Advertisement
Photo Details/zeeodisha/odisha2439519
photoDetails0hindi

Lucky Zodiac Sign: ସେପ୍ଟେମ୍ୱର ୨୧ରେ ଶଶା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 September 2024: ବୈଦିକ ଜ୍ୟୋତିଷ ଅନୁଯାୟୀ, ୨୧ ସେପ୍ଟେମ୍ୱର ଶନିବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ ଟି ରାଶିର ବ୍ୟକ୍ତିକୁ ଅତ୍ୟନ୍ତ ଶୁଭଫଳ ମିଳିବ ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ନିଜ ଭିତରେ ଆତ୍ମବିଶ୍ୱାସର ବୃଦ୍ଧି ଦେଖିବେ । ପ୍ରତ୍ୟକ କାର୍ଯ୍ୟ ସହଜରେ ସମାପ୍ତ ହେବ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି । ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ପୂର୍ବରୁ ଆପଣ କରିଥିବା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି । ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ । ସହକର୍ମୀଙ୍କ ସାହାଯ୍ୟ କର୍ମକ୍ଷେତ୍ରରେ ମିଳିବ । ବ୍ୟବସାୟୀମାନେ ଭଲ ଲାଭ କରିବେ । ଆପଣ ପ୍ରତ୍ୟେକ ପଦକ୍ଷେପରେ ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ପାଇବେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ । ବୈଦ୍ଧିକ କ୍ଷମତା ବୃଦ୍ଧି ପାଇବା କାରଣରୁ ଜୀବନର ସମସ୍ତ କ୍ଷେତ୍ରରେ ଲାଭ ପାଇବେ । ଶନି ଦେବଙ୍କ କୃପାରୁ ଜୀବନରେ ଚାଲିଥିବା ସବୁ ଚିନ୍ତାରୁ ମୁକ୍ତି ପାଇବେ । ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାର କରିବାର ସୁଯୋଗ ପାଇବେ । ଏଥିସହ ବ୍ୟବସାୟରେ ବହୁତ ଟଙ୍କା ରୋଜଗାର କରିବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ । ସହକର୍ମୀ ସୃଷ୍ଟି କରୁଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ । ପିଲାମାନଙ୍କର ଭବିଷ୍ୟତକୁ ଧ୍ୟାନରେ ରଖି ଆପଣ ଟଙ୍କା ବିନିଯୋଗ କରିବେ । ଏକାଧିକ ଉତ୍ସରୁ ଟଙ୍କା ରୋଜଗାର କରିପାରନ୍ତି । ପରିବାରର ସମସ୍ତ ଆବଶ୍ୟକତା ସହଜରେ ପୂରଣ କରିବାରେ ସକ୍ଷମ ହେବେ ।

3/5

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ପିତାଙ୍କ ସାହାଯ୍ୟରେ ଭଲ ଆର୍ଥିକ ଲାଭ କରିବାର ସମ୍ଭାବନା ରହିଛି । ପ୍ରେମ ଜୀବନରେ ଆପଣଙ୍କ ଭଲ ପାଇବାକୁ ପରିବାର ସଦସ୍ୟ ଗ୍ରହଣ କରିପାରନ୍ତି । ଶୀଘ୍ର ବିବାହ ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ବଡ ଅର୍ଡର ପାଇବା ସମ୍ଭାବନା ଅଛି । ଆର୍ଥିକ ସ୍ଥିତିକୁ ସୁଦୃଢ ହେବ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ମିଳିବ । ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ଥିଲେ ତାହାର ସମାଧାନ ହେବ । ପଡୋଶୀଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

4/5

ଧନୁ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଶେଷ ହେବାର ସମ୍ଭାବନା ଅଛି । ଆର୍ଥିକ ଅବସ୍ଥା ଭଲ ରହିବ । ଅନ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ କରିବାରେ ସକ୍ଷମ ହେବେ । ନବ ବିବାହିତଙ୍କ ଘରକୁ ଅତିଥି ଆସିପାରନ୍ତି । ଉଭୟ ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ପାଇବେ । କର୍ମକ୍ଷେତ୍ରରେ ନିଜ ପସନ୍ଦ ଅନୁଯାୟୀ କାମ କରିବାର ସୁଯୋଗ ମିଳିବ । ଜୀବନସାଥୀଙ୍କ ସହ କୌଣସି ମତଭେଦ ଥିଲେ ବାର୍ତ୍ତାଳାପ ମାଧ୍ୟମରେ ସମାଧାନ ହେବ । ସନ୍ଧ୍ୟାରେ କିଛି ସମ୍ପର୍କୀୟଙ୍କୁ ଦେଖା କରିବାର ସୁଯୋଗ ପାଇବେ ।

5/5

ମୀନ ରାଶି

ଆପଣଙ୍କ ପାଇଁ ଏକ ସକାରାତ୍ମକ ଦିନ । ପ୍ରତ୍ୟେକ କାର୍ଯ୍ୟରେ ନିଜ ଭାଇ ଓ ଭଉଣୀମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଜଣେ ସରକାରୀ ଅଧିକାରୀଙ୍କଠାରୁ ଆପଣ ଲାଭ ପାଇ ପାରନ୍ତି । କାମ ଠିକ୍ ସମୟରେ ସମାପ୍ତ କରିବାରେ ସକ୍ଷମ ହେବେ । ମନ ମଧ୍ୟ ଖୁସି ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀଙ୍କୁ ଭଲ ଫଳାଫଳ ମିଳିବ । ଉଚ୍ଚଶିକ୍ଷା କରିବାର ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଭଲ ଲାଭ ପାଇବେ । ଅନ୍ୟ କିଛି ବ୍ୟବସାୟରେ ବିନିଯୋଗ କରିବାକୁ ଯୋଜନା କରିବେ । ଘରେ ସୁସ୍ୱାଦୁ ଭୋଜନକୁ ଉପଭୋଗ କରିବେ । ସନ୍ଧ୍ୟାରେ ଆପଣ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।