Suktel Project: ଦୁଃଖ ଦେଉଛି ସୁକତେଲ ପ୍ରକଳ୍ପ, ପାଣି ମାଡିଆସିବାରୁ ଇଷ୍ଟପ୍ରଭୁଙ୍କୁ ସାଙ୍ଗରେ ଧରି ଗାଁ ଛାଡିଲେ ଲୋକେ
Advertisement
Article Detail0/zeeodisha/odisha1810082

Suktel Project: ଦୁଃଖ ଦେଉଛି ସୁକତେଲ ପ୍ରକଳ୍ପ, ପାଣି ମାଡିଆସିବାରୁ ଇଷ୍ଟପ୍ରଭୁଙ୍କୁ ସାଙ୍ଗରେ ଧରି ଗାଁ ଛାଡିଲେ ଲୋକେ

Suktel Project: ବଲାଙ୍ଗିର ସୁକତେଲ ପ୍ରକଳ୍ପ (Balangir Lower Suktel project)ବିସ୍ଥାପିତଙ୍କ ଦୁଃଖ। ପାଣି ମାଡି ଆସିବାରୁ ପ୍ରଶାସନ ଅନୁରୋଧରେ ଭିଟାମାଟି ଛାଡିଲେ ଗ୍ରାମବାସୀ । ଗଡଶଙ୍କର ଡୁଙ୍ଗୁରିପାଲି ଗାଁରୁ ବିସ୍ଥାପିତ ହେଲେ ଇଷ୍ଟ ଦେବତା। କାହିଁ କେତେ ଯୁଗରୁ ଗାଁ ରେ ପୂଜା ପାଇ ଆସୁଥିବା ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଲୋକେ ଛାଡ଼ିଲେ ନିଜ ଜନ୍ମ ଗାଁ ଭିଟାମାଟି। ନିର୍ମାଣ ଅସ୍ଥାୟୀ ଶିବିର ମଣ୍ଡପ ଝାଙ୍କର ପାଲିକୁ ଆସିଲେ ପ୍ରଭୁ ଜଗନ୍ନାଥ (lord jagannath)। ସେଇ ଜଣାଣର ପ୍ରତିଫଳନ ଘଟିଛି ଏହି ଦୃଶ୍ୟରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Suktel Project: ବଲାଙ୍ଗିର ସୁକତେଲ ପ୍ରକଳ୍ପ (Balangir Lower Suktel project)ବିସ୍ଥାପିତଙ୍କ ଦୁଃଖ। ପାଣି ମାଡି ଆସିବାରୁ ପ୍ରଶାସନ ଅନୁରୋଧରେ ଭିଟାମାଟି ଛାଡିଲେ ଗ୍ରାମବାସୀ । ଗଡଶଙ୍କର ଡୁଙ୍ଗୁରିପାଲି ଗାଁରୁ ବିସ୍ଥାପିତ ହେଲେ ଇଷ୍ଟ ଦେବତା। କାହିଁ କେତେ ଯୁଗରୁ ଗାଁ ରେ ପୂଜା ପାଇ ଆସୁଥିବା ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ ନେଇ ସ୍ଥାନୀୟ ଲୋକେ ଛାଡ଼ିଲେ ନିଜ ଜନ୍ମ ଗାଁ ଭିଟାମାଟି। ନିର୍ମାଣ ଅସ୍ଥାୟୀ ଶିବିର ମଣ୍ଡପ ଝାଙ୍କର ପାଲିକୁ ଆସିଲେ ପ୍ରଭୁ ଜଗନ୍ନାଥ (lord jagannath)। ସେଇ ଜଣାଣର ପ୍ରତିଫଳନ ଘଟିଛି ଏହି ଦୃଶ୍ୟରେ । ରଥଯାତ୍ରା କି ବାହୁଡ଼ାର ଯାତ୍ରା ଦୃଶ୍ୟ ନୁହେଁ, ତଥାପି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କରାଯାଇଛି ସ୍ଥାନାନ୍ତର । ଆଉ ସମସ୍ତଙ୍କ ଆଖିରୁ ବହି ଯାଉଛି ଦୁଃଖ ଭରା ଲୁହର ଧାର । ଏହି ଦୃଶ୍ୟ କୋଣସି ସିନେମା ନୁହେଁ କି ନାଟକ ନୁହେଁ ଠାକୁରଙ୍କୁ ନେଇ ଯାଉଥିବାରୁ କାନ୍ଦୁଛନ୍ତି ଗ୍ରାମବାସୀ ।

