Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2153743

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Odisha News: ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଲୋକପ୍ରିୟ ଭଜନ 'ଆହେ ନୀଳ ଶଇଳ' । ଅର୍ଥାତ୍ ଏହି ଭଜନକୁ ହେବ ସରକାରୀ ହେଲୋ ଟ୍ୟୁନ୍ । ବିଭିନ୍ନ ସରକାରୀ ଅନୁଷ୍ଠାନକୁ କଲ୍ କଲେ ଏହି ଶୁଣିବାକୁ ମିଳିବ ଏହି ଭଜନ । ଏନେଇ  ସରକାରୀ ଉଚ୍ଚସ୍ତରରେ ବିଚାର-ବିମର୍ଶ ଜାରି ଜାରି ରହିଛି । ଖୁବଶୀଘ୍ର ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

H2-Puri News: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଆଜି (ବୁଧବାର) ଦ୍ବୀତିୟ ଭୋଗ ମଣ୍ତପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ  ସାଧାରଣ ଦର୍ଶନ ବନ୍ଦ ରହିବ।  ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ (Lord Jagannath) ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ( Shree Jagannatha Temple Administration, Puri) ପକ୍ଷରୁ ସୂଚନା ଦିଆଯାଇଛି। 

H3-Heat Wave: ଗତ କିଛି ଦିନ ହେବ ରାଜ୍ୟରେ ଡହ ଡ଼ହ ଖରା ସାଙ୍ଗକୁ ପ୍ରବଳ ତାତି ଅନୁଭୂତ ହେଉଛି । ଟାଇଁ ଟାଇଁ ଖରା ଯୋଗୁଁ କଲବଲ ହେଉଛନ୍ତି ରାଜ୍ୟବାସୀ । ସ୍ଥିତି ଏପରି ହେଉଛି ଯେ, ଦିନ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ତେବେ ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି ।

H4-Mamata Scheme: ମମତା ଯୋଜନାରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଅନୁସାରେ ବର୍ତ୍ତମାନ ସମସ୍ତ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ମିଳିବ। ପୂର୍ବରୁ ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା । କିନ୍ତୁ ଏହାକୁ ସରକାର ବୃଦ୍ଧି କରି ଦୁଇଗୁଣ କରିଛନ୍ତି। ଗତ ଅଗଷ୍ଟ ୨୦୨୩ରୁ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ବର୍ଦ୍ଧିତ ରାଶି ପାଇବେ । ଚଳିତ ଫେବୃଆରୀ ମାସ ୨୦ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀଙ୍କୁ ମିଳିବ।

H5-CAA Portal: ଦେଶର ନାଗରିକତା ସଂଶୋଧନ ଆଇନ୍ (CAA) ୨୦୨୪ ଲାଗୁ କରିବା ପାଇଁ  କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବାର ଦିନକ ପରେ  ମଙ୍ଗଳବାର ନାଗରିକତା ଆବେଦନ କରିବା ଲାଗି  ଏକ ପୋର୍ଟାଲ ଖୋଲିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପୋର୍ଟାଲ୍ https://indiancitizenshiponline.nic.in ଖୋଲାଯାଇଛି।  ଭାରତର ନାଗରିକତା ପାଇବା ପାଇଁ ହେଲେ  ଏହି ପୋର୍ଟାଲ ଯୋଗେ ଅନଲାଇନରେ ଆବେଦନ କରିବାକୁ ପଡି଼ବ।

