IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍
Advertisement
Article Detail0/zeeodisha/odisha2225299

IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍

IFA Tablet: ଖରା ଛୁଟିରେ (Summer Vcation 2024) ଛାତ୍ରଛାତ୍ରୀ ଆଇରନ୍ ଓ ଫଲିକ ଏସିଡ଼ ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟତ୍ରୀ । ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟକୁ ଆନେମିଆ ମୁକ୍ତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଖରାଛୁଟିର ପ୍ରତି ସପ୍ତାହର ସୋମବାର ପିଲାଙ୍କୁ ଏହି ବଟିକା ଦିଆଯିବ ।

ସୂଚନାଯୋଗ୍ୟ, ସ୍କୁଲ ଖୋଲିବା ପୂର୍ବରୁ ଏହି ଆଇଏଫଏ ଟାବଲେଟ୍ (IFA Tablet) ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି ବଟିକା ଦିଆଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (School & Mass Education Department) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପଠାଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ବଣ୍ଟନ କରାଯିବ । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗୋଲାପୀ ରଙ୍ଗର ଆଇଏଫଏ ଟାବଲେଟ୍ ସେହିପରି ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନୀଳ ରଙ୍ଗର ଆଇଏଫଏ ଟାବଲେଟ୍ ପ୍ରଦାନ କରାଯିବ ।

ତେବେ ଅଭିବାକଙ୍କ ଉପସ୍ଥିତିରେ ଏକ୍ସପାରୀ ତାରିଖ (Expiry Date) ଯାଞ୍ଚ କରି ଏହି ବଟିକା ପ୍ରଦାନ କରାଯିବ । ବଟିକା ପ୍ରଦାନ ପୂର୍ବରୁ କାର୍ଯ୍ୟକାରିତା ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବ । ପିଲାମାନେ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପରେ ଏହି ବଟିକା ଖାଇବେ । ଆବଶ୍ୟକ ପଡ଼ିଲେ ଏହି ବଟିକାର ବିତରଣର ତଦାରଖ ସ୍କୁଲ ପରିଚାଳନା କମିଟି (School Management Committee) କରିବ । ଖରାଛୁଟିରେ ବଣ୍ଟନ ହୋଇଥିବା ବଟିକାର ସମସ୍ତ ତଥ୍ୟକୁ ଦାଖଲ ହେବ । ଏହାର ଦାୟିତ୍ବ ବ୍ଲକ ଶିକ୍ଷା ଅଧିକାରୀମାନେ ନେବେ ।