Vigilance Raid: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
Advertisement
Article Detail0/zeeodisha/odisha2265977

Vigilance Raid: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

Vigilance Raid: ସୋମବାର ଦିନ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମାଷ୍ଟରରୋଲ୍‌ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ସେ ଧରା ପଡ଼ିଛନ୍ତି।

Vigilance Raid: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

Vigilance Raid: ଭିଜିଲାନ୍ସ ଜାଲରେ ପଡ଼ିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ। ଥୁଆମୂଳା ରାମପୁର ବ୍ଲକ କାଣିଗୁମା ସନ୍ୟାସୀ ନାଏକ ନାମକ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଡିଜିଟାଲ ଦସ୍ତଖତ କରିବା ପାଇଁ ଗ୍ରାମର ଜଣେ ଲୋକଙ୍କଠାରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ଧରିଛି ଭିଜିଲାନ୍ସ।

ସୋମବାର ଦିନ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମାଷ୍ଟରରୋଲ୍‌ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ସେ ଧରା ପଡ଼ିଛନ୍ତି। ପରେ ଲାଞ୍ଚ ଟଙ୍କା ସହ ପିଇଓ(PEO)ଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ। ଅନ୍ୟପଟେ ପଞ୍ଚାୟତ ଅଫିସ ସମେତ ଭବାନୀପାଟଣା(Bhabanipatna) ସହର ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଶ୍‌ଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।