ଆଜି ବାରୁଣି ସ୍ନାନ: ବୈତରଣୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ
Advertisement
Article Detail0/zeeodisha/odisha2191565

ଆଜି ବାରୁଣି ସ୍ନାନ: ବୈତରଣୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ। ଏହି ଦିନ ଯାଜପୁରର ବୈତରଣୀ ଓ ଋଷିକୂଲ୍ୟା ନଦୀ କୂଳରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟ ଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଂଟ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାର

ଆଜି ବାରୁଣି ସ୍ନାନ: ବୈତରଣୀ କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ବାରୁଣୀ ସ୍ନାନ। ଏହି ଦିନ ଯାଜପୁରର ବୈତରଣୀ ଓ ଋଷିକୂଲ୍ୟା ନଦୀ କୂଳରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟ ଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭଯୋଗ ସମୟ ନିର୍ଘଂଟ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁ ବୁଡ ପକାଇବା ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ଏହି ଦିନ ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି ।

ସେହିପରି ବାରୁଣୀ ବୁଡ଼ ପାଇଁ ଆସ୍କା ସ୍ଥିତ ରୁଷିକୂଲ୍ୟା କୂଳରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ ଅସ୍ତି ବିସର୍ଜନ କରିଛନ୍ତି ଶ୍ରଦ୍ଧାଳୁ । ବାରୁଣୀ ସ୍ନାନ ଦିନରେ ଶ୍ରାଦ୍ଧ ଓ ଅସ୍ଥି ବିସର୍ଜନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। 

ସୂଚନାଯୋଗ୍ୟ ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ଯୋଗ ପଡ଼େ । ଚୈତ୍ର କୃଷ୍ଣ ତ୍ରୟୋଦଶୀ ଦିନ ଯଦି ଶନିବାର ବା ଶତିଭିକ୍ଷା ନକ୍ଷତ୍ର ଓ ଜ୍ୟୋତିଷମତରେ ଶୁଭଯୋଗ ପଡ଼େ, ତେବେ ଏହାକୁ ବାରୁଣୀଯୋଗ ବୋଲି କୁହାଯାଏ । ଚଳିତ ବର୍ଷ ଶତଭିଷା ନକ୍ଷତ୍ର ସହ ଶନିବାର ଯୁକ୍ତ ହୋଇଥିବାରୁ ମହାବାରୁଣୀ ଯୋଗ ରହିଛି ।