Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...
Advertisement
Article Detail0/zeeodisha/odisha2465188

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Headlines: ଆଜି ଦିନର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Today

Headlines 01- ଆଜି ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି । ଏହି ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି । ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । 

Headlines 02- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ନିର୍ଦ୍ଦେଶକ ।  ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ  ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ପୁରସ୍କାର ଗ୍ରହଣ କରିଛନ୍ତି ।

Headlines 03- ଜମ୍ମୁ-କାଶ୍ମୀରରେ ବାଜି ମାରିଛି ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ସମୁଦାୟ ୯୦ଟି ବିଧାନସଭା ଆସନରୁ NC ୪୨ ଓ କଂଗ୍ରେସ ୬ଟି ସିଟ୍ ହାସଲ କରିଛି । ମ୍ୟାଜିକ ନମ୍ବର ୪୬ ପାର୍ କରିଥିବା ଏହି ମେଣ୍ଟ ସରକାରରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି ।

Headlines 04- ହରିୟାଣା ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବରାତ୍ରୀ ପବିତ୍ର ଦିନରେ ଆମେ ବିଜୟ ହାସଲ କଲୁ । ହରିୟାଣାରେ ସବୁ ବର୍ଗର ଲୋକେ ଆମକୁ ଭୋଟ୍ ଦେଇଛନ୍ତି । ହରିୟାଣାରେ ମିଥ୍ୟା ଉପରେ ବିକାଶର ବିଜୟ ହୋଇଛି ।

Headlines 05- ହରିୟାଣାରେ ବିଜେପିର ବିପୁଳ ବିଜୟ ଖାଲି ସେହି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି ତା ନୁହେଁ ବରଂ ଏହା ଓଡ଼ିଶାର ରାଜନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବିଜୟ କାର୍ଡ ହୋଇଛି। ୫୫ ବର୍ଷୀୟ ଏହି ନେତାଙ୍କ ଲାଗି ପାର୍ଟିରେ ବଡ଼ ପଦବୀ ନିଶ୍ଚିତ କରିଛି। ଏପରିକି ତାଙ୍କର ରଣନୀତି ସମସ୍ତ ନିର୍ବାଚନ ପର ଆକଳନକୁ ମୋଡ଼ି ମକଚି ଏକ୍ଜିଟ୍‍ ପୋଲ ଅନୁଶୀଳନକାରୀଙ୍କ ପାଇଁ ବି ଆହ୍ୱାନ ସୃଷ୍ଟି କରିଛି। ରାଜନୀତିକ ପଣ୍ଡିତମାନେ ଧର୍ମେନ୍ଦ୍ରଙ୍କୁ ବିଜେପିର ପରବର୍ତ୍ତୀ ସଭାପତି ଭାବେ ମଧ୍ୟ ଦେଖୁଥିବା କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। 

Headlines 06- ଆମ୍ ଆଦମୀ ପାର୍ଟି ଜାମ୍ମୁ କାଶ୍ମୀରରେ ନିଜର ଖାତା ଖୋଲିବାରେ ସଫଳ ହୋଇଛି । ଦଳର ୩୬ ବର୍ଷୀୟ ପ୍ରାର୍ଥୀ ମେହେରାଜ ମଲିକ ଡୋଡା ନିର୍ବାଚନମଣ୍ଡଳୀରେ ବିଜେପିର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪,୫୩୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ୧୦ ବର୍ଷ ପୂର୍ବରୁ ଏହି ଆସନ କଂଗ୍ରେସର ଥିବା ସମୟରେ ୨୦୧୩ରେ ବିଜେପି ହାତକୁ ଆସିଥିଲା । ମେହେରାଜଙ୍କ ବଡ଼ ବିଜୟ ପରେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Headlines 07- ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପୂର୍ବତନ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କୃଷକଙ୍କୁ ଦ୍ୱନ୍ଦରେ ପକାଇବାକୁ ଯେଉଁ ପ୍ରୟାସ କରାଯାଇଥିଲା, ଜନସାଧାରଣ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହ ରେସଲର ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗାଟଙ୍କ ବିଜୟ ସମ୍ପର୍କରେ ବ୍ରିଜ ଭୂଷଣ କହିଛନ୍ତି ଯେ, ସେ ଜିତିଥିଲେ ମଧ୍ୟ କଂଗ୍ରେସ ଧ୍ୱଂସ ହୋଇଯାଇଛି।

Headlines 08- କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପଚାଶ ଜଣ ବରିଷ୍ଠ ଡାକ୍ତର ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଅନସନ ପ୍ରତି ସେମାନଙ୍କର ସମର୍ଥନ ଏବଂ ଏକତା ଦେଖାଇବାକୁ ସମସ୍ତ ଡାକ୍ତର ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ମେଡିକାଲ କଲେଜର ବିଭିନ୍ନ ବିଭାଗର ମୁଖ୍ୟଙ୍କ ବୈଠକରେ ଜନ ଇସ୍ତଫା ନିଷ୍ପତ୍ତି ନିଆଯାଇଛି।

Headlines 09- ପାରାଦ୍ଵୀପରେ ବଡ଼ ଅଘଟଣ। ବନ୍ଦରର ଏମ୍‌ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଜାହାଜ ଉପରକୁ ଛିଡିଗଲା କ୍ରେନ୍‌। ଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି। ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି। ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

Headlines 10- ବରିଷ୍ଠ ଆଇପିଏସ୍‌ ତଥା ପୂର୍ବତନ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଆଜି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୬ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଶ୍ରୀ ଷଡ଼ଙ୍ଗୀ। ତେବେ ତାଙ୍କ ପାଇଁ ଆଗାମୀ ରଣନୀତି କଣ ରହିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି। 

Also Read- ୫୦ ବର୍ଷ ପରେ ଦୁର୍ଗା ମହାଷ୍ଟମୀରେ ବିରଳ ସଂଯୋଗ, ୩ଟି ରାଶିକୁ ମା'ଙ୍କ ବିଶେଷ ଆଶୀର୍ବାଦ