Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2149111

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Train Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍  (Vande Bharat Express) ଖୁବଶିଘ୍ର ଚାଲିବାକୁ ଯାଉଛି। ପୁରୀରୁ ସିଧା ସଳଖ ଅଯୋଧ୍ୟାକୁ ଏକ ନୂଆ ଯାତ୍ରୀବାହୀ ଟ୍ରେନ୍ ଗଡି଼ବ। ଆସନ୍ତା ୧୨ ତାରିଖରେ ଏହି ଟ୍ରେନଟି ଉଦଘାଟନ ହେବାକୁ କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।  ଏହି ଟ୍ରେନ୍ ରେ ରାଜ୍ୟବାସୀ ଜଗନ୍ନାଥଧାମରୁ ରାମଲାଲାଙ୍କ ପାଖକୁ ଯାଇ ଦର୍ଶନ କରିବେ। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ରେଳ ମାଧ୍ୟମରେ ଯୋଡିବାରେ ଓଡି଼ଶା ଆଉ ପାଦେ ଆଗକୁ ବଢିବ। 

H2-Rajasthan Politics: ଲୋକସଭା ନିର୍ବାଚନ ପୂର୍ବରୁ  ରାଜସ୍ଥାନ କଂଗ୍ରେସକୁ ବଡ଼ ଝଟକା ଲାଗିବାକୁ ଯାଉଛି। ରାଜ୍ୟରେ ଦଳର ବହୁ ପୂର୍ବତନ ମନ୍ତ୍ରୀ  ଓ ବିଧାୟକ ଆଜି ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି।  ସେମାନଙ୍କ ମଧ୍ୟରେ ପୂର୍ବତନ କୃଷିମନ୍ତ୍ରୀ, ଲାଲଚାନ୍ଦ କଟାରିଆ, ପର୍ବତନ ଗୃହରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ, ପୂର୍ବତନ ବିଧାୟକ ରଛପାଲ୍ ମିର୍ଧା ଓ ବିଜୟ ପାଲ୍ ମିଦ୍ଧା ପ୍ରମୁଖ ତୁଙ୍ଗ ନେତା ବିଜେପିରେ ମିଶିବେ। ଆଜି ସକାଳ  ୧୧ଟା  ବିଜେପି ମୁଖ୍ୟାଳୟରେ ବହୁ ସଂଖ୍ୟାରେ କଂଗ୍ରେସ ନେତା ପଦ୍ମ ଧରିବେ।

H3-Heat Wave: ଟାଇଁ ଟାଇଁ ଖରାରେ କଲବଲ ରାଜ୍ୟବାସୀ। କିଛିଦିନ ହେବ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଉପମୁହାଁ ରହିଛି । ସ୍ଥିତି ଏଭଳି ହେଉଛି ଯେ,ଦିନ ୧୦ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ରାଜ୍ୟରେ ଦିନ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଖବର ଅନୁଯାୟୀ, ଆଗାମୀ ୧୨ ତାରିଖରୁ ତାତି ଆହୁରି ୪ରୁ ୫ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । 

H4-Cabinet meeting: ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପ୍ରସ୍ତାବଗୁଡିକୁ ମଞ୍ଜୁରୀ ଦିଆଯାଇଛି । ପ୍ରାଥମିକ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଦରମା ହାରରେ ହୋଇଛି ପରିବର୍ତ୍ତନ । ଏଥିରେ ଲକ୍ଷେରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାସହ କ୍ୟାଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକକାଳୀନ ୬ ଲକ୍ଷ ଓ କର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସେହିପରି ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏକକାଳୀନ ୧୦ ଲକ୍ଷ ଏବଂ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା ।

H5-Odisha Cm Viral Video: ରାଜ୍ୟରେ ମେଣ୍ଟ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ନେଇ ଚର୍ଚ୍ଚ ଯେତିକି ହେଉଛି, ସେତିକି ପରିମାଣରେ ରାଜନୀତି ଆହୁରି ଜୋର ଧରିଛି। ଚର୍ଚ୍ଚା ହେବା ସ୍ୱଭାବିକ ମଧ୍ୟ। କାରଣ ଏହି ଭିଡ଼ିଓଟିକୁ ଭିକେ ପାଣ୍ଡିଆନ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି କି ରାଜନୀତିରେ 'ଗୁଜବ ଓ ମିଛ' ସବୁଠାରୁ ଭୟଙ୍କର। ଉଭୟ ଦିଗରୁ ତାଙ୍କର ଉତ୍ତରକୁ ଦେଖାଯାଇପାରେ। ମେଣ୍ଟ ଚର୍ଚ୍ଚା କେବଳ ଗୁଜବ ଓ ମିଛ ବୋଲି ନବୀନ ଇଙ୍ଗିତ ମାଧ୍ୟମରେ ଦର୍ଶାଇ ଥାଇ ପାରନ୍ତି। ନତୁବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜବାବର ପ୍ରତି ଜବାବ ଭାବେ ମଧ୍ୟ ନବୀନଙ୍କ ଉତ୍ତରକୁ ଦେଖୁଛନ୍ତି ରାଜନୈତିକ ବିଶ୍ଳେଷକମାନେ। ନିକଟରେ ଦିଲ୍ଲୀରୁ ଫେରି ଶ୍ରୀ ସାମଲ କହିଥିଲେ କି ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ଶ୍ରୀ ସାମଲ କହିଥିଲେ। 

