‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ
Advertisement
Article Detail0/zeeodisha/odisha2123139

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ

ହେଲିପ୍ୟାଡରୁ ସଭାସ୍ଥଳକୁ ଯିବା ସମୟରେ ଭିଡ ମଧ୍ୟରୁ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଟମାଟୋ ମାଡ କରିଥିବା ଯୁବକଙ୍କୁ କାବୁ କରିଥିଲେ । ଉପସ୍ଥିତ ବିଜେଡି କର୍ମୀ ରାଗରେ ଉକ୍ତ ଯୁବକଜଣକୁ ନିର୍ଦ୍ଧୁମ ପିଟାପିଟି କରିଥିବା ସୂଚନା ମିଳିଛି ।

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ

ଗଞ୍ଜାମ: ବେଲଗୁଣ୍ଠାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ୫ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନଙ୍କୁ ଟମାଟୋ ମାଡ ହୋଇଛି । ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଥିବା କୁହାଯାଉଛି । ଯୁବକ ଜଣକ କଂଗ୍ରେସ କର୍ମୀ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ଆଜି ମଧ୍ୟାହ୍ମ ୧୨ଟା ସମୟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୫ଟି ଅଧ୍ୟକ୍ଷ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବେଲକୁଣ୍ଠାରେ ପହଞ୍ଚିଥିଲେ । ହେଲିପ୍ୟାଡରୁ ସଭାସ୍ଥଳକୁ ଯିବା ସମୟରେ ଭିଡ ମଧ୍ୟରୁ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଟମାଟୋ ମାଡ କରିଥିବା ଯୁବକଙ୍କୁ କାବୁ କରିଥିଲେ । ଉପସ୍ଥିତ ବିଜେଡି କର୍ମୀ ରାଗରେ ଉକ୍ତ ଯୁବକଜଣକୁ ନିର୍ଦ୍ଧୁମ ପିଟାପିଟି କରିଥିବା ସୂଚନା ମିଳିଛି । ପୋଲିସ୍ ଘଟଣାରେ ହସ୍ତକ୍ଷେପ କରି ପରବର୍ତ୍ତୀ ସମୟରେ ଯୁବକଙ୍କୁ ଥାନାକୁ ନେଇଥିଲା 

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସ ୧୯ ତାରିଖରେ ପୁରୀ ସତ୍ୟବାଦୀ ଅଞ୍ଚଳରେ ଭି କେ ପାଣ୍ଡିଆନଙ୍କ ଉପରକୁ ଜଣେ ଦୁର୍ବୃତ୍ତ କାଳିମାଡ କରିଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ କାଳିମାଡର ଶିକାର ହୋଇଥିଲେ । କାଳିମାଡ କରିଥିବା ଦୁର୍ବୃତ୍ତ ଭାସ୍କର ସାହୁଙ୍କୁ ପୋଲିସ୍ ଗିରଫ କରିଥିଲା । କାଳିମାଡ ପରେ ଉପସ୍ଥିତ କିଛି ମହିଳା ନିଜ ପଣତକାନିରେ ପାଣ୍ଡିଆନଙ୍କ ମୁହଁରୁ କାଳି ପୋଛିଦେଇଥିଲେ । 

Also Read- Samsung Galaxy F15 5G: ଦମଦାର ଫିଚର ଜବରଦସ୍ତ ବ୍ୟାଟେରୀ ପାୱାର୍ ସହ ଆସୁଛି ଏହି ଫୋନ୍

Also Read- Grah Gochar 2024: ଏହି ୬ଟି ରାଶି ପାଇଁ ମାର୍ଚ୍ଚ ମାସ ଖୁବ୍ ଖାସ୍, ୫ ଗ୍ରହଙ୍କ ଚଳନରୁ ମିଳିବ ଲାଭ