Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2194143

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢିନିଅନ୍ତୁ ସକାଳର ୧୦ ବଡ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. ସୁରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ
ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ ଜାରି। ନିକଟରେ ସୁରଙ୍କ ସାନ ପୁଅ ତଥା ବିଜେଡ଼ିର ଭୁବନେଶ୍ୱର ସଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବାର ଖବର ସାମ୍ନାକୁ ଆସିବା ପରେ ଏହି ନୋଟିସ ଜାରି ହୋଇଛି। କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ ଜାରି କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯିବ ନାହିଁ ବୋଲି ସେ ସମ୍ପର୍କରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ ନୋଟିସ ମାଧ୍ୟମରେ କୁହାଯାଇଛି। 

H2.ରାଜ୍ୟକୁ କାଳବୈଶାଖି ଆର୍ଲଟ
ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି। ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨ ଦିନ ଆଜି ଓ ଆସନ୍ତାକାଲି ରାଜ୍ୟର ୧୨ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ ରୁ ୪୦କିମି ବେଗରେ ପବନ ବୋହିବାର ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। 

H3. ପ୍ରଚାରକୁ ଓହ୍ଲାଇବେ ନବୀନ
ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳ ପକ୍ଷରୁ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଥିବାରୁ ପ୍ରଚାର ମୈଦାନରେ ଦୁଇଜଣ ମୁଖ୍ୟ ପ୍ରଚାରକ। ଜଣେ ହେଲେ ପୂର୍ବତନ ସଚିବ ତଥା ବର୍ତ୍ତମାନର ବିଜେଡି ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ ଏବଂ ଅନ୍ୟ ଜଣକ ହେଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ମୁହଁ ନବୀନ ପଟ୍ଟନାୟକ। ଅବଶ୍ୟ ଏବେ ଘୋଷିତ ପ୍ରାର୍ଥୀମାନେ ନିଜ ନିଜର ପତିଆରା ଦେଖାଇବା ତଥା ଲୋକସଭ୍ବର୍କ ଅଭିଯାନ ଆରମ୍ଭ କରିସାରିଲେଣି। ସ୍ଥାନୀୟ ଦେବାଳୟଠାରେ କିଏ ଆଶୀର୍ବାଦ ନେଉଛି ତ କିଏ ଇଫ୍‍ତାର ପାର୍ଟିରେ ମୁସ୍‍ଲିମ ସମ୍ପ୍ରଦାୟ ଭୋଟ୍‍ ଅକ୍ତିଆର କରିବାକୁ ଉଦ୍ୟମ କରିଲେଣି। ପୁଣି ପାର୍କ ଏବଂ ଚା’ ଖଟିରେ ଯୋଗ ଦେଇ ନିଜକୁ ପ୍ରାର୍ଥୀ ବୋଲି ପରିଚୟ ଦେଉଛନ୍ତି ଅନେକ ନେତା। ହେଲେ ଏସବୁ ସ୍ଥାନୀୟ ସ୍ତରର ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ଦଳଗୁଡ଼ିକ ଆଉ କିଛିଦିନ ପରେ ଆରମ୍ଭ କରିବାକୁ ଯାଉଛନ୍ତି ମେଗା ପ୍ରଚାର ଅଭିଯାନ। 

H4. ସରକାର ଜାରି କଲେ ଏକାଡେମିକ କ୍ୟାଲେଣ୍ଡର: ଜାଣନ୍ତୁ କେବେ ହେବ ନବମ ଦଶମ ଶ୍ରେଣୀ ପରୀକ୍ଷା 
ଜୁଲାଇ ମାସରୁ ଆରମ୍ଭ ହୋଇଯିବ ପରୀକ୍ଷା ଋତୁ। ଦ୍ୱିତୀୟ ସପ୍ତାହରେ ଦଶମ ଶ୍ରେଣୀ ଲାଗି ପ୍ରଥମ ଇଣ୍ଟରନାଲ୍‍ ଆସେସମେଣ୍ଟ ବା ସ୍କୁଲ୍ ପରୀକ୍ଷା ଅନୁଷ୍ଠିତ  ହେବ। ସେହିପରି ଜୁଲାଇ ତୃତୀୟ ସପ୍ତାହରେ ନବମ ଶ୍ରେଣୀ ପିଲାଙ୍କ ପ୍ରଥମ ସ୍କୁଲ୍‍ ପରୀକ୍ଷା ହେବ। ଦଶମ ଶ୍ରେଣୀ ଲାଗି ଦ୍ୱିତୀୟ ସ୍କୁଲ୍‍ ପରୀକ୍ଷା ଅଗଷ୍ଟ ଚତୁର୍ଥ ସପ୍ତାହ ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ତୃତୀୟ ଏବଂ ଜାନୁୟାରୀ ମାସରେ ଚତୁର୍ଥ ସ୍କୁଲ୍‍ ପରୀକ୍ଷା ଶେଷ କରିବାକୁ କାର୍ଯ୍ୟସୂଚୀରେ ଉଲ୍ଲଖ ରହିଛି। ଫବୃୟାରୀ ଶେଷ ସପ୍ତହ ବେଳକୁ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। 

H5. ବିଜେଡ଼ିରେ ଲେଖାଶ୍ରୀ
ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ଦଳର ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସେ ଆଜି ବିଜଡି ଦଳରେ ସାମିଲ ହୋଇଛନ୍ତି। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଥିଲେ, ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ।

