ପୀଡ଼ିତ ଥିବା ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କର ଚିକିତ୍ସା ହେଉଥିଲେ।