ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲକ୍ଷ୍ମୀନାରାୟଣ ଶତପଥୀ
Advertisement
Article Detail0/zeeodisha/odisha2040584

ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲକ୍ଷ୍ମୀନାରାୟଣ ଶତପଥୀ

ଆର୍ଥିକ ପରାମର୍ଶଦାତା ଲକ୍ଷ୍ମୀନାରାୟଣ ଶତପଥୀ ଏବଂ ଜୟନାରାୟଣ ନାଥଙ୍କ ଉପରେ ଭିଜାଲାନ୍ସ ଚାର୍ଜ କରିଥିଲା । ଦୁଇ ଅଧିକାରୀ ଜଣେ ବ୍ୟକ୍ତିଙ୍କ ବିଲ୍ ପାସ୍ କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବିଚାର ତାରିଖରେ ଅଭିଯୁକ୍ତ ଲକ୍ଷ୍ମୀନାରାୟଣ ଶତପଥୀ ଅନୁପସ୍ଥିତ ଥିଲେ ଯେଉଁଥିପାଇଁ ତାଙ୍କ ବିରୋଦ୍ଧରେ ୱାରେଣ୍ଟି ଜାରି କରାଯାଇଥିଲା।

ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଲକ୍ଷ୍ମୀନାରାୟଣ ଶତପଥୀ

ଭୁବନେଶ୍ୱର: ଆଜି ଜାନୁଆରୀ ୨ତାରିଖରେ ରାୟାଗଡା ଡିପିସି ଅଫିସର ଆର୍ଥିକ ପରାମର୍ଶଦାତା ଲକ୍ଷ୍ମୀନାରାୟଣ ଶତପଥୀଙ୍କୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି । ତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣୀ କରିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ 13(2) ପିସି ଆକ୍ଟ ଅନୁଯାୟୀ ଦଣ୍ଡିତ କରାଯାଇଛି । ଏଥିସହିତ ୫ହଜାର ଟଙ୍କା ଜରିମାନା ଲଗାଯାଇଛି । ଜରିମାନା ନଦେଲେ ତାଙ୍କୁ ଅଧିକ ୩ ମାସ କଠୋର କାରାଦଣ୍ଡ ଭୋଗିବାକୁ ପଡିବ ।

ଆର୍ଥିକ ପରାମର୍ଶଦାତା ଲକ୍ଷ୍ମୀନାରାୟଣ ଶତପଥୀ ଏବଂ ଜୟନାରାୟଣ ନାଥଙ୍କ ଉପରେ ଭିଜାଲାନ୍ସ ଚାର୍ଜ କରିଥିଲା । ଦୁଇ ଅଧିକାରୀ ଜଣେ ବ୍ୟକ୍ତିଙ୍କ ବିଲ୍ ପାସ୍ କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ବିଚାର ତାରିଖରେ ଅଭିଯୁକ୍ତ ଲକ୍ଷ୍ମୀନାରାୟଣ ଶତପଥୀ ଅନୁପସ୍ଥିତ ଥିଲେ ଯେଉଁଥିପାଇଁ ତାଙ୍କ ବିରୋଦ୍ଧରେ ୱାରେଣ୍ଟି ଜାରି କରାଯାଇଥିଲା।

ଭୁବନେଶ୍ୱର ଡିଭିଜନର ପୂର୍ବତନ ଇନ୍ସପେକ୍ଟର ଭିଜିଲାନ୍ସ, ଶ୍ରୀମତି ଅନୁପମା ମହାପାତ୍ର, ଏ / ପି-ଡିଏସପି, ସ୍ପେଶାଲ ସେଲ, ଭିଜିଲାନ୍ସ, ଏହି ଘଟଣାର ତଦନ୍ତ କରିଥିଲେ । ଏଥିସହ ହେମନ୍ତ କୁମାର ସ୍ୱାଇଁ ସ୍ପେଶାଲ ପିପି ଭିଜିଲାନ୍ସ, ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ମାମଲା ପରିଚାଳନା କରିଥିଲେ।

Also Read- ରେଙ୍ଗାଲି ବୋରୱେଲରେ ଶିଶୁ ଫିଙ୍ଗିବା ଘଟଣା, ମିଳିଲା ପିତା, ମାତାଙ୍କ ପରିଚୟ

Also Read- ରାମ ମନ୍ଦିର ହେବା ନେଇ ୩୩ ବର୍ଷ ପୂର୍ବରୁ ହୋଇଥିଲା ପୂର୍ବାନୁମାନ, ଦେବରାହ ବାବାଙ୍କୁ ନିମନ୍ତ୍ରଣ