Top 10 News Today: ବାସନକୁସନରେ ଲାଗିବ ଆଇଏସ୍‍ଆଇ ଚିହ୍ନ ଏବଂ ଅନ୍ୟ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2323446

Top 10 News Today: ବାସନକୁସନରେ ଲାଗିବ ଆଇଏସ୍‍ଆଇ ଚିହ୍ନ ଏବଂ ଅନ୍ୟ ପ୍ରମୁଖ ଖବର

Top 10 Headlines from 5th July 2024: ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀକ୍ଷେତ୍ର ପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 Headlines from 5th July 2024
Top 10 News Today: H1. President to Visit Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଲି ୪ ଦିନିଆ ରାଜ୍ୟଗସ୍ତରେ ଆସୁଛନ୍ତି। ଶନିବାରଦିନ ଭୁବନେଶ୍ୱରଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବରେ ସେ ଯୋଗଦେବେ। ୭ ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ୮ ତାରିଖ ଦିନ ଭୁବନେଶ୍ୱର ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ଭୁବନେଶ୍ୱରସ୍ଥିତ ନାଇଜରର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। 
 
H2. Aparajita BJP’s  state co-ordinator team:  ଓଡ଼ିଶାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପିର ସାଂଗଠନିକ କାର୍ଯ୍ୟ ପାଇଁ ଦାୟିତ୍ୱ ମିଳିଛି। କେରଳର ସହପ୍ରଭାରୀ ଭାବେ ଅପରାଜିତାଙ୍କୁ ନିଯୁକ୍ତି ମିଳିଥିବାବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶା ଦାୟିତ୍ୱରେ ପୂର୍ବ ପରି ପ୍ରଭାରୀ ଭାବେ ବିଜୟ ସିଂହ ତୋମାର ଏବଂ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡି କାର୍ଯ୍ୟ କରିବେ।
 
H3. Utensils to ensure quality: ରୋଷେଇ ଘରେ ବ୍ୟବହାର ହେଉଥିବା ଚକଚକିଆ ଷ୍ଟିଲ୍‍ ବାସନର ଗୁଣାତ୍ମକ ମାନ ଠିକ୍‍ ରହିଛି କି? ଯେଉଁ ଆଲୁମିନିୟମ ବାସନ ବ୍ୟବହାର କରାଯାଉଛି ତାହା ଖାଦ୍ୟ ପଦାର୍ଥର ମାନ ରକ୍ଷା କରିବାରେ ସମର୍ଥ କି? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆକ୍ରାନ୍ତ କରୁଥିବ। କାରଣ ବର୍ଷ ବର୍ଷ ଧରି ପାର୍ମପରିକ ଭାବେ ଆମେ ବ୍ୟବହାର କରୁଥିବା ଷ୍ଟେନଲେସ୍‍ ଷ୍ଟିଲ ବା ଆଲୁମିନିୟମ ବାସନ, ରୋଷେଇଘର ଉପକରଣଗୁଡ଼ିକର ନିର୍ମାଣ ବେଳେ ଠିକଣା ଧାତୁ ବ୍ୟବହାର ହେଉଛି ବା ନାହିଁ ତାହା ପ୍ରଶ୍ନକୁ ଆସିଥାଏ। ଆଉ ଏହି ପ୍ରଶ୍ନର ସମାଧାନ ପାଇଁ ଭାରତୀୟ ମାନକ ବ୍ୟୁରୋ ଏଣିକି ବଜାରରେ ବିକ୍ରି ହେବାକୁ ଥିବା ସମସ୍ତ ଷ୍ଟିଲ୍‍ ଓ ଆଲୁମିନିୟମ ବାସନ ଉପରେ ‘ଆଇଏସ୍‍ଆଇ’ ଚିହ୍ନକୁ ବାଧ୍ୟ କରିଛନ୍ତି।
 
