Top 10 News: ୨୪ ଘଣ୍ଟାରେ ୨ଟି ବଡ଼ ଧରଣର ଲୁଟ୍ ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2508448

Top 10 News: ୨୪ ଘଣ୍ଟାରେ ୨ଟି ବଡ଼ ଧରଣର ଲୁଟ୍ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୨୪ ଘଣ୍ଟାରେ ୨ଟି ବଡ଼ ଧରଣର ଲୁଟ୍ ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂକଳ୍ପ ପତ୍ର ଜାରି କରିଛନ୍ତି । ସଂକଳ୍ପ ପତ୍ରରେ ମହିଳା, ଚାଷୀ ଓ ଯୁବକଙ୍କୁ ଫୋକସ୍‌ ରହିଥିବା ସୂଚନା ମିଳିଛି । କୃଷ ଋଣ ଛାଡ଼ ସହ ମହିଳାଙ୍କୁ ପ୍ରତିମାସ ୨୧୦୦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏଥିସହ ୨୫ ଲକ୍ଷ ଚାକିରି ପାଇଁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ରହିଛି ।

Headlines 02- ବହୁ ବାଦ ବିବାଦ ପରେ ଆମେରିକା ହ୍ୟୁଷ୍ଟନରେ ଅଦିନରେ ଗଡ଼ିଛି ନନ୍ଦିଘୋଷ । ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଛି । କିନ୍ତୁ ରଥରେ ଚତୁର୍ଦ୍ଧା ମୂର୍ତ୍ତି ରଖାଯାଇନଥିଲା ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରାଯିବା ସହ ଇସ୍କନ ପକ୍ଷରୁ ରଥଯାତ୍ରା ହୋଇଛି । ଏହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଅଦିନିଆ ରଥଯାତ୍ରା ନ କରିବାକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଥିଲେ । ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା ।

Headlines 03- ଡିସେମ୍ବର ୪ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନାର ଅପରେସନାଲ ଡେମନଷ୍ଟ୍ରେସନ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମକୁ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯିବା ସହ ଭାରତୀୟ ନୌସେନାର ୟୁଟ୍ୟୁବରେ ମଧ୍ୟ ପ୍ରସାରଣ କରାଯିବ। ଏଥିପାଇଁ ନୌସେନାର ପ୍ରସ୍ତୁତି ଚାଲିଛି।

Headlines 04- ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଯୁବକ-ଯୁବତୀଙ୍କ ଠାରୁ ଲୁଟ୍ କରିଛନ୍ତି ଲୁଟେରା । ଉଭୟଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳି ଚଳାଇବା ପରେ ସୁନା ଚେନ୍ ଲୁଟି ନେଇଛନ୍ତି ।  ପ୍ରାୟ ରାତି ୧୦ଟା ସମୟରେ ଏକ ସ୍କୁଟରରେ ଯାଉଥିବା ଯୁବକ-ଯୁବତୀଙ୍କୁ ୬ଜଣ ଦୁର୍ବୃତ୍ତ ଅଟକାଇଥିଲେ  ତାପରେ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ ଏବଂ ଟଙ୍କା ନଥିବାରୁ ସୁନା ଚେନ୍‌ ଝାମ୍ପି ନେଇଗଲେ । ବିଚ୍‌ ରାସ୍ତାରେ ଏଭଳି ଘଟଣା ଦେଖି କିଛି ଟ୍ରକ ଡ୍ରାଇଭର ଅଟକିଥିଲେ ମଧ୍ୟ ଦୁର୍ବୃତ୍ତ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କାରଣରୁ ସମସ୍ତେ ଭୟଭୀତ ହୋଇଥିଲେ ।

Headlines 05- ଭୁବନେଶ୍ବର ଇନଫୋସିଟି ଥାନା ଶ୍ରୀଗଣେଶ ବିହାରରେ ଚୋରି ଅଭିଯୋଗ ଆସିଛି । ଘରର ଝରକା ତାଡ଼ି ଲୁଟେରା ୨୦ ଭରି ଅଳଙ୍କାର ସହ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ରାତି ସମୟରେ ଏହି ଲୁଟ୍ ହୋଇଥିବା କୁହାଯାଉଛି । ଏନେଇ ଥାନାରେ ମାମଲା ଦେଇଛନ୍ତି ଘର ମାଲିକ ।

Headlines 06- ଓଡ଼ିଆ ବରପୁତ୍ରଙ୍କ ଏବଂ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  'ଓଡ଼ିଶା ଇତିହାସକୁ ନେଇ ଗବେଷଣା ହୋଇନି, ଯାହା କି ଦୁର୍ଭାଗ୍ୟଜନକ', 'ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରି ଗବେଷଣା କରିବ', 'ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ' ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Headlines 07- କଟକ ଗଣଦୁଷ୍କର୍ମ ମାମଲାରେ ଆଉ ଜଣଙ୍କ ସଂପୃକ୍ତି ରହିଛି ! ଡିସିପି ଏନେଇ ସୂଚନା ଦେଇ କହିଛନ୍ତି ଯେ, ଆଉ ଜଣଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଜଣାଇଛନ୍ତି ଏବଂ ପୀଡ଼ିତା ପରିବାରକୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । କାଫେରେ ବେଆଇନ ଭାବେ ହୁକା ବ୍ୟବହାରର ଅଭିଯୋଗ ଆସିଛି । ପୁରୀଘାଟ ଥାନା ଅଧିକାରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଡିସିପି କହିଛନ୍ତି  ।

Headlines 08- ଟାଙ୍ଗିଆ ଚୋଟରେ ବାପା, ମାଆ ଓ ପୁଅ ଗୁରୁତର। ମାତ୍ର ୫୦ଟଙ୍କା ପାଇଁ ଏଭଳି ଏକ ଘଟଣା ଘଟିଛି। ଅନୁଗୋଳ ଜରପଡ଼ା ଥାନା କୁଶିକିଳା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଆହତ ଲବଙ୍ଗ ସାହୁ ତାଙ୍କ ସ୍ବାମୀ ଓ ପୁଅ ଲିକୁ ସାହୁ। ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ହେଉଛନ୍ତି ପୁତୁରା ଚିଣ୍ଟୁ ସାହୁ ଓ ତାଙ୍କ ବାପା ଭୁବନୀ ସାହୁ। ତେବେ ପୁଅ ପକେଟରୁ ୫୦ ଟଙ୍କା କିଏ ଚୋରି କରିଛି ବୋଲି ଲବଙ୍ଗ ଗାଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭୁବନୀ ଓ ଚିଣ୍ଟୁ ଲବଙ୍ଗ, ତାଙ୍କ ସ୍ବାମୀ ଓ ପୁଅକୁ ଟାଙ୍ଗିଆ ଏବଂ ରଡ୍ ରେ ଆକ୍ରମଣ କରିଥିଲେ। 

Headlines 09- ଭୁବନେଶ୍ବରରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ତୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ବଢ଼ୁଛି ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ କହିଥିଲେ ଯେ, ଆଜି ଆମେ ସମସ୍ତେ ଭବିଷ୍ୟତ ପାଇଁ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟର ପୁନଃରୁଦ୍ଧାର ଦିଗରେ ଆଲୋଚନା କରୁଛେ, ଯାହା ଆମ ଖାଦ୍ୟ ପ୍ରଣାଳୀକୁ ବଜାୟ ରଖିବାରେ ସହାୟକ ହୋଇଛି।

Headlines 10- ଆଜି ପବିତ୍ର ଅଳାଁ ନବମୀ କାରଣରୁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଗହଳୀ ଦେଖିବାକୁ ମିଳିଛି ।