Puri News: ଜାଣନ୍ତୁ ଓଡି଼ଶାର କେଉଁ ସବୁ ଦେବପୀଠରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର
Advertisement
Article Detail0/zeeodisha/odisha2033923

Puri News: ଜାଣନ୍ତୁ ଓଡି଼ଶାର କେଉଁ ସବୁ ଦେବପୀଠରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର

Puri News: ଆଉ ଦିନ କେଇଟା ପରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ (Srimandir Parikrama Project Inauguration)। ଲୋକାର୍ପଣ ଉତ୍ସବକୁ କାର୍ଯ୍ୟକ୍ରମକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ କାର୍ଡ ବଣ୍ଟା ଆରମ୍ଭ ହୋଇଛି। ଆଜି ଏହାର ଚତୁର୍ଥ ଦିନ। 

Puri News: ଜାଣନ୍ତୁ ଓଡି଼ଶାର କେଉଁ ସବୁ ଦେବପୀଠରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପତ୍ର

Puri News: ଆଉ ଦିନ କେଇଟା ପରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ (Srimandir Parikrama Project Inauguration)। ଲୋକାର୍ପଣ ଉତ୍ସବକୁ କାର୍ଯ୍ୟକ୍ରମକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ କାର୍ଡ ବଣ୍ଟା  ଆରମ୍ଭ ହୋଇଛି। ଆଜି ଏହାର ଚତୁର୍ଥ ଦିନ। ୩୦ଟି ଟିମ୍‌ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯାତ୍ରା କରି ନିମନ୍ତ୍ରଣ ପତ୍ର ବଣ୍ଟୁଛନ୍ତି। ମଙ୍ଗଳବାର ଦିନ ଠାରୁ ବିଭିନ୍ନ ଦେବାଦେବୀ ପୀଠକୁ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ଆରମ୍ଭ ହୋଉଛି । ଏହି କ୍ରମରେ ଗୁରୁବାର ଗୁଜରାଟର ସୋମନାଥ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି ସ୍ବତନ୍ତ୍ର ପ୍ରତିନିଧି ଦଳ। ପୁରୀରୁ ଯାଇଥିବା ଏହି ଟିମକୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଛି। 

ALSO READ: Nina Singh: କିଏ ଏହି ନୀନା ସିଂହ, ଯାହାଙ୍କୁ ମିଳିଲା CISFର ବଡ଼ ଦାୟିତ୍ବ?

ସେହିପରି ମହାରାଷ୍ଟ୍ର ନାସିକରେ ଥିବା ତ୍ରୟମ୍ବକେଶ୍ବର ଶିବ ମନ୍ଦିର, ବୋଧଗୟାର ବିଷ୍ଣୁପଦ ମନ୍ଦିର, ଗୟାଧାମ, ନବିମୁମ୍ବାଇର ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅନ୍ୟପଟେ,  ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ପହଞ୍ଚି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି । ପୁରୀରୁ ଯାଇଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ ବୈଷ୍ଣୋଦେବୀ ମନ୍ଦିରର ସିଇଓଙ୍କୁ ପରିକ୍ରମା ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି । ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ, ପୁରୀରୁ ଯାଇଥିବା ଏହି ଟିମକୁ ସୁନ୍ଦର ଆତିଥ୍ୟ ପ୍ରଦାନ କରିଥିଲେ ବୈଷ୍ଣୋଦେବୀ ମନ୍ଦିର କର୍ତ୍ତୃପକ୍ଷ। 

ସେପଟେ, କେବଳ ରାଜ୍ୟ ବାହାରେ ନୁହେଁ ରାଜ୍ୟର ବରଗଡ ଜିଲ୍ଲାରେ ପହଞ୍ଚିଛି ପରିକ୍ରମା ନିମନ୍ତ୍ରଣ  । ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି ସ୍ବତନ୍ତ୍ର ଦଳ ।ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ନେଇ  ଗୁରୁବାର  ପୁରୀରୁ ସେବାୟତ  ଓ ବରିଷ୍ଠ ଅଧିକାରୀ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ପହଞ୍ଚିଥିଲେ।  ତାଙ୍କୁ କୋରାପୁଟ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି,  ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିରରୁ ଆସିଥିବା ସେବାୟତମାନଙ୍କୁ କେନ୍ଦୁଝରରେ ଭବ୍ୟ ସ୍ଵାଗତ କରାଯାଇଛି । ତେବେ, ଆମେ ଏଠାରେ ଆପମଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଜାନୁଆରୀ ୧୭ ରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏନେଇ ୧୩ଟି ଟିମ୍ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିଥିବା ବେଳେ ଅନ୍ୟ ୧୭ଟି ଟିମ୍ ରାଜ୍ୟ ବାହାରକୁ ଯାତ୍ରା ଆରମ୍ଭ କରିଛନ୍ତି। ୨୬ରୁ ୨୯ ମଧ୍ୟରେ ନିମନ୍ତ୍ରଣ କାମ ସାରି ଟିମ୍ ପୁରୀ ଫେରିବ ।