Top 10 News: ଭରତପୁର ଥାନା ମାମଲାକୁ ସାରା ଦେଶରେ ଚର୍ଚ୍ଚା, ସୁପ୍ରିମକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2439492

Top 10 News: ଭରତପୁର ଥାନା ମାମଲାକୁ ସାରା ଦେଶରେ ଚର୍ଚ୍ଚା, ସୁପ୍ରିମକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସରକାର ଏ ବିଷୟକୁ ନେଇ ସଚେତନ ଅଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 19 September 2024

Top 10 News Headlines 20 September 2024: H1. CM Majhi On Bharatpur PS Case: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏ ବିଷୟକୁ ନେଇ ସଚେତନ ଅଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ତାଦିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ଏବଂ ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

H2. Darshan at Puri Jagannath Temple to be restricted: ଆସନ୍ତା କାଲିଠାରୁ ତିନିଦିନ ଯାଏ ଅପରାହ୍ଣରେ ଶ୍ରୀ ଜଗନ୍ନାଥଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁଣିଥରେ ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେବ।  ଅପରାହ୍ଣ ୨ଟାରୁ ଏହି ସର୍ବେକ୍ଷଣ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ତାହା ଚାଲିବ।  ନିର୍ଦ୍ଧାରିତ ରୀତି ନୀତିକୁ ମଧ୍ୟ ସେହି ସମୟ ଯେମିତି ବାଧାର ନପାଇବ ସେଥିଲାଗି ବ୍ୟବସ୍ଥା କରାଯାଇଛି। 

H3. Naveen Patnaik On Bharatpur PS Case: ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏହି ଘଟଣାକୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି। ଓଡି଼ଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି।

H4. Deputy CM Pravati Parida met Bharatpur PS Case Vicitm: ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଏମ୍ସରେ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତଙ୍କୁ ଭେଟି ପୂରା ଘଟଣା ବିଷୟରେ ଶୁଣିବା ସହ ଡିସିପିଙ୍କ ସହ ଆଲୋଚନା କରି ଏହା ଉପରେ ହୋଇଥିବା ତଦନ୍ତ ସମ୍ପର୍କରେ ବୁଝିଛନ୍ତି ।

H5. Chief Engineer in Odisha Vigilance net: ଗ୍ରାମ ଉନ୍ନୟନ ବିଭାଗର ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ଏନ୍‍ଭି ହରିହର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳେ ତାଙ୍କ ଆଫିସ ଓ ସରକାରୀ ବାବସଭବନ ସମେତ ରାଜ୍ୟର ୧୧ଟି ସ୍ଥାନରେ ଚଢ଼ଉ କରାଯାଉଛି। ଏହି କାର୍ଯ୍ୟରେ ୧୧ଜଣ ଡିଏସ୍‍ପି, ୭ ଜଣ ଇନ୍ସପେକ୍ଟର ଏବଂ ୧୧ ସବ୍‍ଇନ୍ସପେକ୍ଟର ସାମିଲ୍‍ ରହିଛନ୍ତି।

H6. Kashmir road accident BSF jawan died: ଆଜି ଜମ୍ମୁ କାଶ୍ମୀରର ବୁଦ୍ଧଗାମ ଜିଲ୍ଲାରେ ସୀମା ସୁରକ୍ଷା ବଳର (ବିଏସ୍ଏଫ୍) ଏକ ବସ୍ ଖାଲରେ ଖସିପଡିଥିଲା। ଯାହାଫଳରେ ଚାରିଜଣ ଯବାନ ସହିଦ ହୋଇଥିବେଳେ ଅନେକ ଯବାନ ଆହତ ହୋଇଛନ୍ତି।

H7. FIR against Rahul Gandhi: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମସ୍ୟା ବୃଦ୍ଧି ପାଇଛି। ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଏକ ମାମଲା ପୋଲିସ ନିକଟରେ ପହଞ୍ଚିଛି। କହିରଖୁଛୁ ଯେ ବିରୋଧୀଦଳର ନେତା ଗାନ୍ଧୀ ଆମେରିକାର ଶିଖ ସମ୍ପ୍ରଦାୟ ବିରୋଧରେ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ବିଜେପି ଟାର୍ଗେଟ୍ କରିଛି। ଅନ୍ୟପଟେ ମଧ୍ୟପ୍ରଦେଶ ବିଜେପି ରାହୁଲଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

H8. Supreme Court's Youtube Channel Hacked: ଭାରତର ସୁପ୍ରିମକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲକୁ ହ୍ୟାକ୍ କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ସ୍ଥାନରେ ଚ୍ୟାନେଲରେ ରିପଲ୍ ନାମକ ଏକ ଚ୍ୟାନେଲ ଦୃଶ୍ୟମାନ ହେଉଛି। ସୁପ୍ରିମକୋର୍ଟ ସହ ଜଡିତ ଭିଡିଓଗୁଡିକ ଏହି ଚ୍ୟାନେଲରେ ଦେଖାଯାଉଥିବାବେଳେ ବର୍ତ୍ତମାନ କ୍ରିପ୍ଟୋକରେନ୍ସି ସହ ଜଡିତ ଭିଡିଓ ସମଗ୍ର ଚ୍ୟାନେଲରେ ଦେଖାଯାଉଛି।

H9. Israel Lebanon war: ଇସ୍ରାଏଲ ପୁଣି ଥରେ ଲିବାନୋନରେ ଆତଙ୍କ ସୃଷ୍ଟି କରିଛି। ରାଜଧାନୀ ବେରୁଟରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଅତି କମରେ ୫୯ ଜଣ ଆହତ ହୋଇଥିବାବେଳେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ହିଜବୁଲର ବରିଷ୍ଠ କମାଣ୍ଡର ଇବ୍ରାହିମ ଅକିଲଙ୍କୁ ହତ୍ୟା କରାଯାଇଛି। ସେ ହିଜବୁଲର ରାଡୱାନ ୟୁନିଟର ମୁଖ୍ୟ ଥିଲେ। ଏହାପୂର୍ବରୁ ହିଜବୁଲ ଉତ୍ତର ଇସ୍ରାଏଲ ଉପରେ ଅନେକ ରକେଟ ମାଡ କରିଥିଲା ଏବଂ ପରେ ଇସ୍ରାଏଲ ଏହି ଆକ୍ରମଣ କରିଥିଲେ।

H10. IND vs BAN 1st Test 2nd Day: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୩୦୮ ରନରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ଭାରତ ୩୭୬ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଇନିଂସରେ ଦଳ ୩ ୱିକେଟ୍ ହରାଇ ୮୧ ରନ୍ ସଂଗ୍ରହ କରିଛି। ପ୍ରଥମ ଇନିଂସରେ ବାଂଲାଦେଶ ଦଳ ୧୪୯ ରନ୍ ସ୍କୋର କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।