Weekly Career Horoscope 23 to 29 September 2024: ଆରମ୍ଭ ହେବାକୁ ଯାଉଛି ନୂଆ ସପ୍ତାହ। ପାର୍ବଣରେ ନୂଆ ସପ୍ତାହରେ ସର୍ବାର୍ଥ ସିଦ୍ଧି ଯୋଗ ଓ ମହାମାୟୀ ଦୁର୍ଗାଙ୍କ କୃପାରୁ ଶୁଭ ଯୋଗ ସୃଷ୍ଟି ହେଉଛି। ଏହି ଶୁଭଯୋଗ କିଛି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟିକ ଓ ଚାକିରି କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବା । ନୂଆ ସପ୍ତାହରେ କାହାକୁ ମିଳିବ କର୍ମକ୍ଷେତ୍ରରୁ ଖୁସି ଖବର....ତେବେ, ଆସନ୍ତୁ ଜାଣିବା ୧୨ଟି ରାଶି ପାଇଁ କ୍ୟାରିୟର ଦୃଷ୍ଟି କୋଣରୁ କିଭଳି ଆଗାମୀ ସପ୍ତାହ....
ମେଷ: ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ କ୍ୟାରିୟର ଦୃଷ୍ଟିକୋଣରୁ ଖୁବ୍ ଭଲ ରହିବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ଅଟକି ଥିବା ଟଙ୍କା ପାଇବେ। ଆକସ୍ମିକ ଧନ ଲାଭ ହୋଇପାରେ । ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। କୌଣସି ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। କାମ କାର୍ଯ୍ୟରେ ସଫଳ ନ ହେବା କାରଣରୁ ମନ ଅଶାନ୍ତି ରହିବ । ପରିବାର ସୁଖମୟ ରହିବ । ଶତ୍ରୁଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ଦୁର୍ଘଟଣା ଦ୍ଵାରା ଶାରୀରିକ ହାନି ହୋଇପାରେ । ସାବଧାନ ରୁହନ୍ତୁ । କୌଣସି ପ୍ରକାରର ଝଗଡା କରନ୍ତୁ ନାହିଁ ।
ALSO READ: Shani Nakshatra Parivartan: ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହିସବୁ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ !
ବୃଷ: କ୍ୟାରିୟର ଦୃଷ୍ଟି କୋଣରୁ ଏହି ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ଅଯଥା ବିବାଦରେ ଫସି ପାରନ୍ତି। ତେଣୁ ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଯାହା ଆପଣଙ୍କ ପାଇଁ ଖୁବ୍ ଭଲ ହେବ। କୋର୍ଟ କଚେରୀ ମାମଲା ଆଗକୁ ବଢିବ ନାହିଁ । କାମର ଚିନ୍ତା ଆପଣଙ୍କ ମୁଣ୍ଡରେ ରହିବ । ଯେଉଁ କାରଣରୁ ପରିବାର ଓ ବନ୍ଧୁମାନଙ୍କ ପାଇଁ ସମୟ ବାହାର କରି ପାରିବେ ନାହିଁ । ଯେଉଁମାନେଙ୍କ ନୂଆ ନୂଆ ବିବାହ ହୋଇଛି, ସେମାନେ ନିଜର ସାଥିଙ୍କ ଠାରୁ ବହୁତ ଖୁସି ପାଇବେ । କହିବାକୁ ଗଲେ ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ ।
ମିଥୁନ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଗାମୀ ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟାପାର କିମ୍ବା ଚାକିରିରେ ଯେତିକି ପରିଶ୍ରମ କରିବେ ସେଥିରେ ସେତିକି ଲାଭ ମିଳିବ । ପ୍ରେମୀ ପ୍ରେମିକାଙ୍କ ସମ୍ପର୍କରେ ବିବାଦ ଆସିପାରେ । ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ । ଜୀବନର ଭରପୁର ଲାଭ ଉଠାନ୍ତୁ । ବନ୍ଧୁର ସାହାର୍ଯ୍ୟ ନିଅନ୍ତୁ । ଯୋଗ କରିବା ଦ୍ଵାରା ଆଧ୍ୟାତ୍ମିକ, ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖି ଆପଣଙ୍କ ହୃଦୟ ଓ ମସ୍ତିଷ୍କକୁ ଭଲ ରଖିବେ । ସଙ୍ଗୀତ ଇତ୍ୟାଦି ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବ । ମାତା ପିତାଙ୍କ ସାହାର୍ଯ୍ୟ ଦ୍ଵାରା ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ପାରିବେ ।
କର୍କଟ: ଆଗମୀ ସପ୍ତାହ ବ୍ୟବସାୟୀଙ୍କ ପାଇଁ ଖାସ୍ ରହିବ। ବିଦେଶରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହିତ କାର୍ଯ୍ୟ କରିବେ । ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ। ଅଟକିଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କ ଆଦର ସମ୍ମାନ ହେବ । ନିଜ ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ । ଅଧିକ ଟଙ୍କା ଖର୍ଚ କରନ୍ତୁ ନାହିଁ । ନଚେତ୍ ଆର୍ଥିକ ସ୍ଥିତି ବିଗିଡିବ।
