Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2103176

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-V. Sugnana Kumari Deo: ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୧୨ଟା ୪୪ ମିନିଟ୍ ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

2-Bharat Ratna 2024: ଶୁକ୍ରବାର କେନ୍ଦ୍ର ସରକାର ପି.ଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଏମ୍ଏସ୍ ସ୍ବାମୀନାଥଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେବାସହ ଏହି ମହାନ ବ୍ୟକ୍ତିତ୍ବଙ୍କ ଫଟୋ ପୋଷ୍ଟ କରିଛନ୍ତି ।

3-Odisha budget 2024 session is over: ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅର୍ଥାତ୍ ଶେଷ ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ଗୃହ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିଲେ ମଧ୍ୟ ବାଚସ୍ପତି ପ୍ରମିଳା ମଲ୍ଲିକ୍ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପଞ୍ଚଦଶ ଅଧିବେଶନ ମାତ୍ର ୫ ଦିନ ଚାଲିଛି। ଚଳିତ ଅଧିବେଶନରେ ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ର ୪ ମାସ( ଏପ୍ରିଲ୍-ଜୁଲାଇ) ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରିଥିଲେ।  ଏହି କାମଚଳା ବଜେଟ୍ ଉପରେ ଶୁକ୍ରବାର ଆଲୋଚନା ହୋଇ ବ୍ୟୟ ମଂଜୁରୀ ବିଧେୟକ ଗୃହିତ ହୋଇଥିଲା। 

4-Pakistan General Election 2024: ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  ଫେବୃଆରୀ ୯ ତାରିଖ ଶୁକ୍ରବାର ଘୋଷିତ ହୋଇଛି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ। ଏହି ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖ ଗୁରବାର ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ।  ହେଲେ ନିର୍ବାଚନ ଫଳାଫଳ କେବଳ ପାକିସ୍ତାନୀ ସେନା ନୁହେଁ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ପାକିସ୍ତାନରେ କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ? ତାକୁ ନେଇ ଲାଗିରହିଥିବା ଚର୍ଚ୍ଚା ଏବଂ ସସପେନ୍ସ ଭିତରେ ଜାରି ରହିଛି ଭୋଟ୍ ଗଣତି। ତା ପୂର୍ବରୁ ଉଭୟ ନୱାଜ ସରିଫ୍ ଓ ଇମ୍ରାନ୍ ଖାନ୍ ସରକାର ଗଢିବାକୁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଭୋଟ୍ ଗଣତିରେ ଆଗରେ ରହିଛନ୍ତି ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍। ଜେଲ୍ ଭିତରୁ ନିର୍ବାଚନ ଭାର ସମ୍ଭାଳିଥିବା ଇମ୍ରାନ୍ ଖାନ୍‌ଙ୍କ ପିଟିଆଇ ସମର୍ଥିତ ସାଂସଦ ନୱାଜ ସରିଫଙ୍କୁ ପଛରେ ପକାଇଛି।

5-Plus Two Exams: ଆସନ୍ତା ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା (Plus Two Exams 2024) ।  ତା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ (ସିଏଚଏସଇ)  ପକ୍ଷରୁ  ଆଜି (ଶନିବାର) ଠାରୁ ପରୀକ୍ଷା ପରିଚାଳନା  ହବ୍ ଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତର  ଖାତା  ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଇବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୧୦ରୁ ୧୫  ଏବଂ ଦ୍ବୀତିୟ ପର୍ଯ୍ୟାୟରେ ଫେବୃଆରୀ ୨୯ ରୁ ମାର୍ଚ୍ଚ ୩ ମଧ୍ୟରେ  ପ୍ରଶ୍ନପତ୍ର ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର  ପଠାଯିବ। ତେଣୁ ସମ୍ପୃକ୍ତ କାଗଜପତ୍ର ସଂଗ୍ରହ କରିବାକୁ ଇଏମଏଚ୍ ସୁପର ଭାଇଜର ଓ ଡେପୁଟି ସୁପର ଭାଇଜର ଉପସ୍ଥିତ ରହିବାକୁ  ପରିଷଦ ପଶ୍ରରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଓ  ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବା ପୂର୍ବରୁ  ସମସ୍ତ ହବ୍ ରେ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ସହ ପୋଲିସ୍ ମୃତୟନ କରିବାକୁ ୨୦୨ ହବ୍ ସୁପରଭାଇଜର ତଥା କଲେଜ ଅଧ୍ୟକ୍ଷ ମାନଙ୍କୁ କୁହାଯାଇଛି। 

