ରାତି ପାହିଲେ ଶ୍ରୀକ୍ଷେତ୍ରରେ ପାଳନ ହେବ ପବିତ୍ର ଭଉଁରୀ ଯାତ୍ରା
Advertisement
Article Detail0/zeeodisha/odisha2267840

ରାତି ପାହିଲେ ଶ୍ରୀକ୍ଷେତ୍ରରେ ପାଳନ ହେବ ପବିତ୍ର ଭଉଁରୀ ଯାତ୍ରା

ତିନି ରଥର ଆଉ ଦୁଇଟି ଲେଖାଏଁ ଚକପାଇଁ ସିଙ୍ଗଡ଼ା କଟିଙ୍ଗ ହୋଇ ଅର ସାଲ ଶେଷ ହୋଇଛି।

ରାତି ପାହିଲେ ଶ୍ରୀକ୍ଷେତ୍ରରେ ପାଳନ ହେବ ପବିତ୍ର ଭଉଁରୀ ଯାତ୍ରା

ପୁରୀ: ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥଚକ ଡେରା ନିତି ଅନୁଷ୍ଠିତ ହେବ । ପ୍ରତି ରଥର ଦୁଇଟି ଲେଖାଏଁ ଚକ ଅଖ ସହିତ ସଂଯୋଗ ହେବା ପରେ ଚକଡେରା ନିତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ତେବେ ସକାଳଧୂପ ପରେ ମହାପ୍ରଭୁଙ୍କ ନିକଟରୁ ରଥଖଳାକୁ ବିଜେ କରନ୍ତି ଆଜ୍ଞାମାଳ। ତାପରେ ଚକଡେରା ନିତି ଅନୁଷ୍ଠିତ ହେବ। ଭଉଁରୀ ଯାତ୍ରାରେ ମଣିବିମାନରେ ଭୁଦେବୀ ଓ ଶ୍ରୀଦେବୀଙ୍କ ସହ ଶ୍ରୀମଦନମୋହନ , ରାମକୃଷ୍ଣ ପାଲିଙ୍କିରେ ଓ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ପରମ୍ପରା ମୁତାବକ ନରେନ୍ଦ୍ର ପୁଷ୍କରିଣୀରେ ଗୋଟିଏ ଘେରା ଦିନ ଚାପ ପରେ ୨୧ ଘେରା ଚାପ ଖେଳିବେ ମହାପ୍ରଭୁ। 

ଭଉଁରୀ ଅବସରରେ ଶ୍ରୀମନ୍ଦିରରୁ ନରେନ୍ଦ୍ର ଯାଏଁ ଭକ୍ତଙ୍କ ଭିଡ ଲାଗି ରହିବ। ଏଣୁ ଏହି ପର୍ବରେ ରଥ ନିର୍ମାଣର ପ୍ରଥମ ଚକ ଡେରା ନିତି ଅନୁଷ୍ଠିତ ହୋଇଥାଏ। ତେବେ ଆସନ୍ତା କାଲି ନିତି ନିର୍ଘଣ୍ଟ ଅନୁସାରେ ସାଢେ ୯ଟାରେ ମହାପ୍ରଭୁଙ୍କ ନିକଟରୁ ରଥଖଳାକୁ ବାହାରିବ ଆଜ୍ଞାମାଳ। ସେପଟେ ଭଉଁରୀ ପୂର୍ବରୁ ଦୃତଗତିରେ ଆଗେଇ ଚାଲିଛି ରଥନିର୍ମାଣ। ପ୍ରତି ରଥର ଗୋଟିଏ ଗୋଟିଏ ନାହାକା ଅଖର ନିର୍ମାଣ ଅନୁକୂଳ ହେବା ପରେ ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରୀ ରହିଛି।

ଅନ୍ୟପଟେ, ତିନି ରଥ ନାହାକା ଅଖର ଉଭୟ ପାର୍ଶ୍ଵ ଗୋଲେଇ ସହ ମାଠେଣୀ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତାଳଧ୍ଵଜ ରଥ ଏବଂ ଦର୍ପ ଦଳନ ରଥର ପାଞ୍ଚୋଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର ୬ ଗୋଟିଏ ଚକ ନିର୍ମାଣ ଆଜି ସୁଦ୍ଧା ଶେଷ ହୋଇଛି । ଏତଦ୍ ବ୍ୟତୀତ ତିନି ରଥର ପ୍ରଥମ ଭୂଇଁ ଓରା ନିର୍ମାଣ ଶେଷ ହୋଇ ସେଥିରେ ଉଭୟ ପାର୍ଶ୍ଵ ବିନ୍ଧ କାର୍ଯ୍ୟ ଚାଲୁ ରହିଛି । ସେହିପରି ତିନି ରଥର ଆଉ ତିନୋଟି ଲେଖାଏଁ ତୁମ୍ବରେ ଭୋଇ ସେବକଙ୍କ ଦ୍ଵାର ସିଙ୍ଗଡ଼ା ଵାଡ଼ିଆ ଶେଷ ହେବା ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ରଥ ଚାଳିକୁ ଯୋଗାଇ ଦେଇଥିଲେ ତୁମ୍ବ ଗୁଡିକରେ ଅଖ ବିନ୍ଧ ବା ଅଗର ବିନ୍ଧ ହେବା ପରେ ତିନି ରଥର ମହାରଣା ସେବକ ମାନେ ଅର ସାଲ କାର୍ଯ୍ୟ ଜାରୀ ରଖିଛନ୍ତି। ଏଥି ସହ ଆଜି ତିନି ରଥର ଗୋଟିଏ ଗୋଟିଏ ସିଂହାସନରାଏ ଚଉପଟ କାର୍ଯ୍ୟ ତିନି ରଥର ମହାରଣା ସେବକ ମାନେ ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି। ତିନି ରଥର ଛଅଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଜାରୀ ରଖିଛନ୍ତି। ରୂପକାର ସେବକ ମାନେ ତିନି ରଥର ଏଗାରଟି ଲେଖାଏଁ ସାଲ ଗୁହରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି।

 

ଆଜି ସୁଦ୍ଧା ତିନି ରଥର ୧୬ ଟି ଚକ ନିର୍ମାଣ ଶେଷ ହୋଇ ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ପାଇଁ ତିନି ରଥର ମହାରଣା ସେବକ ମାନେ ପଇ ବିନ୍ଧ ଜାରୀ ରଖିଛନ୍ତି, ଏଥିସହ ତିନି ରଥର ଦୁଇଟି ଲେଖାଏଁ ଓରା ଚଉପଟ ପରେ ଉଭୟ ପାର୍ଶ୍ଵରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ଆଉ ଦୁଇଟି ଲେଖାଏଁ ଚକପାଇଁ ସିଙ୍ଗଡ଼ା କଟିଙ୍ଗ ହୋଇ ଅର ସାଲ ଶେଷ ହୋଇଛି।

Also Read- ଜୀ ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ "ଭାଗ୍ୟରେଖା" ଏବେ ଏକ ନୂଆ ସମୟରେ

Also Read- Rashifal 29 May 2024: ୨୯ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