ସିଂହ: ବ୍ୟବସାୟ-ବାଣିଜ୍ୟ କାରବାରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ପୁଞ୍ଜି ବିନିଯୋଗ କରିବ ପାଇଁ ସମୟ ଭଲ ରହିଛି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ଆଜି ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ନିଜକୁ ନେଇ ଦୁଖୀ ରହିବା ଦ୍ଵାରା କିଛି ବି ହାସଲ ହେବ ନାହିଁ । ପରିବାର ସହିତ ବାଦ ବିବାଦ କରନ୍ତୁ ନାହିଁ । ନିଜ ସାଙ୍ଗ ମାନଙ୍କ ସାହିତ ମନୋରଞ୍ଜନ ଭରା ସମୟ ବିତାଇବେ । ସ୍ବାସ୍ଥ୍ୟ ଭଲ ରହିବ।
କନ୍ୟା: କର୍ମକ୍ଷେତ୍ରରେ ନୂଆ ଦାୟିତ୍ଵ ମିଳିପାରେ । ସାମାଜିକ କାର୍ଯ୍ୟ କଳାପରେ ଜଡିତ ରହିବେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିବ ନାହିଁ। ଫଳରେ କାମରେ ରୁଚି ବଢିବ ନାହିଁ । ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ବାଣୀରେ ସଂଯମତା ରଖନ୍ତୁ । ପାରବାରିକ ସହଯୋଗ ମିଳିବ । କିଛି ପରିବାରର ସଦସ୍ୟମାନଙ୍କୁ ଅଳ୍ପ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।
ତୁଳା: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ କ୍ଷତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ । ବ୍ୟବସାୟ ଭଲ ହୋଇପାରେ । ଫାଲତୁ ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ। ପୁରୁଣା ରୋଗରୁ ମୁକ୍ତି ପାଇ ପାରିବେ । ଆଣିଥିବା ଧାର- କରଜ ସୁଝିବାରେ ସକ୍ଷମ ହେବେ। କୌଣସି ବିବାଦରେ ବିଜୟ ମିଳିବ । ପତ୍ନୀ ଓ ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଦେବଦର୍ଶନ ଯୋଗ ରହିଛି।
ବିଛା: ପାର୍ବଣର ସପ୍ତାହ, ଏହି ରାଶିର ଲୋକଙ୍କୁ ଟିକେ ସତର୍କତାର ସହ ଚଳିବାକୁ ପଡିବ। କାହିଁକିନା, କର୍ମକ୍ଷେତ୍ରରେ ପକ୍ଷପାତିତାର ଶୀକାର ହେବେ। ଅଯଥା ବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ସହକର୍ମୀଙ୍କ ଆପଣଙ୍କୁ ହଇହାଣ ହରକତ କରିବାକୁ ଚେଷ୍ଟା କରି ବିଫଳ ହେବ। ପ୍ରତ୍ୟକ ପରିସ୍ଥିତିକୁ ଧୌର୍ଯ୍ୟର ମୁକାବିଲା କରନ୍ତୁ। ବ୍ୟବସାୟୀ ମାନେ ମଧ୍ୟ ନୂତନ କାରବାର କରନ୍ତୁ ନାହିଁ। ଟେକ୍ସଟାଇଲ୍ ଓ ଅଳଙ୍କାର ବ୍ୟବସାୟୀ ବ୍ୟବସାୟରେ ଅଧିକ କ୍ଷତି ସହିବେ।
ଧନୁ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନ ପଢି କୌଣସି ବି କାଗଜପତ୍ର ଉପରେ ହସ୍ତାକ୍ଷର କରନ୍ତୁ ନାହିଁ । ନଚେତ ସମସ୍ୟାରେ ପଡିବେ। କର୍ମକ୍ଷେତ୍ରରେ ସହକର୍ମୀ ଇର୍ସା ପରାୟଣ ହେବେ। ଆୟରେ ବୁଦ୍ଧି ହେବ। ଶରିର ସମସ୍ୟା ରହିପାରେ । ଖର୍ଚ୍ଚ ଉପରେ କାବୁ ରଖିବାକୁ ଚେଷ୍ଟା କରନ୍ତୁ ଓ କେବଳ ଜରୁରୀ ଜିନିଷ ହିଁ କ୍ରୟ କରନ୍ତୁ ।
ମକର: କ୍ୟାରିୟର ଦୃଷ୍ଟି କୋଣରୁ ଏହି ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଶୁଭ ରହିବ। ସାହିତ୍ୟ, କାଳ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମିଳିବ। ବ୍ୟାପାରରେ ନୂଆ ଯୋଜନା ଆପଣେଇବା ଦ୍ଵାରା ବ୍ୟାପାରରେ ବୃଦ୍ଧି ଘଟିବ। ଆୟରେ ବୃଦ୍ଧି ଘଟିବ। ପୁରୁଣା ନିବେଶରୁ ଲାଭ ମିଳିବ। ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରହିବ।
କୁମ୍ଭ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ହେବ। ଚାକିରିରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜକ୍ଟ କରିବେ।
ମୀନ: କ୍ୟାରିୟର ଦୃଷ୍ଟି କୋଣରୁ ନୂଆ ସପ୍ତାହ ଏହି ରାଶିମାନଙ୍କ ପାଇଁ ବେଶ୍ ଖାସ୍ ରହିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଆଶାରେ ଅଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମଳିବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକେ ପ୍ରଚୁର ଲାଭ ପାଇବେ। ବିଶେଷକରି, ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ପ୍ରଚୁର ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़