ଜଗନ୍ନାଥ ମନ୍ଦିର ୨୨ ପାହାଚର ଏହି ଶିଳାକୁ ଭୁଲ ରେ ବି ଛୁଇଁବେ ନାହିଁ,ପାପ ଯିବା ବଦଳରେ ଲାଗିଯିବ
Advertisement
Article Detail0/zeeodisha/odisha1174059

ଜଗନ୍ନାଥ ମନ୍ଦିର ୨୨ ପାହାଚର ଏହି ଶିଳାକୁ ଭୁଲ ରେ ବି ଛୁଇଁବେ ନାହିଁ,ପାପ ଯିବା ବଦଳରେ ଲାଗିଯିବ

ଜଗନ୍ନାଥ ମନ୍ଦିର ୨୨ ପାହାଚର ଏହି ଶିଳାକୁ  ଭୁଲ ରେ ବି ଛୁଇଁବେ ନାହିଁ,ପାପ ଯିବା ବଦଳରେ ଲାଗିଯିବ,ମହାପ୍ରଭୁ ଜଗନ୍ନାଥଙ୍କ ୨୨ ପାହାଚର ଶିଳା ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ,ଏହି ବିରଳ ସଂସ୍କୃତି ପରମ୍ପରା ଓ ପୌରାଣିକ ତଥା  ଆଧ୍ୟତ୍ମିକ ବାର୍ତ୍ତା କିପରି ବିଶ୍ୱକୁ ପ୍ରଦାନ କରେ ଓ ସାରା ବିଶ୍ୱର ପ୍ରତ୍ୟକ ବ୍ୟକ୍ତିଙ୍କୁ କିପରି  ଶାନ୍ତି ମାର୍ଗରେ ଚାଲିବା ପାଇଁ ବାଧ୍ୟ କରେ ଏହାକୁ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ। 

ଶ୍ରୀ ମନ୍ଦିର ୨୨ ପାହଚ

ଜଗନ୍ନାଥ ସଂସ୍କୃତି ଏକ ବିରଳ ସଂସ୍କୃତି , ଏହି ସଂସ୍କୃତି ବିଷୟରେ ଯେତେ ଅନୁଧ୍ୟାନ କଲେ ମଧ୍ୟ ଏହା ସର୍ବଦା କମ ପଡ଼ିଯାଏ ,ତେଣୁ  ଜଗନ୍ନାଥ ସଂସ୍କୃତି କୁ ଜାଣିବା ପାଇଁ ପ୍ରତ୍ୟକ ଭକ୍ତର ମନରେ ସର୍ବଦା ପ୍ରବଳ ଆଗ୍ରହ ଭରି ରହିଥାଏ। ମହାପ୍ରଭୁ ଜଗନ୍ନାଥଙ୍କ ୨୨ ପାହାଚର ଶିଳା ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ,ଏହି ବିରଳ ସଂସ୍କୃତି ପରମ୍ପରା ଓ ପୌରାଣିକ ତଥା  ଆଧ୍ୟତ୍ମିକ ବାର୍ତ୍ତା କିପରି ବିଶ୍ୱକୁ ପ୍ରଦାନ କରେ ଓ ସାରା ବିଶ୍ୱର ପ୍ରତ୍ୟକ ବ୍ୟକ୍ତିଙ୍କୁ କିପରି  ଶାନ୍ତି ମାର୍ଗରେ ଚାଲିବା ପାଇଁ ବାଧ୍ୟ କରେ ଏହାକୁ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ। 