H6-Election 2024: ଆସନ୍ତ ନିର୍ବାଚନରେ  ବିଜେପି ଏକାକୀ ଲଢିବ  କିମ୍ବା ବିଜେଡି ସହ ମେଣ୍ଟ ରେ ଲଢିବ । ସେନେଇ ଆଜି ନିଷ୍ପତ୍ତି ଚୁଡାନ୍ତ ହେବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚୁଡାନ୍ତ ନିଷ୍ପତ୍ତି ନେବେ।  ପୂର୍ବାହ୍ନ ସାଢେ ୧୧ ଟା ସୁଧା ଏ-ସମ୍ପର୍କରେ ସ୍ପଷ୍ଟ ହେବ। ଶିର୍ଷ ନେତୃତ୍ବର ନିର୍ଦ୍ଦେଶରେ ଓଡି଼ଶା ବିଜେପିର କସରତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନରେ ଚାଲିଥିବା ୨ ଦିନ ଧରି ଚାଲିଥିଲା। ସୋମବାର ଓ ମଙ୍ଗଳବାର ହୋଇଥିବା ଏହି ବୈଠକରେ ରାଜ୍ୟ ବିଜେପି ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନ ଲାଗି ପ୍ରାର୍ଥୀ ଚୁଡାନ୍ତ କରିଛି। ଏହି ତାଲିକା ଆଜି ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଦିଆଯିବ।

H7-Manohar Lal Khattar: ବିଜେପିକୁ ବଡ଼ ଝଟକା। ଭାଙ୍ଗିଲା ବିଜେପି-ଜେଜେପି ମେଣ୍ଟ। ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଖବର ଏବେ ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଚଣ୍ଡିଗଡ଼ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।  ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁରା କ୍ୟାବିନେଟ ସହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ଜନନାକ ଜନତା ପାର୍ଟି (ଜେଜେପି) ଏବଂ ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଏହି ପଦକ୍ଷେପ ନିଆଯାଇଛି।

H8-Srimadir: ଶ୍ରୀ ଜଗନ୍ନାଥ ମନ୍ଦିରରର ସେବାୟତଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଲାଗି ସହାୟତା ପ୍ରଦାନ କରାଯିବ। ଯଦି କୌଣସି ମେଧାବୀ ଛାତ୍ର ଛାତ୍ରୀ NEET, JEE ଓ Civil Service Coaching ପାଇଁ ସହାୟତା ଆବଶ୍ୟକ କରନ୍ତି ତେବେ ତାଙ୍କୁ ପ୍ରତି ସହାୟତା ପିଛା ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ତିନିଥର ଏହିପରି ସହାୟତା ପୟ୍ରତଦାନ କରାଯିବା ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀଙକ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

H9-Odisha News: ଅବସରପ୍ରାପ୍ତ ପୋଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ଓଡ଼ିଶା ପୋଲିସ ନିଯୁକ୍ତ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତ ଦେଇଛନ୍ତି। ତାଙ୍କୁ ଦୁଇ ବର୍ଷ ପାଇଁ ଚୁକ୍ତି ଭିତ୍ତିକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ନିଯୁକ୍ତି ପରେ ସେ ସିଧାସଳଖ ଗୃହ ବିଭାଗକୁ ରିପୋର୍ଟିଂ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। 

H10- Indian cricketer Yashasvi Jaiswal: ଶ୍ରୀଲଙ୍କାରେ ପୁଥୁମ୍ ନିଶଙ୍କ ଓ ନ୍ୟୁଜିଲାଣ୍ତ କେନ୍ ଓ୍ବିଲିୟମସନଙ୍କୁ ପଛରେ ପକାଇ ଭାରତୀୟ ଯୁବ ବ୍ୟାଟର  ଯଶସ୍ବୀ ଜୟସ୍ବାଲ୍ । ସେ ଫେବୃଆରୀ ମାସର ଶ୍ରେଷ୍ଠ ଆଇସିସି ଖେଳାଳି ପୁରସ୍କାର ଜିତିଛନ୍ତି।  ଜୟସ୍ବାଲ୍ ବର୍ତ୍ତମାନ  ଆଇସିସି ବିଶ୍ବ  ଟେଷ୍ଟ ଚାମ୍ପିଅନସିପ୍ ର ସର୍ବାଧିକ ରନ୍ ସ୍କୋରର। ଗତ ଇଂଲଣ୍ତ ବିପକ୍ଷ ଶୃଙ୍ଖଳାରେ ସର୍ବାଧିକ ୭୧୨ ରନ୍ ସଂଗ୍ରହ କରିଥିଲେ।