Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2325121

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର 

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଆଜି ରଥଯାତ୍ରା, ସମଗ୍ର ବିଶ୍ୱର ଅନନ୍ୟ ହିନ୍ଦୁ ପରମ୍ପରାରେ ସାକ୍ଷୀ ହେବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଏବଂ ଅନ୍ୟାନ୍ୟ ଖବର

1.Today is Rathyatra: ଆଜି ସାରା ବିଶ୍ୱ ‘ସନାତନି’ ହିନ୍ଦୁ ପରମ୍ପରାର ଅନନ୍ୟ ପର୍ବ ରଥଯାତ୍ରାରେ ସାମିଲ ହେବାକୁ ଯାଉଛି। ଯେଉଁଠାରେ ସର୍ବୋଚ୍ଚ ସୃଷ୍ଟି କର୍ତ୍ତା ଶ୍ରୀ ଜଗନ୍ନାଥ ତାଙ୍କ ଶ୍ରୀମନ୍ଦିରରୁ ବାହାରକୁ ଆସି ରଥ ଉପରେ ବସି ଲୋକଙ୍କ ସଙ୍ଗେ ୯ ଦିନ ଲାଗି ଯାତ୍ରା କରିଥାଆନ୍ତି। ଏହି ଯାତ୍ରାକୁ ଏକ ଅନନ୍ୟ ପରମ୍ପରା ଭାବେ ବିଶ୍ୱାସ କରାଯାଏ। କାହିଁ କେଉଁ କାଳରୁ ପାଳନ ହୋଇ ଆସୁଥିବା ଏହି ରଥଯାତ୍ରାକୁ ଦେଖିବା ଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କେବଳ ପୁରୀରେ ନୁହେଁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ପ୍ରତୀକ ଭାବେ ପାଳନ କରାଯାଏ। 

2.Unique Coincidence: ଏଥର ରଥଯାତ୍ରାରେ ଏକ ବିରଳ ସଂଯୋଗ ହୋଇଛି।  ୫୩ ବର୍ଷ ପରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଏଥର ନୀତି ନିର୍ଘଣ୍ଟ ବିଳମ୍ବ ହୋଇଛି। ଅପରାହ୍ଣରେ ରଥ ଟଣାଯିବାକୁ ସ୍ଥିର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୬ଟା ୧୦ରେ ଦଇତା ସେବକଙ୍କ ଦ୍ୱାରା ସର୍ବାଙ୍ଗ ବନ୍ଦାପନା ସମାପନ ହେବା ପରେ ୬ଟା ୩୦ରେ ନେତ୍ରୋତ୍ସବ ବନ୍ଦାବନା ହୋଇଥିଲା। ୬ଟା ୫୫ରେ ରୋଷ ହୋମ ଶେଷ ହୋଇ ଅନ୍ୟ ନୀତି ଆଡ଼କୁ ମୁହାଁଇଥିଲେ ସେବାୟତ। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୧ଟାରେ ପହଣ୍ଡି ଆରମ୍ଭ ହେବ। 

3.President to witness Rathyatra: ଏଥର ରଥଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାକ୍ଷୀ ହେବାର କାର୍ଯ୍ୟକ୍ରମ ରହିଛି। ଏହାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିବର୍ଷ ପାଇଁ ରଥଯାତ୍ରାରେ ଯୋଗ ଦେବେ। ରାଷ୍ଟ୍ରପତି ମୁର୍ମୁଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା ଆୟୋଜନ କରାଯାଇଛି। ରଥ ପହଣ୍ଡି ଓ ଯାତ୍ରା ଦେଖିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। 

4.Ratna Bhandar Opening: ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ମଙ୍ଗଳବାରଦିନ ନିଷ୍ପତ୍ତି ନିଆଯିବ। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହିଦିନ ଏକ ବୈଠକ ବସି କେମିତି ଭଣ୍ଡାର ଖୋଲାଯିବ, କିପରି ଗଣତି ଭଣତି ହେବ, କିଏ ଏହି ସମୟରେ ଉପସ୍ଥିତ ରହିବେ ସବୁ ବିଷୟ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ଗତକାଲି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ବସିଥିବା ରତ୍ନଭଣ୍ଡାର ସ୍ୱନ୍ତ୍ର କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ରଥଯାତ୍ରା ସମୟରେ ଶ୍ରୀଜିଉମାନେ ଶ୍ରୀମନ୍ଦିର ବାହାରେ ରହୁଥିବାରୁ ଏହି ସମୟରେ ମରାମତି ଓ ଭଣ୍ଡାର ଖୋଲିବା ପାଇଁ ଆଲୋଚନା କରାଯାଉଛି। 

