Odisha News: ଏହି ଦିନଠୁ ଆରମ୍ଭ ହେବ ବିଶ୍ବ ଦକ୍ଷତା କେନ୍ଦ୍ରରେ ସ୍ପଷ୍ଟ୍ ନାମଲେଖା
Advertisement

Odisha News: ଏହି ଦିନଠୁ ଆରମ୍ଭ ହେବ ବିଶ୍ବ ଦକ୍ଷତା କେନ୍ଦ୍ରରେ ସ୍ପଷ୍ଟ୍ ନାମଲେଖା

Odisha News: ବିଶ୍ବ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ସ୍ପଷ୍ଟ ନାମଲେଖା ୨୭ ତାରିଖରୁ ଆରମ୍ଭ ହେବ। ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ଚାଲିବ।  ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣ ପତ୍ର ସାଙ୍ଗରେ ଆଣି ନାମ ଲେଖାଇପାରିବେ।  ସ୍କୁଲ୍ ଅଫ ଇଂଜିନିୟରିଂ ଓ ସ୍କୁଲ୍ ଅଫ୍  ସର୍ଭିସେସ୍  ଅଧିନରେ ମୋଟ୍ ୭ଟି ବିଷୟରେ ନାମଲେଖା କରାଯିବ। 

 

 

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha News: ବିଶ୍ବ ଦକ୍ଷତା କେନ୍ଦ୍ରରେ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ସ୍ପଷ୍ଟ ନାମଲେଖା ୨୭ ତାରିଖରୁ ଆରମ୍ଭ ହେବ। ଆସନ୍ତା ମାସ ୬ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ଚାଲିବ।  ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣ ପତ୍ର ସାଙ୍ଗରେ ଆଣି ନାମ ଲେଖାଇପାରିବେ।  ସ୍କୁଲ୍ ଅଫ ଇଂଜିନିୟରିଂ ଓ ସ୍କୁଲ୍ ଅଫ୍  ସର୍ଭିସେସ୍  ଅଧିନରେ ମୋଟ୍ ୭ଟି ବିଷୟରେ ନାମଲେଖା କରାଯିବ।  ନାମଲେଖା ପ୍ରକ୍ରିୟା  ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।  ବିଶ୍ବ ଦକ୍ଷତା କେନ୍ଦ୍ରରେ ସ୍କୁଲ୍ ଅଫ୍ ଇଂଜିନିୟରିଂ ବିଭାଗ ଅଧିନରେ  ମେକାନିକାଲ୍ ଆଣ୍ତ ଇଲେକ୍ଟ୍ରିକାଲ୍  ସର୍ଭିସେସ୍, ଏୟାର କଣ୍ତିସନିଂ ଆଣ୍ତ ରେଫ୍ରିଜେଟରେସନ୍, ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ୍, ମେକାଟ୍ରୋନିକ୍ସ ଏବଂ ଇଲେକ୍ରିକାଲ୍ ଟେକନୋଲୋଜି ଭଳି ୫ ଅତ୍ୟାଧୁନିକ ବିଷୟ ରହିଛି। ସେହିପରି ସ୍କୁଲ୍ ଅଫ୍ ସର୍ଭିସେସ୍,  ଅଧିନରେ ଫ୍ୟାସନ୍ ଆଣ୍ତ ଡିଜାଇନ୍  ଏବଂ ବ୍ୟଟି ଓ୍ବେଲନେସ୍ ଆଣ୍ତ ସ୍ପା ଭଳି ୨ ପାଠ୍ୟକ୍ରମରେ ନାମଲେଖାଯିବ। ଏନେଇ ସମସ୍ତ ସୂଚନା ବିଶ୍ବ ଦକ୍ଷତା କେନ୍ଦ୍ର ଓ୍ବେବସାଇଟ୍ ରେ ରହିଛି।

 ALSO READ: Holi 2024 Lucky Zodiac Signs: ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ

 ALSO READ: Mahakaleswar Temple: ଭସ୍ମ ଆଳତୀ ଭସ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ, ୧୩ ଗୁରୁତର