6-Odisha Politics: ବିଜୁ ଜନତା ଦଳ (BJD)ରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ପୂର୍ବରୁ ମନ୍ତ୍ରୀ ଥିବା ପ୍ରେମାନନ୍ଦ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପଠାଇଛନ୍ତି । ଏଥିସହ ସେ ଅଭିଯୋଗ ଆଣିଛନ୍ତି ଯେ, ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ।

7-Weather Update: ରାଜ୍ୟରେ ଜାରି ରହିଛି ଶୀତର (Cold wave in odisha)। ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)ପକ୍ଷରୁ କୁହାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା (rain)ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନୂଆପଡା, ବରଗଡ,ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଓ ଯାଜପୁର ରହିଛି। ୧୨ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଏହା ସହ ୧୩ ଓ ୧୪ ତାରିଖରେ ମଧ୍ୟ ପାଗ ଶୁଖିଲା ରହିବା ସହ ରାତି ପାରଦ ଖସିବାର ସମ୍ଭାବନା ରହିଛି। 

8-Padma Mukha Besha: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ । ପଦ୍ମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏନେଇ ଶୁକ୍ରବାର ସମସ୍ତ ପ୍ରସ୍ତୁତ ସରିବା ସହ ସ୍ବତନ୍ତ୍ର ନୀତକାନ୍ତି ଚୂଡ଼ାନ୍ତ ହୋଇଛି । ଖବର ଅନୁଯାୟୀ, ଆଜି ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ବଡ଼ଛତା ମଠ ପକ୍ଷରୁ ପ୍ରଦତ୍ତ ସାମଗ୍ରୀରେ ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ ରଣାଙ୍କ ନେତୃତ୍ବରେ ବେଶ କାରିଗରମାନେ ଏହି ପଦ୍ମବେଶକୁ ପ୍ରସ୍ତୁତ କରିଛନ୍ତି । ସଂଧ୍ଯା ଧୂପ ପରେ ଶ୍ରୀମନ୍ଦିରକୁ ପ୍ରସ୍ତୁତ ପଦ୍ମବେଶ ବିଜେ କରାଯିବ । ବଡ଼ ସିଂହାର ବେଶରେ ଏହା ଶ୍ରୀଜିଉଙ୍କୁ ଲାଗି ହେବ । 

9-NEET Exam 2024: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୫ରେ  ନିଟ୍(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ।  ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା କରାଯିବ। ପରୀକ୍ଷା ଲାଗି ଆଜି ଠାରୁ  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। 

10-Sports News: - ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ କାନୋସ୍ପ୍ରିଣ୍ଟ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡି଼ଶାକୁ ତିନୋଟି ସ୍ବର୍ଣ୍ଣ ସହ ୬ଟି ପଦକ ମିଳିଛି। ୧୦୦୦ ମିଟର କେ-୧ରେ ସାଗର କୁମାର, ସି-୨ରେ ଜାବେକ୍ ଓ ବୋରିସ୍ ସିଂହ,  ଏବଂ ମହିଳା କେ-୪ରେ ଆଚଲ, ସୋନିଆ, ଧନ ମଞ୍ଜୁରୀ, ଓ୍ବାଇଦେବୀଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଛନ୍ତି।