Top 10 News: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...
Advertisement
Article Detail0/zeeodisha/odisha2479497

Top 10 News: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା... ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା...  ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...

Top 10 News Today

Headlines 01- ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ଆକାସାର ୧୫ ଟି ବିମାନକୁ ବମରେ ଉଡାଇଦେବାକୁ ଧମକ ମିଳିଛି। ଏହି ସଂଖ୍ୟା କେବଳ ଶନିବାର ଦିନର ଅଟେ। ଏହି କାରଣରୁ ଅନେକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଗତ କିଛି ଦିନ ହେବ ଅନେକ ବିମାନ ମଧ୍ୟ ସମାନ ଧମକ ଦିଆଯାଉଛି, କେନ୍ଦ୍ର ମଧ୍ୟ ଏହାର ଶୀର୍ଷ ସ୍ତରରେ ଯାଞ୍ଚ ଆରମ୍ଭ କରିଛି। କିନ୍ତୁ ଆଜି ଅନେକ ଏୟାରଲାଇନ୍ସକୁ ଏଭଳି ଧମକ ଦିଆଯାଇଥିଲା, ଯାହାପରେ ହଇଚଇ ସୃଷ୍ଟି ହୋଇଥିଲା।

Headlines 02- ଲେବାନନ୍ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଛି । ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଇସ୍ରାଏଲର କେନ୍ଦ୍ରୀୟ କେଜରିୟା ସହରର ଏକ ଘର ଉପରେ କରାଯାଇଥିଲା। କୁହାଯାଉଛି ଯେ ଆକ୍ରମଣର ଟାର୍ଗେଟ ଥିଲା ନେତାନ୍ୟାହୁଙ୍କ ବାସଭବନ। ତେବେ ନେତାନ୍ୟାହୁଙ୍କ ଘର ସୁରକ୍ଷିତ ଅଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ ଲେବାନନରୁ ତିନୋଟି ଡ୍ରୋନ୍ ଗୁଳି ଚଳାଇଥିଲା ଏବଂ ସେଥିମଧ୍ୟରୁ ଇସ୍ରାଏଲର କେଜରିୟା ସହରର ଏକ ଘରକୁ ଟାର୍ଗେଟ କରାଯାଇଥିଲା। ଏହି ଡ୍ରୋନ୍ ପଡିଥିବା କୋଠାଟି ନଷ୍ଟ ହୋଇଯାଇଛି, କିନ୍ତୁ ଏହି ଆକ୍ରମଣରେ କୌଣସି ଆହତ ହେବାର ଖବର ନାହିଁ। 

Headlines 03- ଦୀପାବଳି ପୂର୍ବରୁ ପିସିସି ସଭାପତି ଚୟନ ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨୬ରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ୍‌ । ପିସିସି ସଭାପତି ଚୟନ ନେଇ କଂଗ୍ରେସ ନେତାଙ୍କ ସହ ଆଲୋଚନା କରାଯିବ । ଦୀପାବଳି ପୂର୍ବରୁ ଚୂଡ଼ାନ୍ତ ହୋଇପାରେ ବୋଲି ଆଶା ରହିଥିବା କହିଛନ୍ତି ଉପନେତା ଅଶୋକ ଦାସ । ଚରଣ ଦାସ ମହନ୍ତଙ୍କୁ ଆଲୋଚନା ଦାୟିତ୍ବ ଦେଇଛି AICC । ବର୍ତ୍ତମାନ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଅଛନ୍ତି ଚରଣ ଦାସ ମହନ୍ତ ।

Headlines 04- ଖଲ୍ଲିକୋଟରେ ବାଣ ତିଆରି ସମୟରେ ବିସ୍ଫୋରଣ ହେବା କାରଣରୁ ୬ଜଣ ଆହତ ହୋଇଛନ୍ତି । ମାଣିକପୁର ଗାଁରେ ବାଣ ବିସ୍ଫୋରଣ ହୋଇଛି । ୬ ଆହତଙ୍କ ମଧ୍ୟରୁ ୪ଜଣ ଅଧିକ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

Headlines 05- ବିଜେଡି ଦଳ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ସେ କହିଛନ୍ତି ଯେ, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ, ସେ ଦଳ ଭାଙ୍ଗିଯିବ । 'ଅଭିଜ୍ଞ ଅମର ଶତପଥିଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ' 'ଲୋକମାନେ ତାହା ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି' । 'ବିଜେଡି ଦଳ ଆଉ ରହିବ ନାହିଁ, ଏହା ସ୍ପଷ୍ଟ ଜଣା ପଡ଼ି ଯାଉଛି' । 'ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ' । ଯିଏ ଆମ ଦଳକୁ ଆସିବ ଆମେ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି ।

Headlines 06- ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ପନ୍ତିବଡୁ ସେବକ ଶ୍ରୀ ଚନ୍ଦନ ସାମନ୍ତରାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ 1955ର 21–ଖ(କ) ଧାରା ଅନୁସାରେ ଏହି ନିଳମ୍ବନ ଆଦେଶ ଜାରି କରାଯାଇଛି। ଏଥି ସହ ଶ୍ରୀ ସାମନ୍ତରାଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Headlines 07- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ଏହା ବିରୋଧରେ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନ ଅଫ୍ ଇଣ୍ଡିଆ (ଏନଏସୟୁଇ) ପୋଲିସ ନିକଟରେ ଅଭିଯୋଗ କରିଛି। ରାଜ୍ୟ NSUI ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଦିନ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିବା ସହ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Headlines 08- ରାଜଧାନୀରେ ସେକ୍ସ ରାକେଟ୍। ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ସେକ୍ସ ରାକେଟ୍ ଠାବ ହୋଇଛି। ବଡଗଡ ପୁଲିସ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ କରିଥିଲା। ଜଣେ ଯୁବକ ଏଥିରେ ଧରାପଡି ଥିବାବେଳେ ଦୁଇ ଜଣ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିଛି। ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବାବେଳେ ତାଙ୍କୁ ସ୍ପା ମାଲିକ ମାଡପିଟ୍ କରିଥିବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି। 

Headlines 09- କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ। ଆଜି ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଏ ନେଇ ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି ଉତ୍କଳ କେଶରୀ ଅସୁସ୍ଥ ଥିଲେ। ବିଭିନ୍ନ ପର୍ଯ୍ୟାୟରେ ତାଙ୍କର ଚିକିତ୍ସା ଚାଲିଥିଲା। ଉତ୍କଳୀ କେଶରୀ ପରିଡା ଓଡ଼ିଶା ରାଜନୀତିରେ ଓଡ଼ିଶା ଗଣ ପରିଷଦର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ ।

Headlines 10- କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ। ଏହା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ  ୨୩ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ଓ ଅବପାତ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ୨୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା ପରେ ଗତିପଥ ନେଇ ଆକଳନ ହେବ । ୨୩ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବ । ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ କିମି ରହିବ । ୨୨ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ମନା ।

Also Read- Dhanteras 2024 Rashifal: ୩ ଗ୍ରହଙ୍କ ପ୍ରଭାବରୁ ଧନତେରଶ ହେବ ଖାସ୍, ଜାଣନ୍ତୁ ଆପଣଙ୍କ ରାଶିଫଳ

Also Read- Video: ଯାତ୍ରା ମଞ୍ଚରୁ ଦର୍ଶକଙ୍କ ମୋବାଇଲ୍ ନେଲେ 'ସାହୁ ଭାଉଜ'