Top 10 News Today: ଦୁଃଖ ଦେଇଗଲା ବାତ୍ୟା 'ଦାନା'...ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2488247

Top 10 News Today: ଦୁଃଖ ଦେଇଗଲା ବାତ୍ୟା 'ଦାନା'...ଖବର ସହ ଅନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News Today: ଦୁଃଖ ଦେଇଗଲା ବାତ୍ୟା 'ଦାନା'...ଖବର ସହ ଅନ୍ୟ ଅପଡେଟ୍

Top 10 News Today

Headlines 01- ସାମୁଦ୍ରିକ ଝଡ଼ ଦାନା ଭିତରକନିକା ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି ଏହି ବାତ୍ୟା। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।

Headlines 02- ବାତ୍ୟା ପରେ ଆଜି ସକାଳୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚି ପୁଣି ଥରେ ବାତ୍ୟାର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିଲୁ। ସଫଳ ମୁକାବିଲା ପାଇଁ ଏଥିରେ ନିୟୋଜିତ ଥିବା ସମସ୍ତ ବିଭାଗକୁ ମୁଁ ଧନ୍ୟବାଦ ଦେଉଛି।

Headlines 03- ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଆୟୁଷ ମନ୍ତ୍ରଣାଳୟ ସହଭାଗିଦାରୀରେ ‘ସ୍ୱର୍ଣ୍ଣ ପ୍ରାଶନ' ଟିକାକରଣ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବିସ୍ତୃତ ଅଭିଯାନ ଆରମ୍ଭ କରିଛି । ଏହା କଳାହାଣ୍ଡିର ୧୦ଟି ବିଦ୍ୟାଳୟର ଏବଂ ୩୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଛି । ବ୍ରଜବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ମୁଖ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ ବେଡବାକ ଓ ଡାକ୍ତର କ୍ଷେତେରା କାଣ୍ଡ ଓ ବ୍ରଜବିହାର ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ମୁଣ୍ଡନ ପ୍ରମୁଖ ଉପସ୍ଥିତ ଥିଲେ ।

Headlines 04- ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।  

Headlines 05- ଭାରତ ଓ ଚୀନ ଭିତରେ ଲାଗି ରହିଥିବା ସୀମା ବିବାଦ ସମାଧାନ ହୋଇଛି। ଦୁଇ ଦେଶର ମୁଖ୍ୟ ବ୍ରିକ୍ସ ଶିଖର ସମ୍ମିଳନୀରେ ଚୁକ୍ତି ସ୍ୱାକ୍ଷର କରିବା ପରେ ପ୍ରକୃତ ସୀମା ରେଖାକୁ ସମ୍ମାନ ଦେବାକୁ ଯାଇ ଉଭୟ ନିଜ ନିଜ ତରଫରୁ ମୁତ୍ତୟନ ଥିବା ସେନା ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି। ନ୍ୟୁଜ୍‍ ଏଜେନ୍ସୀ ଏଏନ୍‍ଆଇ ଖବର ଅନୁସାରେ ପୂର୍ବ ଲଦାଖରଡେମଚକ ଏବଂ ଡେସ୍‍ପାଙ୍ଗ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ଚୁକ୍ତି ଅନୁସାରେ ଏହି ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି। ଭାରତୀୟ ସେନା ପଛକୁ ଘୁଞ୍ଚିଛନ୍ତି।

Headlines 06- ବାତ୍ୟା ଦାନା ତାଣ୍ଡବ ରଚିବା ପରେ ବର୍ତ୍ତମାନ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ। ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତାରେ ପଡିଥିବା ଗଛ ସବୁ କଟା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ଗଛକଟା ସାରି ରାସ୍ତା ଖୋଲି ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି। ଦାନା କ୍ଷୟକ୍ଷତିର ଏରିଏଲ ସର୍ଭେ ଆସନ୍ତାକାଲି ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

Headlines 07- ବ୍ରହ୍ମପୁର MKCG ମେଡିକାଲ କଲେଜରୁ ପୁଣି ଆସିଛି ରାଗିଂ ଅଭିଯୋଗ । MBBS ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନ୍ୟାସନାଲ ମେଡିକାଲ କାଉନସିଲ ନିକଟରେ ଅଭିଭାବକ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ ପାଇଁ ଡିନଙ୍କୁ ଚିଠି ଲେଖିଛି ଏନଏମସି । ଚିଠି ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କଲେଜ ଡିନ୍ । ପୂର୍ବରୁ ମଧ୍ୟ ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ରହିଛି।

Headlines 08- କନ୍ଧମାଳରେ ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଏନକାଉଣ୍ଟର । ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏସଓଜି ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଘଟଣାସ୍ଥଳରୁ AK-47 ସମେତ ଅନ୍ୟାନ୍ୟ କିଛି ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।

Headlines 09- ଦାନା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। କଟକ ଭୁବନେଶ୍ୱର ସମେତ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭଦ୍ରକର ଚାନ୍ଦବାଲି ଅଞ୍ଚଳରେ ସର୍ବାଧିକ ୧୫୮.୬ ମିଲି ବର୍ଷା ହୋଇଛି। ଭଦ୍ରକ ପରେ କେନ୍ଦ୍ରାପଡ଼ରେ ମଧ୍ୟ ଜୋରଦାର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ନଜର ପକାନ୍ତୁ ପୂରା ତାଲିକା ଉପରେ କେଉଁଠି କେତେ ବର୍ଷା ହୋଇଛି। 

Headlines 10- ପାଣିପାଗର ବିଭାଗର ତାଜା ସୂଚନା ଅନୁସାରେ, ଆଜି କେନ୍ଦୁଝର, ଅନୁଗୁଳ,  କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଧା, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।  ଏହାସହ ମୟୂରଭଂଜ, କେନ୍ଦଝର, ବାଲେଶ୍ବର,  ନୟାଗଡ, ବୌଦ୍ଧ,  ଏବଂ ସୋନପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।  ଏହିସବୁ ଜିଲ୍ଲା ପାଇଁ ଅରେଂଜ ଆଲର୍ଟ ଜାରି ହୋଇଛି। 

Also Read- Weekly Lucky Zodiac Sign: ଅକ୍ଟୋବର ୨୮ରୁ ନଭେମ୍ୱର ୩ ମଧ୍ୟରେ ୫ଟି ରାଶିର ଭାଗ୍ୟ ଉଜ୍ୱଳ