H6. ହାତ ଛାଡ଼ିଲେ ଗଣେଶ୍ୱର
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ବିଜେଡିରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କହିରଖୁଛୁ ଯେ ୨ ଏପ୍ରିଲ ରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବେହେରା ଇସ୍ତଫା ଦେଇଥିଲେ। ଗଣେଶ୍ୱର ବେହେରା ବିଜେଡି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ।

H7. ମାଲକାନଗିରି ସୀମାନ୍ତରେ ୬ ନକ୍ସଲ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି।

H8. ରାଇକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ତିନି ମୃତକ ହେଲେ ବସନ୍ତ ପଣ୍ଡା(୩୦), କୁଶଳ ଦିଗାଳ(୨୫) ଓ ବ୍ରହ୍ମାନନ୍ଦ ଭୋଇ(୨୫)। ଏମାନେ ସମସ୍ତେ ରାଇକିଆ ଅଞ୍ଚଳର ହୋଇଥିବା ସୂଚନା ରହିଛି। ଏହି ତିନି ମୃତକ ଗତକାଲି ଦଣ୍ଡନାଚ ଦେଖି ନିଜ ଘରକୁ ଏକ ସ୍କୁଟି(ଓଡି୧୨ ସି ୧୪୩୯) ଯୋଗେ ଫେରୁଥିଲେ। ତେବେ ବୁଡ଼ାମାହା ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଏକ ପୋଲର ବାଡ଼ା ସହ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ସ୍କୁଟି ଆରୋହୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। 

H9. ଓଡ଼ିଶା ଏଫ୍‌ସି-ମୁମ୍ବାଇ ସିଟି ମୁକାବିଲା ଆଜି
କଳିଙ୍ଗ ଷ୍ଟାଡିୟମ୍‌ରେ ବିଜୟୀ ହୋଇ ଘରୋଇ ପଡ଼ିଆରେ ଅପରାଜେୟ ଥିବା ଓଡ଼ିଶା ଏଫ୍‌ସି ସୋମବାର ଆଇଏସ୍‌ଏଲ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ମୁମ୍ବାଇ ସିଟି ଏଫ୍‌ସିକୁ ଭେଟିବ। ଏହି ମ୍ୟାଚ୍‌ ମୁମ୍ବାଇସ୍ଥିତ ମୁମ୍ବାଇ ଫୁଟ୍‌ବଲ୍‌ ଏରିନାରେ ରାତି ୭.୩୦ରେ ଖେଳାଯିବ। ଓଡ଼ିଶା ଏହି ମ୍ୟାଚ୍‌ ଜିତିଲେ ଲିଗ୍‌ ସିଲ୍ଡ ଦୌଡ଼ରେ ରହିପାରିବ। ଉଭୟ ଦଳ ମଧ୍ୟରେ କଳିଙ୍ଗରେ ଖେଳା ଯାଇଥିବା ଗତ ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଥିଲା। ସର୍ଜିଓ ଲୋବେରୋଙ୍କ ପ୍ରଶିକ୍ଷିତ ଓଡ଼ିଶା ଗତ ଦୁଇ ମ୍ୟାଚ୍‌ରେ ପଞ୍ଜାବ ଏଫ୍‌ସିକୁ ୩-୧ରେ ହରାଇଥିଲା ବେଳେ ବେଙ୍ଗାଲୁରୁ ଏଫ୍‌ସି ସହ ଗୋଲ୍‌ଶୁନ୍ୟ ଅମୀମାଂସିତ ରଖିଥିଲା। ସଂପ୍ରତି ଓଡ଼ିଶା ଏଫ୍‌ସି ୩୯ ପଏଣ୍ଟ ସହ ଟେବୁଲର ତୃତୀୟ ରହିଛି।

H10. ୱାଙ୍ଖଡ଼େରେ ଜିତିଲା ମୁମ୍ବାଇ
ଚତୁର୍ଥ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚମକିଛି। ହ୍ୟାଟ୍ରିକ୍ ପରାଜୟର ଅପଯଶକୁ ଭୁଲି ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନ୍‌ରେ ହରାଇଛି। ଚଳିତ ଆଇପିଏଲ୍‌ରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ପ୍ରଶଂସକଙ୍କୁ ଖୁସି କରିଛି। ରବିବାରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଛକା, ଚୌକା ବର୍ଷା କରି ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ଦିଲ୍ଲୀ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବଢ଼ିବଢ଼ି ଚାଲିଥିବା ରନ୍ ହାର ଆଗରେ ହାରମାନି ଶେଷରେ ୨୦୫ ରନ୍‌ରେ ଅଟକି ଯାଇଥିଲା। ଫଳରେ ପୃଥ୍ବୀ ସ’ (୬୬), କ୍ରିଷ୍ଟନ୍ ଷ୍ଟବ୍ସ (୭୧) ଓ ଅଭିଷେକ ‌ପୋରେଲ (୪୧)ଙ୍କ ଲଢ଼ୁଆ ବ୍ୟାଟିଂ ବେକାର ଯାଇଥିଲା। ଦିଲ୍ଲୀ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନକୁ ଖସିଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ପ୍ରଥମ ବିଜୟ ପରେ ଅଷ୍ଟମ ସ୍ଥାନ ପରିତ୍ୟାଗ କରିଛି।