Indian Navy:୪୦ ଘଣ୍ଟାର ଅପରେସନ୍ ପରେ ଭାରତୀୟ ନୌସେନା ଆଗରେ ଆତ୍ମସମର୍ପଣ କଲେ ସୋମାଲି ଜଳଦସ୍ୟୁ
Advertisement

Indian Navy:୪୦ ଘଣ୍ଟାର ଅପରେସନ୍ ପରେ ଭାରତୀୟ ନୌସେନା ଆଗରେ ଆତ୍ମସମର୍ପଣ କଲେ ସୋମାଲି ଜଳଦସ୍ୟୁ

ଭାରତୀୟ ନୌସେନା ଏକ ଅପରେସନରେ ୩୫ ଜଣ ସୋମାଲି ଜଳଦସ୍ୟୁଙ୍କୁ ଗିରଫ କରିବା ସହ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଅପରେସନ ବାବଦରେ ସୂଚନା ଦେଇ ରବିବାର ନୌସେନା ପକ୍ଷରୁ କୁହାଯାଇଛି ଯେ ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

SOCIAL MEDIA

Indian Navy: ଭାରତୀୟ ନୌସେନା ଏକ ଅପରେସନରେ ୩୫ ଜଣ ସୋମାଲି ଜଳଦସ୍ୟୁଙ୍କୁ ଗିରଫ କରିବା ସହ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଅପରେସନ ବାବଦରେ ସୂଚନା ଦେଇ ରବିବାର ନୌସେନା ପକ୍ଷରୁ କୁହାଯାଇଛି ଯେ ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଭାରତୀୟ ଉପକୂଳଠାରୁ ପ୍ରାୟ ୨,୬୦୦ କିଲୋମିଟର ପୂର୍ବ ଦୀଗରେ ନୌସେନା ଶନିବାର ଏକ ଅପରେସନ କରି ମାଲ୍ଟା ପତାକାଧାରୀ ବାଣିଜ୍ୟ ଜାହାଜ (ଏମଭି) ରୁଏନକୁ ନିଜ କବଜାକୁ ନେଇଥିଲା। ଏହି ଜାହଜ ଉପରେ ସୋମାଲି ଜଳଦସ୍ୟୁ କବଜା କରିଥିଲେ।  ପାଖାପାଖି ୪୦ ଘଣ୍ଟା ଧରି ଚାଲିଥିବା ଏହି ଅପରେସନ ରେ ନୌସେନା ଆଇଏନଏସ କୋଲକାତା, ଆଇଏନଏସ ସୁଭଦ୍ରା ଏବଂ ସି ଗାର୍ଡିଆନ ଡ୍ରୋନ ମୁତୟନ କରିଥିଲା । ଏହାକୁ ସଫଳ କରିବା ପାଇଁ ସି-୧୭ ବିମାନରୁ ସ୍ୱତନ୍ତ୍ର ମାର୍କୋସ୍ କମାଣ୍ଡୋଙ୍କୁ ଅବତରଣ କରାଯାଇଥିଲା।

ଜାହାଜ କୁ ଭାରତ ଅଣାଯିବ

ଡିସେମ୍ବର ୧୪ ତାରିଖରେ ଏମଭି ରୁଏନଙ୍କୁ ସୋମାଲି ଡକାୟତମାନେ ଅପହରଣ କରି ନେଇଥିଲେ ବୋଲି ନୌସେନା କହିଛି। ତେବେ ବର୍ତ୍ତମାନ ସୁଦ୍ଧା ଏମଭି ରୁଏନର ସମୁଦ୍ର ଯୋଗ୍ୟତା ଆକଳନ କରାଯାଉଛି ଏବଂ ଜାହାଜରେ ପ୍ରାୟ ୩୭,୮୦୦ ଟନ୍ ମାଲ ବୋଝେଇ ହୋଇଛି । ଯାହାର ମୂଲ୍ୟ ପାଖାପାଖି ୧୦ ମିଲିୟନ ଆମେରିକୀୟ ଡଲାର । ଏବେ ଏହି ଜାହାଜକୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବ। ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରାୟ ସାତ ବର୍ଷ ମଧ୍ୟରେ ସୋମାଲି ଜଳଦସ୍ୟୁଙ୍କ କବଜାରୁ  ପ୍ରଥମ କରି କୌଣସି ଜାହଜକୁ ଉଦ୍ଧାର କରାଯାଇଛି।

ଡ୍ରୋନ୍ ଦ୍ୱାରା ଜାହଜରେ ଜଳଦସ୍ୟୁ ଥିବା ନିଶ୍ଚିତ ହୋଇଥିଲା

ୟେମେନର ହୁଥି ବିଦ୍ରୋହୀଙ୍କ ଦ୍ୱାରା ଲୋହିତ ସାଗରରେ ମାଲବାହୀ ଜାହାଜ ଉପରେ ଆକ୍ରମଣ ବୃଦ୍ଧି ପାଇବା ପରେ ନୌସେନା ରଣନୈତିକ ଜଳପଥ ଉପରେ ନଜର ରଖିବା ପାଇଁ ୧୦ରୁ ଅଧିକ ଯୁଦ୍ଧ ଜାହାଜ ମୁତୟନ କରିଛି। ନୌସେନା କହିଛି ଯେ ବୁଧବାର ସକାଳେ ଆଇଏନ୍ଏସ୍ କୋଲକାତା ରୁଏନକୁ ଅଟକାଇଥିଲା  ଡ୍ରୋନ୍ ମାଧ୍ୟମରେ ସଶସ୍ତ୍ର ଜଳଦସ୍ୟୁଙ୍କ ଉପସ୍ଥିତି ନିଶ୍ଚିତ ହୋଇଥିଲା। ଜଳଦସ୍ୟୁମାନେ ଡ୍ରୋନକୁ ଖସାଇ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଜଳଦସ୍ୟୁଙ୍କ ଆତ୍ମସମର୍ପଣ

ସି-୧୭ ବିମାନ ରୁ ମାର୍କୋସ୍ କମାଣ୍ଡୋମାନେ ଜାହାଜ ଉପରେ ଅବତରଣ କରିଥିଲେ। ସେମାନେ ଜଳଦସ୍ୟୁଙ୍କୁ ନିଜ କବଜାକୁ ନେବା ସହ ରୁନେନର ୧୭ ଜଣ କ୍ରୁ ମେମ୍ବରଙ୍କୁ ମୁକ୍ତ କରିଥିଲେ। ଭାରତୀୟ ନୌସେନାର କ୍ରମାଗତ ଚାପ ଓ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୪୦ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ସୋମାଲିଆର ସମସ୍ତ 35 ଜଳଦସ୍ୟୁ  ଆତ୍ମସମର୍ପଣ କରିଥିଲେ।