H4. Rathyatra Update: ଆସନ୍ତାକାଲି ପଟି ଦିଅଁ ଙ୍କ ଠାରୁ  ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବ ପରେ ତିନି ରଥକୁ ଆଜ୍ଞାମାଳ ବିଜେ କରାଯିବ।ପୂଜାପଣ୍ଡା ସେବକ ମାନେ ଏହି ଆଜ୍ଞାମାଳ ଧରି ଘଣ୍ଟ, ଛତା, ବିଜେ କାହାଳି ପଟୁଆର ସହ ରଥଖଳାକୁ ବିଜେ କରିବେ।ଆଜ୍ଞାମାଳ ବିଜେ ନୀତି ଶେଷ ପରେ ପ୍ରଥମେ ଶ୍ରୀଜଗନ୍ନାଥ ଙ୍କର ନନ୍ଦିଘୋଷ ଓ ପରେ ମା ସୁଭଦ୍ରଙ୍କର ଦର୍ପଦଳନ ଓ ଶେଷରେ ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ ପୋଲିସ ଓ ଭକ୍ତ ମାନେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟାଣିବେ। ଜୁଲାଇ ୭ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। 
 
H5. Ratna Bhandar Committee Meeting: ଆସନ୍ତାକାଲି ବସିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ଥରୀୟ ସ୍ୱତନ୍ତ୍ର କମିଟି ବୈଠକ l ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦିନ ୧୧ ଟାରେ  କମିଟି ର ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ପୂର୍ବରୁ ରାଜ୍ୟ ସରକାର ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତାରେ କରିଥିବା କମିଟି ବଦଳରେ ଆଉ ଏକ ନୂଆ କମିଟି ଗଠନ କରିଥିବା ବେଳେ ସେହି କମିଟିର ଏହା ହେବ ପ୍ରଥମ ବୈଠକ l ରତ୍ନ ଭଣ୍ଡାର କେବେ ଖୋଲାଯିବ ଓ ଏହାର ଗଣତି ମଣତି ଉପରେ ଏହି ବୈଠକରେ ହେବ ସମ୍ପୂର୍ଣ୍ଣ ଆଲୋଚନା l ଭିତର ରତ୍ନ ଭଣ୍ଡାର ଖୋଲାଯିବା ତଥା ଏହାର ମରାମତି ଓ ରତ୍ନ ସଂରକ୍ଷଣ ତଥା ଗଣତି ମଣତି ଓ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି।ତେବେ  ଏହି କମିଟି ରେ ଦେଉଳକରଣ, ତଡାଉ କରଣ ଓ ଭଣ୍ଡାର ମେକାପ ନଥିବା ହେତୁ ସେବାୟତ ଙ୍କ ମହଲରେ ଉଦବେଗ ଦେଖାଦେଇଛି।
 
H6. Rain During Rathyatra: ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀକ୍ଷେତ୍ର ପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡଘଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ‘ୟେଲୋ ଓ୍ୱାର୍ଣ୍ଣିଂ’ ଜାରି କରିଛନ୍ତି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। 
 
H7. Odisha to bring Tigers from MP and Maharastra: ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ତଥା ପ୍ରଜନନକୁ ଗୁରୁତ୍ୱ ଦେଇ ସରକାର   ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ମହାବଳ ଆସିବେ। 
 
H8. RI in Vigilance net: ଜମି ପଟ୍ଟା ଯୋଗାଇବା ଲାଗି ଲାଞ୍ଚ ଟଙ୍କା ସରକାରୀ ଗାଡ଼ିରେ ନେଇ ଯାଉଥିବା ଅଭିଯୋଗରେ ଭିଜିଲାନ୍ସ ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରିଛି। ଗାଡ଼ି ଭିତରୁ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି। ହନୁମନ୍ତପୂର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। 
 
H9. Maharastra announces: 11 Crore to India Team: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶୁକ୍ରବାର ଭାରତୀୟ କ୍ରିକେଟ ଟିମ୍‌କୁ  ୧୧ କୋଟି ଟଙ୍କା ଦେବା ସହାୟତା ପାଇଁ ଘୋଷଣା କରିଛନ୍ତି । ମୁମ଼୍ବାଇର ୪ ଖେଳାଳିଙ୍କୁ ଆଜି ବିଧାନସଭାକୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଏହି ଘୋଷଣା ଗୃସେ ହ ଭିତରେ କରିଛନ୍ତି । ପୂର୍ବରୁ ବିସିସିଆଇ ଟିମ୍‌କୁ ୧୨୫ କୋଟି ଟଙ୍କାର ଚେକ୍‌ ମଧ୍ୟ ଦେଇଛି ।
 
H10. Britain Changes Govt:  ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିବା ସହ ସରକାର ଗଠନ କରିବାକୁ ଯାଉଛି। ଲେବର ପାର୍ଟି ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି ।