Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1987639

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 1st December 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Afternoon Bulletin Top News Headlines from 1st December 2023
Top 10 News Headlines in Odia | December 26 | Afternoon|  1. Alert for Cyclone: ଆଜି ଅବପାତରେ ପରିଣତ ହୋଇଛି ଳଘୁଚାପ।  ଏହାର କେନ୍ଦ୍ରସ୍ଥଳ ପୁଡୁଚେରୀ ଠାରୁ ୭୯୦, ଚେନ୍ନାଇ ଠାରୁ ୮୦୦ କିମି ଦୂରରେ ଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ୩ ତାରିଖ ରବିବାର ଦିନ ଏହା ବାତ୍ୟାରେ ପରିଣତ ହେବ। ୪ ତାରିଖ ସଂଧ୍ୟାରେ ଚେନ୍ନାଇ ଓ ମଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରେ ଉପକୂଳ ଓଡ଼ିଶାରେ ପବନ ବେଗ ଘଣ୍ଟାପ୍ରତି ୩୫ରୁ ୫୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ସାମୁଦ୍ରିକ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
 
2. Drugs worth 200 crores seized at Paradeep Port: ପାରାଦୀପ ବନ୍ଦରରେ ଏକ ଜାହାଜରୁ ୨୦୦ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରାଯାଇଛି।  ଡେନମାର୍କକୁ ଷତ୍ଟିଲ୍‍ ନେବା ଲାଗି ଏହି ଜାହାଜ ପାରାଦୀପରେ ପହଞ୍ଚିଥିଲା। ଲୁହା ଲୋଡିଂ ସମୟରେ ଏମଭି-ଦେବୀ ପାନାମା ନାମକ ଏହି ଜାହାଜରେ କୋକେନ୍‍ ଥିବା ନେଇ ସନ୍ଦେହ କରାଯାଇଥିଲା। ପରେ କଷ୍ଟମସ ବିଭାଗ ୨୨ଟି ପ୍ୟାକେଟ୍‍ କୋକେନ୍‍ ଜବତ କରିଛନ୍ତି। ଇଜିପ୍ଟରୁ ଇଣ୍ଡୋନେସିଆର ଗ୍ରେସିକ ବନ୍ଦର ଦେଇ ଏହି ଜାହାଜଟି ଗତ ୨୨ ତାରିଖରେ ପାରାଦୀପ ଆସିଛି। 
 
3. Tulsi Yatra: ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ଶୃଙ୍ଖଳିତ ଭକ୍ତଙ୍କ ଦର୍ଶନ, ରତ୍ନ ଭଣ୍ଡାର ଖୋଲିବା ଦାବିନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ତୁଳସୀ ଯାତ୍ରା ଅନୁଷ୍ଠିତ ହେବ। ସକାଳ ୯ଟାରୁ ପ୍ରଦେଶ କଂଗ୍ରେସଠାରୁ ଏକ ଶୋଭାଯାତ୍ରା ବାହାରିବ। ଏହା ସକାଳ ସାଢ଼େ ୧୦ଟାରେ ପୁରୀ ପହ୍ୟ୍ଚିବା କାର୍ଯ୍ୟକ୍ରମ ରହିଛି। ଶରଧାବାଲିରୁ ଶ୍ରୀମନ୍ଦିର ଯାଏ ଚାଲି ଚାଲି କଂଗ୍ରେସ କର୍ମୀ ଓ ସାଧାରଣ ଜନତା ଶ୍ରୀମନ୍ଦିର ଯାଏ ଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ ହୋଇଥିବା ତୁଳସୀକୁ ଶ୍ରୀଜିଉଙ୍କୁ ପ୍ରଦାନ କରିବା ସହ ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। 
 
4. Road Accident: ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ପୁଡାମାରି ଗାଁରୁ ଆସୁଥିବା ଭ୍ୟାନ‌ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ  ଧକ୍କା ଦେବାରୁ  ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଭ୍ୟାନରେ ଥିବ‌ା ଅନ୍ୟ ଯାତ୍ରୀମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।ପରେ ତିନିଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି।
 
5.   3Lakhs assistance to the deceased family members: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ବି ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
 
6. New rules for Sim Card: ଆଜିଠାରୁ ଲାଗୁ ହୋଇଛି ନୂଆ ସିମ୍‍ କାର୍ଡ ନିୟମ। ଏହି ନିୟମ ଅନୁସାରେ ସିମ୍‍ କାର୍ଡ ବିକୁଥିବା ଡିଲରଙ୍କୁ ମଧ୍ୟ  କେଓ୍ୱାଇସି ପ୍ରଦାନ କରିବାକୁ ହେବ। କ୍ରତାଙ୍କୁ ଡିଜିଟାଲ୍‍ କେଓ୍ୱାଇସି ଦେବାକୁ ବାଧ୍ୟତାମୂଳକ କରାଯାଇଛି। ସିମ୍‍ କିଣା ହେବାର ୨୪ ଘଣ୍ଟା ଯାଏ କୌଣସି ଏସ୍‍ଏମ୍‍ଏସ୍‍ ପଠାଯାଇପାରିବ ନାହିଁ। ଅନ୍‍ଲାଇନ୍‍ ଠକେଇକୁ ରୋକିବା ଲାଗି ଏହି ନିୟମ ପ୍ରଣୟନ କରାଯାଇଛି। 
 
