Train Service: ତାଳଚେର-ଗୋପାଳପୁର ମଧ୍ୟରେ ଚାଲିବ ଟ୍ରେନ୍, ସେବା ପାଇବେ ଏହି ସବୁ ଜିଲ୍ଲାବାସୀ
Advertisement
Article Detail0/zeeodisha/odisha2165277

Train Service: ତାଳଚେର-ଗୋପାଳପୁର ମଧ୍ୟରେ ଚାଲିବ ଟ୍ରେନ୍, ସେବା ପାଇବେ ଏହି ସବୁ ଜିଲ୍ଲାବାସୀ

Train Service: ତାଳଚେର-ଗୋପାଳପୁର ନୂଆରେଳ ଲାଇନ୍  ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଚୁରି ମିଳିଛି ବୋଲି ତାଳଚେର୍- ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଓ ନୟାଗଡ ନାଗରିକ ମଂଚ ପକ୍ଷରୁ  ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।  ଏହି ପ୍ରକଳ୍ପ ଲାଗି ୧୯୯୦,୧୯୯୭,୨୦୧୮ରେ ତିନିଥର ସର୍ଭେ କରାଯାଇଥିଲା।  

Train Service: ତାଳଚେର-ଗୋପାଳପୁର ମଧ୍ୟରେ ଚାଲିବ ଟ୍ରେନ୍, ସେବା ପାଇବେ ଏହି ସବୁ ଜିଲ୍ଲାବାସୀ

Train Service: ତାଳଚେର-ଗୋପାଳପୁର ନୂଆରେଳ ଲାଇନ୍  ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଚୁରି ମିଳିଛି ବୋଲି ତାଳଚେର୍- ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଓ ନୟାଗଡ ନାଗରିକ ମଂଚ ପକ୍ଷରୁ  ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।  ଏହି ପ୍ରକଳ୍ପ ଲାଗି ୧୯୯୦,୧୯୯୭,୨୦୧୮ରେ ତିନିଥର ସର୍ଭେ କରାଯାଇଥିଲା।  ଫାଇନାଲ୍ ଲୋକେସନ୍ ସର୍ଭେ ୨୦୨୧୨୨ରେ ରେଳବାଇ ବୋର୍ଡ଼ ଦ୍ବାରା ମଂଜୁର ହୋଇଥିଲା।  ଏହି ୨୯୩ କିମି ଦିର୍ଘ ରେଳପଥ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ ଓ ଗଂଜାମ ଦେଇ ଯିବ। ଏ-ହି ପ୍ରକଳ୍ପର ମୂଲ୍ୟ ରହିଛି ୫୦୨୨,୬୪ କୋଟି ଟଙ୍କା।  

ALSO READ: Bank Holidays in March: ମାର୍ଚ୍ଚ ୨୧ରୁ ୩୧ ଯାଏଁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ୍, ଦେଖନ୍ତୁ ପୂରା ତାଲିକା

ଏହି ରେଳପଥ ଅନୁଗୁଳର ଟାକୁଆ, ମହୀଧରପୁର, ରାସୋଳ, ଗୋବିନ୍ଦପୁର, ଭାପୁର, ନୂଆପାଟଣା , ବଡମ୍ବା, କଣ୍ଟିଲୋ, ଖଣ୍ତପଡା, ଶରଖକୂଳ, କରଚୁଲି, ବୁଗୁଡା, ବାଲିପଦର, ଆସିକା, ଧବଳପୁର ଓ ଗୋପାଳପୁରକୁ ଯିବ। ମହାନଦୀ ଉପରେ ଦିର୍ଘତମ ବ୍ରିଜ୍ ନିର୍ମାଣ ହେବ।  ଏହି ପ୍ରକଳ୍ପ ହେଲେ  ଓଡି଼ଶାରେ ୫ ଜିଲ୍ଲାର ପର୍ଯ୍ୟଟନର ବିକାଶ ହେବା ସହିତ ରାଜ୍ୟର ଆର୍ଥିକ ବିକାଶ ହେବ।  ଏଥି ସହିତ ରାଜ୍ୟର ସବୁ ସ୍ଥାନରେ ପର୍ଯ୍ୟଟନ ବିକାଶ ହୋଇପାରିବ। ଇତି ମଧ୍ୟରେ  ଏହି ରେଳ ପ୍ରକଳ୍ପ ଫାଇନାଲ୍ ଲୋକେସନ ସର୍ଭେକୁ  ରେଳମନ୍ତ୍ରୀ ମଂଜୁରୀ ପ୍ରଦାନ କରିଥିବା ବେଳେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଉପରେ ମୋହର ମାରିଛନ୍ତି।  ଗତ ଜାନୁଆରୀ ୫ ତାରିଖରେ ରେଳମନ୍ତ୍ରୀ ଦଶପଲ୍ଲା ଷ୍ଟେସନ ଉଦଘାଟନ କରିବା ଅବସରରେ ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଓ ନୟାଗଡ ନାଗରିକ ମଂଚ ପତ୍ରରୁ ଉକ୍ତ ରେଳପଥ ପ୍ରକଳ୍ପକୁ  ତୁରନ୍ତ ଆରମ୍ଭ କରିବା ଲାଗି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

 ନିକଟରେ, ତାଳଚେର-ଗୋପାଳପୁରକୁ ମଞ୍ଚୁରୀ  ଓ ନରସିଂଗ -କଣ୍ଟିଲୋ -ଖଣ୍ତପଡା ଦେଇ ଅନୁଗୁଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆରେଳପଥକୁ ବି ମଞ୍ଚୁରୀ ମିଳିଥିବାରୁ ରେଳମନ୍ତ୍ରୀ ନିଜ ପ୍ରତିଶ୍ରୃତି ରଖିଥିବାରୁ କମିଟି ଆବାହକ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।  ବର୍ତ୍ତମାନ ନୟାଗଡର ବିଭିନ୍ନ ବ୍ଲକକୁ ରେଳ ପଥ ଛୁଇଁବ। ଏନେଇ ନୟାଗଡ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।