Krishna Leela: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିନ, ଲାଗିଛି ଭକ୍ତଙ୍କ ଭିଡ଼..
Advertisement
Article Detail0/zeeodisha/odisha1885307

Krishna Leela: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିନ, ଲାଗିଛି ଭକ୍ତଙ୍କ ଭିଡ଼..

Krishna Leela in Srimandir: ଚଳିତମାସ ୬ ତାରିଖ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥି କୃଷ୍ଣଲୀଳାର ଶେଷ ଦିବସରେ କଂସ ମହାରାଜଙ୍କୁ ଶ୍ରୀକୃଷ୍ଣ ବଧ କରିବେ । ବଡଦାଣ୍ଡରେ ମହାପ୍ରଭୁଙ୍କ(Lord Jagannath) ଏହି ନିତି ଅନୁଷ୍ଠିତ ହେବ ।

 ଆଜି ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରିବେଲବଣିଖିଆ ମଣ୍ଡପରେ ମହାଭୋଇ ପରିବାରର ବୋହୁମାନଙ୍କ ହାତରୁ ଲବଣି ଖାଇବା ପରେ ମଥୁରା ନଗର ଅର୍ଥାତ ବଡଦାଣ୍ଡରେ ପହଂଚିବା ପରେ ସେଠାରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ପର୍ବ ଅନୁଷ୍ଠିତ ହେବ ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପ୍ରଭୁ ଶ୍ରୀକୃଷ୍ଣ ରାକ୍ଷସ ରାଜା କଂସଙ୍କ ମଧ୍ୟରେ ଯୁଦ୍ଧ ହେବ | ଶେଷରେ ଶ୍ରୀକୃଷ୍ଣ ମହାରାଜ କଂସଙ୍କୁ ନିଧନ କରିବା ପରେ ମହାପ୍ରଭୁଙ୍କ ପାଲିଙ୍କି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବେ। 

ସେପଟେ ଗତକାଲି ଶ୍ରୀମନ୍ଦିରରେ ପବିତ୍ର ରାଧାଷ୍ଟମୀ ପାଳିତ ହୋଇଛି। ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିତିକାନ୍ତି ବଢି ଆଜି ଭୋର ୫ଟା ୯ମିନିଟରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହୋଇଥିଲା। ପହୁଡ ହେବାର ପ୍ରାୟ ଦେଢଘଣ୍ଟା ପରେ ଅର୍ଥାତ ୬ଟା ୪୭ମିନିଟରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସିଂହଦ୍ଵାର ଫିଟା ନିତି ସମ୍ପର୍ଣ୍ଣ ହୋଇଥିଲା। ୭ଟା ୫୦ମିନିଟରେ ଜୟବିଜୟ ଦ୍ୱାର ଫିଟିବା ସହ ମଙ୍ଗଳାଳତୀ,ମଇଲମ, ଅବକାଶ ,ବେଶ ହୋଇ ମହାପ୍ରଭୁଙ୍କ ନିକଟରେ ଗୋପାଳବଲ୍ଲଭ ଭୋଗ ଲାଗି ହୋଇଛି। ତେବେ ଗତକାଲିର ନିତି ବିଳମ୍ବ ହେବାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା। ରବିବାର ଛୁଟିଦିନ ପାଇଁ ଆଜି ଭକ୍ତଙ୍କ ଭିଡ ଲାଗି ରହିଛି।

Also Read: Puri News: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା ସହ ଆୟବ୍ୟୟର ହିସାବ ନେବେ ଶ୍ରୀସୁଦର୍ଶନ

Zee Odisha News ଏବେ ହ୍ବାଟସ୍‌ ଆପ୍‌ ଚ୍ୟାନେଲ୍‌ ରେ...ଫଲୋ କରିବା ପାଇଁ ତୁରନ୍ତ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...