7. Odisha Book fair “Akshara” to start today: ଆଜିଠାରୁ ରାଜ୍ୟସ୍ତରୀୟ ପୁସ୍ତକ ପ୍ରଦର୍ଶନୀ ‘ଅକ୍ଷର’ ଆରମ୍ଭ ହେବାକୁ ଯାଉଛି। ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଏହି ପ୍ରଦର୍ଶନୀ ଉଦ୍ଘାୟଟନ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ଆଭାସୀ ମାଧ୍ୟମରେ ଉଦ୍ଘାଶଟନ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସଂସ୍କୃତି ବିଭାଗର ପ୍ରୋତ୍ସାହନରେ ଏହି ମେଳା ୧୦ ତାରିଖ ଯାଏ ଚାଲିବ। ୫୫୦ରୁ ଅଧିକ ଷ୍ଟଲ୍‍ ଏଠାରେ ଖୋଲାଯିବାର ଯୋଜନା ରହିଛି। 
 
8.    Uttarkashi Tunnel Rescue: ଉତ୍ତରାଖଣ୍ଡର ଶିଲକ୍ୟାରା ଟନେଲ୍‍ରେ ୧୭ ଦିନ ଫଶି ରହିଥିବା ୪୧ ଶ୍ରମିକଙ୍କ ଭିତରେ ଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କୁ ହସ୍‍ପିଟାଲ୍‍ରୁ ଡିସ୍‍ଚାର୍ଜ କରାଯାଇଛି। ସେମାନଙ୍କ ଭିତରୁ ୪ ଜଣ ଆଜି ରାଜ୍ୟ ସରକାରଙ୍କ ଜଣେ ଶ୍ରମ ଅଧିକାରୀଙ୍କ ସହାୟତାରେ ଓଡ଼ିଶା ଫେରିଛନ୍ତି। ନୂଆ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ପରେ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। 
 
9. Exit Poll hits discussion: ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ ପ୍ରଭୃତି ୫ ରାଜ୍ୟ ପାଇଁ ମତାମତ ଗ୍ରହଣ ଶେଷ ହୋଇଛି। ଏବେ ଭୋଟରଙ୍କ ବୁଥ ବାହୁଡ଼ା ମତକୁ ଗ୍ରହଣ କରି କେଉଁ ରାଜନୀତିକ ଦଳ ସରକାର ଗଢ଼ିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଭନ୍ନ ଜନମତ ସର୍ବେକ୍ଷଣକାରୀ ସଂସ୍ଥା ଅନୁସାରେ ଛତିଶଗଡ଼ରେ କଂଗ୍ରେସ, ତେଲେଙ୍ଗାନାରେ ଟିଆର୍ଏନସ୍‍ ରାଜସ୍ଥାନରେ ବିଜେପି, ମିଜୋରାମରେ ଜୋରାମ ପାର୍ଟି ବହୁମତ ପାଇବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶରେ ଉଭୟ ବିଜେପି ଓ କଂଗ୍ରେସ ଦଳ ଭିତେ କଡ଼ା ମୁକାବିଲା ହେବା ନେଇ ସର୍ବେକ୍ଷଣ ସଂସ୍ଥାମାନେ ପ୍ରକାଶ କରିଛନ୍ତି।
 
10. New Movies released today:  ଆଜି ଭାରତୀୟ ଫିଲ୍ମ ପର୍ଦ୍ଦାରେ ବିଭିନ୍ନ ସିନେମ ମୁକ୍ତିଲାଭ କରିବାକୁ ଯାଉଛି। ହିନ୍ଦି ଫିଲ୍ମ ଭାବେ ‘ଆନିମଲ’ , ‘ଶାମ୍‍ ବହାଦୂର’ ମୁକ୍ତିଲାଭ କରିବାକୁ ଥିବାବେଳେ ତେଲୁଗୁରେ ଉପେନ୍ଦ୍ର ଗାଡି ଆଡ୍ଡା’, ‘ଅଥର୍ବ, ‘କଲିଂ ସହସ୍ର’, ପାଲେ ଗୁଟିକି’, ତାମିଲ ଭାଷାରେ ଅନ୍ନପୂରାଣି, ଭା ବରଳାମ ଭା, ପାର୍କିଂ, ନାଡ଼ୁ, ସୁରଗାନ, କନ୍ନଡରେ ରାଞ୍ଚି, ଅର୍ଦ୍ଧମ୍ବର୍ଦ୍ଧ ପ୍ରେମକଥେ, ଶୋଷିତେ, ଗା- ରୁଡ଼ିଗା, ମଲାୟାଲାମରେ ଫିଲିପ୍ସ, ଆଣ୍ଟୋନୀ, ଗୁଜରାଟିରେ କାନୁଭାଇ ଦ ଗ୍ରେଟ୍‍ ପ୍ରଭୃତି ସିନେମା ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।