ଆଜି ପୌଷ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ପ୍ରଭୁ ଅଲାରନାଥ
Advertisement
Article Detail0/zeeodisha/odisha2077194

ଆଜି ପୌଷ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ପ୍ରଭୁ ଅଲାରନାଥ

ଆଜି ପବିତ୍ର ପୌଷ ପୂର୍ଣ୍ଣିମା କାରଣରୁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମଗିରିର ମହାପ୍ରଭୁ ଅଲାରନାଥଙ୍କ ପୀଠ । ଆଜି ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସର୍ବାଙ୍ଗ ସ୍ନାନ କରିବା ପରେ ଭକ୍ତଙ୍କୁ ରାଜାବେଶରେ ଦର୍ଶନ ଦେବେ । 

ଆଜି ପୌଷ ପୂର୍ଣ୍ଣିମା, ୧୦୮ ଗରା ଜଳରେ ସ୍ନାନ କରିବେ ପ୍ରଭୁ ଅଲାରନାଥ

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା କାରଣରୁ ଚଳଚଞ୍ଚଳ ହୋଇଉଠିଛି ବ୍ରହ୍ମଗିରିର ମହାପ୍ରଭୁ ଅଲାରନାଥଙ୍କ ପୀଠ । ଆଜି ମହାପ୍ରଭୁଙ୍କ ନିକଟରେ ସ୍ୱତନ୍ତ୍ର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସର୍ବାଙ୍ଗ ସ୍ନାନ କରିବା ପରେ ଭକ୍ତଙ୍କୁ ରାଜାବେଶରେ ଦର୍ଶନ ଦେବେ । 

ମହାପ୍ରଭୁଙ୍କ ଏହି ସ୍ନାନନୀତି ପାଇଁ ପଞ୍ଚତୀର୍ଥର ଜଳ ପହଞ୍ଚିଛି ବ୍ରହ୍ମଗିରିରେ । ଯେଉଁଥିରେ ରହିଛି ମହୋଦଧି, ତ୍ରିବେଣୀ ଘାଟ, ଅର୍ଜୁନ ସର ସ୍ଥାନର ଜଳ । ଆଜି ଏହି ପବିତ୍ର ରାଜାବେଶ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ହେବା ଆଶଙ୍କା କରାଯାଉଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୂଚନା ମୁତାବକ, ଆଜି ପ୍ରଭୁ ଅଲାରନାଥଙ୍କ ସର୍ବାଙ୍ଗ ସ୍ନାନ ନୀତି ମଧ୍ୟାହ୍ନରେ ହେବ । ପ୍ରଥମେ ମଧ୍ୟାହ୍ନ ଧୂପ ଏବଂ ପରେ ଆବାହନ ହୋମ କରାଯାଇ ଜଳକୁ ମନ୍ତ୍ରସିଦ୍ଧ କରାଯିବ । ଉକ୍ତ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୂର ଏବଂ କେଶର ମିଶ୍ରିତ କରାଯିବା ପରେ ଏହି ଜଳକୁ ମହାପ୍ରଭୁଙ୍କ ସ୍ନାନ ପାଇଁ ବ୍ୟବହାର କରାଯିବ । ଏହି ମହାସ୍ନାନ ପର୍ବ ବର୍ଷକୁ ଥରେ ପୌଷ ପୂର୍ଣ୍ଣିମାରେ ପାଳନ କରାଯାଇଥାଏ ।

Also Read- ଆଜିଠୁ ମାଗଣାରେ ଶ୍ରୀକ୍ଷେତ୍ର ଭ୍ରମଣ ସୁଯୋଗ... ଖର୍ଚ୍ଚ ବହନ କରିବେ ସରକାର

Also Read- ୨୭ ତାରିଖ ପାଇଁ ସରକାରଙ୍କ ଛୁଟି ଘୋଷଣା, ମିଳିବ ୩ ଦିନ ଲଗାତାର ଛୁଟି