Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ନିମୋନିଆ, କିଡ୍ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା କାରଣରୁ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି ।
Headlines 02- ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତଃ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Headlines 03- ବିଜେପିରେ ମିଶିଲେ କୈଳାସ ଗେହଲଟ । ରବିବାର ଆପ୍ ଛାଡ଼ିଥିବା ସମୟରେ ଆଜି ବିଜେପିରେ ମିଶିବା ପରେ ଆପ୍ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।
Headlines 04- କଟକ ବାଲିଯାତ୍ରାରେ କରେଣ୍ଟ ଲାଗି +୨ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ । ଏଥିପାଇଁ ତହସିଲଦାର ଓ ଟିପିସିଓଡିଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କାହା ଜାଣତରେ ଅଘଟଣ ଘଟିଥିଲେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ଅତ୍ୟନ୍ତ ଦୁଃଖଦାୟକ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।
Headlines 05- ରାଜ୍ୟ ବାହାର ଧାନ ବେପାରୀଙ୍କ ଉପରେ କଡ଼ା ନଜର ରଖିବେ ରାଜ୍ୟ ସରକାର । କମ ଦାମରେ ଧାନ ବିକ୍ରି ନକରିବାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । କାହା କଥାରେ ପଡ଼ି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁନି କାରଣ ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ସୀମାବର୍ତ୍ତୀ ରାଜ୍ୟରୁ ଧାନ ଯେମିତି ନଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ସିସିଟିଭି ଲଗାଯିବ ।
Headlines 06- ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅଟକିଥିଲା କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍ଆଇ ମରାମତି କାର୍ଯ୍ୟ ଆରମ୍ଭ କରିବ ।
Headlines 07- ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଜଣେ ଡାକ୍ତର ଗିରଫ ହୋଇଛନ୍ତି । କଳାହାଣ୍ଡି ମେଡିକାଲ କଲେଜର ଡାକ୍ତର ଅଶୋକ ଦାସଙ୍କୁ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ । ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।
Headlines 08- OPHWC ବ୍ରହ୍ମପୁର ଡିଭିଜନ୍ ଜିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ସମୟରେ ମିଳିଛି କେଜିଏ ସୁନା । ଏଥିସହ ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ ସହିତ ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଜବତ ହୋଇଛି ।
Headlines 09- ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଛନ୍ତି ବାଲେଶ୍ୱର ଝିଅ ସଞ୍ଜନା ପ୍ରଧାନ। ମାତ୍ର ୧୯ ବର୍ଷ ବୟସରେ ସଞ୍ଜନାଙ୍କୁ ମିଳିଛି ଏହି ସଫଳତା । ମଡେଲିଂରେ କ୍ୟାରିଅର କରି ମିସ୍ ଇଣ୍ଡିଆ ହେବାକୁ ପିଲାବେଳୁ ସଞ୍ଜନାଙ୍କର ସ୍ୱପ୍ନଥିଲା ବୋଲି ସମ୍ପର୍କୀୟ କହିଛନ୍ତି ।
Headlines 10- ନାବାଳକଙ୍କୁ ବାବା ସଜେଇବା ଘଟଣାରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜୋରଦାର ଖୋଳତାଡ଼ ହୋଇଛି । ଅନ୍ୟପଟେ ଜଣେ ଯୁବତୀ କହିଛନ୍ତି ଯେ, ପଟିଆ କାଫେକୁ ବାବା ୩-୪ ଝିଅଙ୍କ ସହ ଯାଆନ୍ତି। ବଣ୍ଡଲ ବଣ୍ଡଲ ଟଙ୍କା ଉଡାନ୍ତି। ଭକ୍ତଙ୍କ କଷ୍ଟ ଦୂର କରିବାକୁ ପଇସା ମାଗୁଥିଲେ ବାବା । ଅନ୍ୟପଟେ ଆଶ୍ରମରେ ଜିଏ ପକ୍ଷରୁ ମାପଚୁପ ହୋଇଥିବା ସହକାରୀ ନିର୍ଦ୍ଦେଶକ ଅମୀୟ ଦାସ ସୂଚନା ଦେଇଛନ୍ତି । ଆମର ମାପଚୁପ ସରିଛି ବର୍ତ୍ତମାନ ସରକାରଙ୍କୁ ରିପୋର୍ଟ ଦିଆଯିବ । ଯଦି ସରକାରୀ ଜମିରେ ଆଶ୍ରମ ଥିବ ତେବେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।