Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2195783

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.Tata Firm Launches Earth Observation Satellite : ଦେଶର ପ୍ରଥମ ଘରୋଇ ଉପଗ୍ରହ ସ୍ଥାପନ କରିଛି ଟାଟା। ଏହାର ନାଁ ରହିଛି ଟିସାଟ-୧ ଏ। ଏହା ଏକ ପୃଥିବୀ ପ୍ରଦକ୍ଷଣ ଉପଗ୍ରହ। ଭାରତୀୟ ସେନା ବାହିନୀକୁ ଉଚ୍ଚ ମାନର ଫଟୋ ପ୍ରଦାନ ଏହାଦ୍ୱାରା ସମ୍ଭବ ହେବ। ଏହା ପୂର୍ବରୁ ଇସ୍ରୋ ମଧ୍ୟ ଆବଶ୍ୟକ ସୂଚନା ନିଜ ଦ୍ୱାରା ସ୍ଥିପିତ ଉପଗ୍ରହରୁ ପ୍ରଦାନ କରୁଥିଲା। କିନ୍ତୁ ଏହି ଉଚ୍ଚମାନର ଫଟୋ ଉତ୍ତଳନ ସମ୍ଭବ ହେଉ ନଥିଲା। 

2.Centre opposing woman joining Coast Guard: Supreme Court: ତଟରକ୍ଷୀ ବାହିନୀରେ ମଧ୍ୟ ସ୍ଥାୟୀ ମହିଳା କମିଶନ ରହିବ। ସ୍ଥଳ, ନୌ ଏବଂ ବାୟୁ ସେନାରେ ସ୍ଥାୟୀ କମିଶନ ପରେ ସୁପ୍ରିମକୋର୍ଟ ତଟରକ୍ଷୀ ବାହିନୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଯେଉଁ ଅଧିକାରୀମାନେ ୧୪ ବର୍ଷ ଚାକିରି ସମ୍ପୂର୍ଣ୍ଣ କରି ଡିସେମ୍ବର ୨୦୨୩ରେ ଅବସର ନେଇଛନ୍ତି ସେମାନଙ୍କୁ ପୁଣିଥରେ ଏହି ସ୍ଥାୟୀ କମିଶନରେ ନିଯୁକ୍ତି ପାଇଁ ସୁଯୋଗ ଦେବାକୁ କହିଛନ୍ତି। 

3.Vistara: ଗତ ସପ୍ତାହରେ ବିଳମ୍ବିତ ସେବା, ପାଇଲଟଙ୍କ ଅଭାବ ଆଦି ସମସ୍ୟାରେ ଉବୁଟୁବୁ ଥିବା ଭିସ୍ତାରା ଏବେ ନିଜର ବିମାନ ଚଳାଚଳରେ ଦୈନିକ ୨୦ରୁ ୩୦ ବିମାନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଖାଲି ସେତିକି ନୁହେଁ ବିମାନ ଭଡ଼ା ମଧ୍ୟ ୨୦-୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି। ଏହି ଗ୍ରୀଷ୍ମଋତୁରେ ଛୁଟି କାଟିବାକୁ ଉତ୍ସୁକ ବିମାନଯାତ୍ରୀଙ୍କୁ ଏହି ଭଡ଼ା ଅସନ୍ତୁଷ୍ଟ କରିପାରେ। 

4.Srimandir: ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିବା ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗକୁ ସ୍ଥାନାନଦ୍ତର କରାଯାଇଛି। ଶ୍ରୀମନ୍ଦିରରେ ଜଣେ ସ୍ଥାୟୀ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ଏହାକୁ କିନ୍ତୁ ବାରମ୍ବାର ସରକାର ଉଲ୍ଲଂଘନ କରୁଥିବାରୁ ତାହାକୁ ନେଇ ଉଦ୍‍ବେଗ ପ୍ରକାଶ ପାଇଛି। ଏପରିକି ସୁପ୍ରମ କୋର୍ଟ ମଧ୍ୟ ବାରମ୍ବାର ଏନେଇ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। 