H6-Onion Price India: ପିଆଜ ମୂଲ୍ୟ ସମ୍ପର୍କରେ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଯାହା ଦ୍ୱାରା ପିଆଜ ମୂଲ୍ୟ ବୃଦ୍ଧି ପାଇବ ନାହିଁ। ସରକାର ଚଳିତ ବର୍ଷ ପାଇଁ ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରୁଛନ୍ତି। ଯଦି ମୂଲ୍ୟ ବୃଦ୍ଧି ହୁଏ ତାହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମଦାନୀ ହୋଇଥିବା ପିଆଜକୁ ବ୍ୟବହାର କରାଯାଇ ପାରିବ। ଯାହାର ଅର୍ଥ ହେଉଛି ଏଥର ପିଆଜ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବ ନାହିଁ। ସୂତ୍ରରୁ ପ୍ରକାଶ ଯେ ଜାତୀୟ ସମବାୟ ଗ୍ରାହକ ମହାସଂଘ ଏବଂ ଜାତୀୟ କୃଷି ସମବାୟ ମାର୍କେଟିଂ ଭଳି ସରକାରୀ ଏଜେନ୍ସି ସରକାରଙ୍କ ପକ୍ଷରୁ ପିଆଜ କିଣିବେ।

H7-BJP TDP JSP Alliance in Election 2024: ପୁଣି ଥରେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିପାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଯଦିଓ ଜନସେନା ପାର୍ଟି (ଜେଏସପି) ଏନଡିଏ ମେଣ୍ଟଗେ ସାମିଲ ରହିଛି। ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୨୦୨୪ ନିର୍ବାଚନ ପାଇଁ ବିଜେପି-ଟିଡିପି-ଜେଏସପି ମଧ୍ୟରେ ମେଣ୍ଟ ହୋଇପାରେ।

H8-Ramadan 2024 Date: ଇସଲାମ ଧର୍ମର କ୍ୟାଲେଣ୍ଡର ଅନୁସାରେ ନବମ ମାସ ହେଉଛି ରମଜାନ।ଇସଲାମ ଧର୍ମରେ (Islam Religion) ପ୍ରତ୍ୟେକ ପର୍ବ (Festival of Islam Religion) ଚନ୍ଦ୍ର ସହ ଜଡ଼ିତ (Importance of Crescent Moon in Islam) ସମୟ ଉପରେ ନିର୍ଭର କରିଥାଏ। ଚନ୍ଦ୍ର ଦୃଶ୍ୟମାନ ହେବା ପରେ କେଉଁ ପର୍ବ କେବେ ପାଳିତ ହେବ ତାହାର ପ୍ରକୃତ ତାରିଖ ଜଣା ପଡିଥାଏ। ଯଦି ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ଚନ୍ଦ୍ର ଦେଖାଯାଏ, ତାହେଲେ ମାର୍ଚ୍ଚ ୧୨ ତାରିଖରେ ପ୍ରଥମ ରୋଜା ରଖାଯିବ। ପ୍ରଥମ ରୋଜା ସେହି ଦିନ ସକାଳ ୫:୦୪ ସମୟରେ ରଖାଯିବ। ଇଫତାର (Iftar in Ramadan) ସନ୍ଧ୍ୟା ୬:୨୩ ସମୟରେ କରାଯିବ।

H9- State News: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ହେବେ ଉପକୃତ। ରାଜ୍ୟ ସରକାର ଏଥି ପାଇଁ ୫୮୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ। 

H10-Krystyna Pyszková of Czech Republic wins 71st Miss World: ଚେକ ଗଣରାଜ୍ୟର କ୍ରିଷ୍ଟିନା ପିଜକୋଭା ଚଳିତ ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ପିନ୍ଧିଛନ୍ତି। ଶନିବାର ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ଏହି ଗ୍ରାଣ୍ତ ଫିନାଲେରେ ସବୁ ପ୍ରତିଯୋଗୀଙ୍କ ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।