5.Telengana & Andhra Form committees: ରାଜ୍ୟ ବିଭାଜନ ପରେ ଆସିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ କରିଛନ୍ତି। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ସମେତ ପ୍ରତି ରାଜ୍ୟରୁ ତିନି ଜଣ ଲେଖାଏ ସଚିବ ରହିବେ। ଦୁଇ ରାଜ୍ୟ ଭିତରେ ଯେଉଁପରି ନିଶା ତିଆରି ଓ କାରବାର ଚାଲିଛି ତାହାକୁ ରଦ୍ଦ କରିବା ଲାଗି ଅତିରିକ୍ତ ଡିଜିଙ୍କ ନେତୃତ୍ୱରେ ନିଶା ନିରୋଧୀ କମିଟି ଗଠନ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟ ବିଭାଜନର ଏକ ଦଶନ୍ଧି ବିତିଥିଲେ ମଧ୍‍ୟ ଏ ସମସ୍ୟାର ସମାଧାନ ହୋଇପାରୁ ନାହିଁ। 

6.Chardham Yatra Postponed: ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଆଜି ପାଇଁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ଘଡ଼ଓ୍ୱାଲ ଆୟୁକ୍ତ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହ ବଦ୍ରିନାଥ ରାଜରାସ୍ତାରେ ଅବଶେଷ ପଡ଼ି ରହିଥିବେରୁ ରାଜରାସ୍ତା ମଧ୍ୟ ବନ୍ଦ ରହିଛି। 

7.No Metal Rath in Tripura: ତ୍ରିପୁରାରେ ରଥଯାତ୍ରା ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି। କୌଣସି ରଥକୁ ୫ ମିଟର ଉଚ୍ଚତାରୁ ଅଧିକ ନକରିବାକୁ କୁହାଯାଇଛି। ଅପରପକ୍ଷେ ରଥକୁ କୌଣସି ଧାତବ ପଦାର୍ଥ ଦ୍ୱାରା ନ କରିବାକୁ କୁହାଯାଇଛି। ଗତବର୍ଷ ଉନ୍ନାକୋଟି ଜିଲ୍ଲାରେ ଇସ୍କନ ଦ୍ୱଶରା ପରିଚାଳିତ ରଥ ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୧୦ ଜଣଙ୍କ ଜୀବନ ଯାଇଥିଲା। ଏହାକୁ ଆଖରେ ରଖି ସରକାର ନୂଆ ନିୟମ ପ୍ରବର୍ତ୍ତନ କରିଛନ୍ତି। 

8.UP Needs Official ID for Kawarias: ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବ କାଉଁଡ଼ିଆ ଯାତ୍ରା। ପାଣି ଭାର ନେଇ ବିଭିନ୍ନ ଶିବ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ। ଏହିକ୍ରମରେ ଗହଳି ଓ ଅପରାଧିକ ଗତିବିଧିକୁ ଲକ୍ଷ୍ୟ କରି  ଉତ୍ତରପ୍ରଦେଶ ପୁଲିସ ଗଭୀର ଚିନ୍ତା ପ୍ରକଟ କରିଛି। ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡ, ରାଜସ୍ଥାନରୁ ମୁଖ୍ୟତଃ ଏଠାକୁ ଭକ୍ତ ଆସିଥାଆନ୍ତି। ଏହି ଭକ୍ତମାନଙ୍କୁ ରାଜ୍ୟସରକାରମାନଙ୍କୁ ଚିହ୍ନଟ କରି ପରିଚୟପତ୍ର ପ୍ରଦାନ କରିବାକୁ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। 

9.Budget session: ଆସନ୍ତା ୨୨ ତାରିଖରେ ସଂସଦର ଉଭୟ ଗୃହ ଅଧିବେଶନ ପାଇଁ ବସିବ। ଏଥିଲାଗି ରାଷ୍ଟ୍ରପତି ଆବଶ୍ୟକ ଆଦେଶ ଜାରି କରିଛନ୍ତି। ନିର୍ବାଚନ ପରେ ଏହା ଦ୍ୱିତୀୟ ସଂସଦ ହେବ। କିନ୍ତୁ ଏହି ଅବସରରେ ଦେଶର ବିଭିନ୍ନ ସମସ୍ୟା ବାବଦରେ ସାଂସଦମାନେ  ବିଧି ଅନୁସାରେ ଦାବି ଉପସ୍ଥାପନ କରିବେ। ଏହା ସହ କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରିବେ। ୨୩ ତାରିଖରେ ଏଥିଲାଗି ନିର୍ଦ୍ଧାରଣ କରାଯାଇଛି। ସୂଚନା ଅନୁସାରେ ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖରେ ଶେଷ ହେବ।
  
10.Weather Alert: ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି କାରଣରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ବ୍ୟକ୍ତ କରାଯାଇଛି। ରଥଯାତ୍ରାରେ ଏପରି ପାଗ ପୁରୀରେ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତେବେ ସକାଳୁ ଖରା ପାଗ ଅନୁଭୂତ ହେଉଛି।