5. Odisha News: ଦେଶର ତ୍ରୟୋଦଶ ବୃହତ ଅର୍ଥନୀତି ଭାବେ ମୁଣ୍ଡ ଟେକିଛି ଓଡ଼ିଶା। ଇଣ୍ଡିଆ ରେଟିଂସ୍‍ ପକ୍ଷରୁ ଜାରି ରହିପର୍ଟରେ ଏହା କୁହାଯାଇଛି।  ବିହାର, ପଞ୍ଜାବ, ଆସାମ ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ, ଗୋଆ, ତ୍ରିପୁରା, ସିକ୍କିମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲ୍ୟାଣ୍ଡ ଓ ମିଜୋରାମ୍ ଭଳି ରାଜ୍ୟ ଠୁ ଓଡ଼ିଶା ଆଗରେ ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ଅର୍ଥନୀତି ଆକାର ୯୩୭୦ କୋଟି ଡଲାର ହୋଇଥିବା ବେଳେ ମୁଣ୍ଡପିଛା ଆୟ ୧୮୭ ଡଲାର ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି।  

6.Latest Political News: ରାଜନୀତିକ ପରିସଂଖ୍ୟାନ ଅନୁଶୀଳନକାରୀ ପ୍ରଶାନ୍ତ କିଶୋର ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି। ଏପରିକି ଏହା ଏକ ନମ୍ବର ଦଳ ଭାବେ ମୁଣ୍ଡ ଟେକିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଖାଲି ସେତିକି ନୁହେଁ, ଦକ୍ଷିଣ ଏବଂ ପୂର୍ବ ରାଜ୍ୟଗୁଡ଼ିକରେ ଦଳ ଭଲ ପ୍ରଦର୍ଶନ କରିବ। ତେଲେଙ୍ଗାନାରେ ଦଳ ଶାସନ କରିପାରେ ନହେଲେ ବିରୋଧୀ ଦଳ ଆସନରେ ବସିବ। ତଥାପି ଦଳ ଲୋକସଭାରେ ୩୭୦  ଆସନ ପାର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର। 

7.Weather update: କାଳ ବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବ। ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ଝଡ଼  ହେବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୧ ତାରିଖ ଏହିଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଏବେ ତାପମାତ୍ରାରେ ବ୍ୟାପକ ହ୍ରାସ ଦେଖିବାକୁ ମିଳିଛି। 

8.dilip ray: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଉପରୁ ନିର୍ବାଚନ ଲଢ଼ିବା ନେଇ ଥିବା ପ୍ରତିବନ୍ଧକ ହଟିଛି। କୋଇଲା ଦୁର୍ନୀତି ମାମଲାରେ ତାଙ୍କ ଉପରେ ଅଙ୍କୁଶ ରହିଥିଲା। ଦିଲ୍ଲୀ ହାଇକୋର୍ଟ ସିବିଆଇ କୋର୍ଟଙ୍କ ଏହି ଆଦେଶ ଉପରେ ରୋକ ଲଗାଇବା ଯୋଗୁ ତାଙ୍କର ନିର୍ବାଚନ ଲଢ଼ିବା ବାଟ ଖୋଲିଛି। 

9. Olive ridley sea turtle: ଗହୀରମଥା ଅଭୟାରଣ୍ୟରେ ୩ ଲକ୍ଷ ଅଲିଭ୍‍ ରିଡ୍‍ଲି କଇଁଛ ଅଣ୍ଡାଦାନ ହୋଇଛି। ୧୬୦୮ଟି ମା’ କଇଁଛ ଏହି ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ମାତ୍ର ୬ ଦିନରେ ଏହି ବିଶାଳ ଅଣ୍ଡାଦାନ ଶେଷ ହୋଇଛି।  ଚଳିତ ବର୍ଷର ଏହା ଶେଷ ଅଣ୍ଡାଦାନ ବୋଲି ବିଭାଗ ଆକଳନ କରିଛି। 

10.Odisha News:ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ନୂଆ ଏସ୍‍ପି ନିଯୁକ୍ତ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ସୁପାରିସ କ୍ରମେ ୨୦୦୭ ବ୍ୟଚ୍‍ର ଏହି ଦୁଇ ଅଧିକାରୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ସୂଚନା ଅନୁସାରେ ଡିଆଜି ଅବିନାଶ କୁମାର ଖୋର୍ଦ୍‍ଧା ଜିଲ୍ଲାର ପୁଲିସ ଅଧୀକ୍ଷକ ହେବେ। ସେହିପରି ସାର୍ଥକ ଷଡ଼ଙ୍ଗୀ ହେବେ ବ୍ରହ୍ମପୁର ପୁଲିସ ଅଧୀକ୍ଷକ।