Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 3rd January 2024: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Afternoon Bulletin Top News Headlines from 3rd January 2024
Top 10 News Headlines Odisha | 3rd January 2024 | Evening: 1. Soumya May not Fight Elections again: ଆଉ ନିର୍ବାଚନ ନ ଲଢ଼ିପାରନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ବୁଧବାର ଖୋର୍ଦ୍ଧା ଜାନକୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ସୌମ୍ୟ କହିଛନ୍ତି ‘ -‘ନିର୍ବାଚନ ଲଢ଼ି ବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ। ୫ଟି ସଚିବଙ୍କ ବିରୁଦ୍ଧରେ ସମ୍ପାଦକୀୟ ଲେଖି ବିଗତ ଦିନରେ ସେ ଚର୍ଚ୍ଚାରେ ଥିଲେ। ତାଙ୍କ ଅନୁଷ୍ଠାନ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ସୌମ୍ୟ ସମ୍ପାଦକ ପଦବୀ ଛାଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଥିଲା। 
 
2. SC asks report from Loksabha SG: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମ୍‍ସି ସାଂସଦ ମହୂଆ ମୈତ୍ରଙ୍କ  ମାମଲାରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି।    ଏ ସମ୍ପର୍କରେ ସୁପ୍ରିମ କୋର୍ଟ ପ୍ରଥମେ ମାମଲା ସନ୍ଦର୍ଭରେ ଲୋକସଭା ମହାସଚିବଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ସ୍ଥିର କରାଯାଇଛି।
 
3. Lower Suktel Project inaugurated in Odisha: ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଲାଗି ୨୭୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ୱାରା ୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଯାଇପାରିବ। ସୁବର୍ଣ୍ଣପୁର ସମେତ ବଲାଙ୍ଗୀର ଜିଲ୍ଲାର ୨୦୦ରୁ ଅଧିକ ଗ୍ରାମର କୃଷକ ଏହାର ଫାଇଦା ପାଇବେ। 
 
4. SA team All out in 55: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ୫୫ ରନ୍‌ରେ ଅଲଆଉଟ୍‌ ହୋଇଛି। କେପଟାଉନରେ ଏହି ମ୍ୟାଚ୍‍ ଖେଳାଯାଉଛି।    ଦକ୍ଷିଣ ଆଫ୍ରିକା ଟସ ତିଛି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ବୋଲର ମହମ୍ମଦ ସିରାଜ୍‍ ୬ ଓ୍ୱକେଟ୍‍ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। 
 
5. SC denies to intervene SEBI’s investigation process: ସୁପ୍ରିମକୋର୍ଟରୁ ଆଦାନୀ ଗ୍ରୁପ୍‍କୁ ଆଶ୍ୱାସନା ମିଳିଛି। ଆମେରିକୀୟ ଗବେଷଣା ସଂସ୍ଥା ହିଣ୍ଡେନ ବର୍ଗର ଅଭିଯୋଗ ବାବଦରେ ସେବିର ତଦନ୍ତ ଉପରେ କୋର୍ଟ ଆସ୍ଥା ପ୍ରକଟ କରିବା ସହ ଏହାଙ୍କ ରିପୋର୍ଟରେ ହସ୍ତକ୍ଷେପ କରିବାକୁମ ନା କରିଛନ୍ତି। ଏହାଦ୍ୱାରା ଅଭିଯୋଗର ବିଚାରବିଭାଗୀୟ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ହୋଇଥିବା ଆବେଦନ ଖାରଜ ହୋଇଛି। 
 
6. ED Raids in Jharkhand: ବେଆଇନ ଖଣିଜ ଖନନ ସମ୍ପର୍କିତ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି  ଝାଡ଼ଖଣ୍ଡ ଓ ରାଜସ୍ଥାନରେ ଚଢ଼ଉ କରାଯାଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଠିକଣାରେ ଏହି ଚଢ଼ଉ କରାଯାଇଛି। ଏହାଦ୍ୱାରା ଝାଡ଼ଖଣ୍ଡରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। 
 
7. New guidelines for School Bus in Odisha: ରାଜ୍ୟରେ ବସ୍‍ରେ ଯାଉଥିବା ପିଲାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଲାଗି ଆଜି ନୂଆ ସ୍କୁଲ୍‍ ବସ୍‍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ନୂଆ ଗାଇଡଲାଇନରେ ବସ୍‍ ମାନଙ୍କୁ ଅଗ୍ନି ନିର୍ବାପକ ଓ ଫାଷ୍ଟଏଡ୍‍ ଚିକିତ୍ସା ସୁବିଧା ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଡ୍ରାଇଭରଙ୍କ ୫ ବର୍ଷର ଅଭିଜ୍ଞତା ସାଙ୍ଗକୁ ବସର ସର୍ବାଧିକ ଗତି ୫୦ କିଲୋମିଟରରେ ସୀମିତ କରାଯାଇଛି। ଏହାସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କଚ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। 
 
8. Stipend hike: ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି ରାଜ୍ୟ ସରକାର। ଡି’ ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ  ଏଏନ୍‌ଏମ୍‌ଙ୍କ ମାସିକ ଷ୍ଟାଇପେଣ୍ଡ ୨୦୦୦ ଟଙ୍କା, BSC ନର୍ସିଂ (ଇଣ୍ଟର୍ନଶିପ୍‌)ଙ୍କ ଷ୍ଟାଇପେଣ୍ଡ ୫ ହଜାର ଟଙ୍କା ଓ ଏମ୍‌ଫିଲ୍‌ (କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରାଟିକ୍‌ ସୋସିଆଲ ୱାର୍କ) ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
 
9. New Covid cases in Odisha: ରାଜ୍ୟରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚିଲା। ସମସ୍ତ ଆକ୍ରାନ୍ତ ନିଜ ଘରେ ଏକାନ୍ତବାସରେ ରହିଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସ୍ଥିତି ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। 
 
10. No reason to divorce:  ସନ୍ତାନ ଜନ୍ମ କରିପାରୁ ନାହାନ୍ତି ବୋଲି ଅଭିଯୋଗ କରି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦିଆଯାଇପାରିବନାହିଁ। ଏହା ସ୍ତ୍ରୀର ସ୍ୱାମୀ ପ୍ରତି ମାନସିକ ନିର୍ଯାତନା ନୁହେଁ ବୋଲି କହିଛନ୍ତି ମାଡ୍ରାସ୍‍ ହାଇକୋର୍ଟ। ଜଣେ ପୀଡ଼ିତା କ୍ୟାନ୍ସର ଆକ୍ରାନ୍ତ ହେବା ପରେ ଗର୍ଭାଶୟ ବାହାର କରିଥିବାରୁ ସେ ସନ୍ତାନ ଜନ୍ମ କରାଇବାରେ ସମର୍ଥ ହେଉ ନଥିଲେ। ହେଲେ ଏହାକୁ ସ୍ତ୍ରୀର କ୍ରୁରତା ବୋଲି ଅଭିଯୋଗ କରି ତାଙ୍କ ବିରୁଦ୍ଧରେ ଛାଡ଼ପତ୍ର ପ୍ରଚେଷ୍ଟା କରିଥିଲେ ସ୍ୱାମୀ।