କୁହାଯାଏ ଶ୍ରୀ ମନ୍ଦିରକୁ ପ୍ରବେଶ କରିବା ସମୟରେ ଭକ୍ତମାନେ ୨୨ ପାହଚର ସ୍ପର୍ଶରେ ସେମାନଙ୍କର ପାପ କୁ ରହିତ କରନ୍ତି, ଏହା ପରେ ଶ୍ରୀ ଜିଉ ଙ୍କ ଦର୍ଶନ ଲାଭ କରି ଜୀବନର ମୋକ୍ଷ ଲାଭ କରନ୍ତି, କୁହାଯାଏ ନିଃସନ୍ତାନି ମାନେ ନିଜର ସନ୍ତାନ କାମନା କରି  ୨୨ ପାହାଚରେ ଏକ ଯାଚଜ୍ଞା କାମନା କରିଥାନ୍ତି,ସନ୍ତାନ ପ୍ରାପ୍ତି ପରେ ମା ଛୁଆକୁ ଏହି ବାଇଶି ପାହାଚରେ ଗଡ଼ାଇ ,ନିଜର ଛୁଆର ମଙ୍ଗଳକାମନା କରନ୍ତି। ଆମ୍ଭେ ଜାଣନ୍ତି ୨୨  ପାହାଚରେ ବ୍ରହ୍ମଲୋକ ,ପିତୃଲୋକ ଧୃବଲୋକ ଓ ଅଷ୍ଟବୈକୁଣ୍ଠ ଆଦି ବିରାଜମାନ ଅଛନ୍ତି, ଏହି ୨୨ ପାହାଚରେ ପିତୃଲୋକ ଥିବା କାରଣରୁ ଏଠାରେ ପିଣ୍ଡ ଦାନ ବସ୍ତ୍ରଦାନ ଅନ୍ନଦାନ କରି ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ହୋଇଥାଏ,ଏହି ପରମ୍ପରା ଅନୁସାରେ ୨୨ ପାହାଚରେ ପିଣ୍ଡ ଦାନ ବି କରାଯାଇଥାଏ ଯାହାକୁ ତର୍ପଣ ବୋଲି କୁହାଯାଏ। ତେଣୁ ହିନ୍ଦୁମାନଙ୍କ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଶ୍ରାଦ୍ଧ ଏକ ବୈଦିକ ରୀତି ଅଟେ । ଯେତେବେଳେ ଆମେ ଶ୍ରୀମନ୍ଦିରର ଶିଳା କଥା ଆଲୋଚନା କରିଥାଉ ,ମନରେ ଦୁଇଟି ଶିଳା କଥା ଆସିଥାଏ। ସେଥିମଦ୍ୟରୁ ଗୋଟେ 'ଜମ, ଶିଳା ଅନ୍ୟଟି 'ମୁକ୍ତି, ଶିଳା କୁହାଯାଏ। କୁହାଯାଏ ଜମ ଶିଳାକୁ କୁ ଛୁଇଁଲେ ,ମନୁଷ୍ୟର ଜୀବନରେ ଜମ ଦୋଷ ଛାଡି ଚାଲିଯାଏ। ଏହାର ଅର୍ଥ ଏହି ଶିଳାର ସ୍ପର୍ଶରେ ଅକାଳ ମୃତ୍ୟୁ ହୁଏ ନାହିଁ । ଅନ୍ୟପକ୍ଷରେ ଯେତେ ବେଳେ ମୁକ୍ତି ଶିଳା କୁ ସ୍ପର୍ଶ କାରାଯାଏ ସେତେବେଳେ ମନୁଷ୍ୟକୁ ମୁକ୍ତି ମିଳିଯାଏ ବୋଲି କୁହାଯାଏ। 

ସୁତରାଂ ଭକ୍ତ ଯେତେ ବେଳେ ଅରୁଣ ସ୍ତମ୍ଭ ଦର୍ଶନ କରି ଶ୍ରୀମନ୍ଦିରକୁ ଅଗ୍ରସର କରେ ,ପ୍ରଥମେ ବାଇଶି  ପାହଚର ଆରମ୍ଭରରେ ଏକ ପାହାଚରେ ଏକ କଲା ରଙ୍ଗର ଶିଳା ଦେଖିବାକୁ ପାଇଥାଏ ,ଯେଉଁ ଶିଳାକୁ ମୁକ୍ତି ଶିଳା ବୋଲି କୁହାଯାଏ , ମାନ୍ୟତା ଅଛି ଯେ ମନ୍ଦିରକୁ ଜୀଉଙ୍କୁ ଦର୍ଶନ ପାଇଁ ଯାଉଥିବା ଭକ୍ତ ଏହାକୁ ସ୍ପର୍ଶ କରିବା ଠିକ ନୁହେଁ ,କାରଣ ଜୀଉଙ୍କୁ ଦର୍ଶନ କରି ଭକ୍ତ ଯେଉଁ ପାପାକୁ ନାସ କରି ଥାଏ ଯଦି ପୁନଶ୍ଚ ଏହି ଶିଳାକୁ ସ୍ପର୍ଶ କରେ ପାପ ନାସ କରିବା ସ୍ଥାନରେ, ପାପକୁ ସାଙ୍ଗରେ  ନେଇ ଆସି ଥାଏ।