Also Read: Kishore Kumar Birth Anniversary 2023: ଜାଣନ୍ତୁ କାହିଁକି ରିଲିଜ୍ ହୋଇ ନାହିଁ କିଶୋର କୁମାରଙ୍କ ଶେଷ ଗୀତ?

Also Read: Horoscope Today Aug 4 2023: ଧନପ୍ରାପ୍ତିର ଯୋଗ ସହ ଏହି ତିନି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 ଘଣ୍ଟଘଣ୍ଟା, ସଂକୀର୍ତନ ରେ ଖୋଳତାଳରେ କମ୍ପି ଉଠିଛି ପରିବେଶ । ଆଉ ଭକ୍ତିମୟ ପରିବେଶରେ ପ୍ରଭୁ ଜଗନ୍ନାଥଙ୍କୁ କରାଯାଉଛି ସ୍ଥାନାନ୍ତର । ପ୍ରକୃତରେ ଏହା ହେଉଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଗଡ଼ଶଙ୍କର ଡୁଙ୍ଗୁରିପାଲି ଗାଁ। ସୁକତେଲ ପାଣିରେ ଗାଁ ବୁଡ଼ିବ, ଗାଁକୁ ଡ୍ୟାମ୍ ପାଣି ଛୁଇଁଲାଣି। ସୁକତେଲ ପ୍ରକଳ୍ପ ପାଇଁ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଲୋକମାନେ ଗାଁ ଛାଡ଼ିବା ପୂର୍ବରୁ ପ୍ରଥମେ ଗାଁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନ୍ୟତ୍ର ନିଆଯାଉଛି। ଏମିତି ଦୁଃଖଦ ପରିସ୍ଥିତିରେ କିନ୍ତୁ ନିଜ ଭାବବେଗର ଠାକୁରଙ୍କୁ ବର୍ଷ ବର୍ଷ ଧରି ଇଷ୍ଟଦେବତା ଭାବେ ଗାଁରେ ପୂଜା ପାଉଥିବା କାଳିଆ ଠାକୁର ଗାଁ ଛାଡ଼ି ଚାଲି ଯାଉଥିବାରୁ କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ଗାଁ ଲୋକେ। 

ଲୋକଙ୍କ ମନରେ କୋହ ରହିଥିଲା ସତ କିନ୍ତୁ ନିଜେ ବିସ୍ଥାପିତ ହେବେ ଏମିତିରେ ନିଜ ଠାକୁରଙ୍କୁ କେମିତି ଛାଡ଼ି ଚାଲିଯିବେ। ଲୋକଙ୍କ ମୁହଁରେ ଗୋଟିଏ କଥା । ଜଗନ୍ନାଥ ଗାଁର ମୁରବୀ । ମୁରବୀ ଚାଲିଯାଉଛନ୍ତି, ତାଙ୍କ ସୁଖଦୁଃଖ କିଏ ବୁଝିବେ। ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲୀ ଗାଁର ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଝାଙ୍କରପାଲୀକୁ ନିଆଯାଉଛି । ତା ପୂର୍ବରୁ ଲୋକଙ୍କ ଭଳି ମନ୍ଦିରରେ ପୂଜା ପାଉଥିବା ଗାଁର ଠାକୁରଙ୍କୁ ମଧ୍ଯ ସେହି ଅସ୍ଥାୟୀ ଶିବିରକୁ ନିଆଯାଇଛି। ଲୋକଙ୍କ ପାଇଁ ଥିବା ଝାଙ୍କରପାଲି ଅସ୍ଥାୟୀ ଶିବିରରେ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ପ୍ରତିଷ୍ଠା କରଯାଇଛି।