Monthly Horoscope February 2025: ପାଦ ଥାପିଛି ନୂଆବର୍ଷ ୨୦୨୫। ନୂଆବର୍ଷକୁ ଗୋଟିଏ ମାସ ପୁରିବାକୁ ଯାଉଛି। ଏହା ସହିତ ଜାନୁଆରୀ ମାସ ମଧ୍ୟ ଶେଷ ହେବାକୁ ଯାଉଛି। ଆରମ୍ଭ ହେବ ଫେବୃଆରୀ ମାସ। ଏଭଳି ପରିସ୍ଥିତିରେ, ଏହି ମାସ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଥିବାବେଳେ କିଛି ଲୋକଙ୍କୁ ଏହି ମାସରେ ସତର୍କ ରହିବାକୁ ପଡିବ। ଜାନୁଆରୀ ମାସ ଆପଣଙ୍କ ପାଇଁ କେମିତି ହେବ, ଆମକୁ ଜଣାଶୁଣା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ଠାରୁ...
ମେଷ ରାଶି ଫେବୃଆରୀ ମାସରେ ମେଷ ରାଶିର ବ୍ୟକ୍ତିବିଶେଷ ବେଶ ଆତ୍ମବିଶ୍ୱାସର ସହ ନଜର ଆସିବେ। ନିଜର ଲକ୍ଷ୍ୟ ହାସଲ କରିବାକୁ ପରିଶ୍ରମ କରିବେ। କ୍ୟାରିୟରରେ ସଫଳତା ହାସଲ କରିବେ। ସମ୍ପର୍କରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ। ବ୍ୟକ୍ତିଗତ ଜୀବନରେ ବେଶ ସନ୍ତୋଷ ଲାଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଯଥା ଖର୍ଚ୍ଚରୁ ଦୁରେଇ ରୁହନ୍ତୁ।
ବୃଷ ରାଶି ରଚନାତ୍ମକ ତଥା ସୃଜନଶୀଳତା ବୃଦ୍ଧି ପାଇବ। କ୍ୟାରିୟରରେ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନରେ ସୁଖଦ ସମୟ ଆସିବ। ସମ୍ପର୍କରେ ଯଦିଓ କିଛି ବିବାଦ ଲାଗି ରହିଛି ତାହା ଦୂର ହେବ। ଧୈର୍ଯ୍ୟର ସହ ବିବାଦର ସମାଧାନ କରନ୍ତୁ। ଆର୍ଥିକ ସ୍ଥିତି ବେଶ ସନ୍ତୁଳନ ରହିବ।
ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ରୋମାଞ୍ଚ ପୂର୍ଣ୍ଣ ରହିବ। ନୂଆ ସମ୍ଭାବନା ସୃଷ୍ଟି ହେବ। କ୍ୟାରିୟର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେବେ। ଏହି ମାସରେ ନୂଆ ଯୋଜନା ଅନୁଯାୟୀ କାର୍ଯ୍ୟ କରି ସଫଳତା ହାସଲ କରିବେ। ଦୂର ଯାତ୍ରାର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ। ଅନାବଶ୍ୟକ ଖର୍ଚ୍ଚରୁ ଦୁରେଇ ରୁହନ୍ତୁ।
କର୍କଟ ରାଶି ଏହି ମାସରେ ମାନସିକ ସ୍ଥିତିରେ ସନ୍ତୁଳନ ରକ୍ଷା କରନ୍ତୁ। କାମର ଚାପ ଅତ୍ୟଧିକ ରହିବ। ଧୈର୍ଯ୍ୟ ଓ ପରିଶ୍ରମ ସହ ସଫଳତାର ସହ ସମସ୍ତ କାର୍ଯ୍ୟକୁ ଶେଷ କରିବେ। ସମ୍ପର୍କରେ ବିବାଦ ଥିଲେ ତାହା ଦୂର ହେବ। ଆର୍ଥିକ ସ୍ଥିତି ବିଗିଡିପାରେ। ଭାବିଚିନ୍ତି ନିବେଶ କରନ୍ତୁ।
ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫେବୃଆରୀ ମାସଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ତେନୃତ୍ୱ ନେବାର ଦକ୍ଷତା ବୃଦ୍ଧି ପାଇବ। ବ୍ୟକ୍ତିଗତ ଜୀବନରେ ସମୟ ଅତ୍ୟନ୍ତ ସୁଖଦପୂର୍ଣ୍ଣ ରହିବ। ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ।
କନ୍ୟା ରାଶି ଏହି ମାସରେ ଭବିଷ୍ୟତ ପାଇଁ ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ। ସବିଶେଷ ସୂଚନା ସହିତ କାର୍ଯ୍ୟ କରି ସଫଳତା ହାସଲ କରିବେ। ସମ୍ପର୍କରେ ବିବାଦ ଦୂର ହେବ। ସୁଧାର ଆସିବ। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ମାନସିକ ଚିନ୍ତାରୁ ଦୁରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ସ୍ଥିର ରହିବ।
ତୁଳା ରାଶି ତୁଳା ରାଶିର ବ୍ୟକ୍ତିବିଶେଷଙ୍କର ଫେବୃଆରୀ ମାସରେ ସମ୍ପର୍କକୁ ନେଇ ସନ୍ତୁଳନ ରକ୍ଷା କରିବେ। ନିକଟତମ ସମ୍ପର୍କୀୟଙ୍କ ସହିତ ସମ୍ପର୍କରେ ସୁଧାର ଆସିବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ। ନିଷ୍ପତ୍ତି ନେବା ସମୟରେ ସତର୍କ ରୁହନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।
ବିଛା ରାଶି ଫେବୃଆରୀ ମାସରେ ଆତ୍ମଚିନ୍ତନ ଦ୍ୱାରା ନିଜ ଭିତରେ ସୁଧାର ଆଣିବେ ବିଛା ରାଶିର ବ୍ୟକ୍ତିବିଶେଷ। ଜୀବନରେ ସୁଧାର ଆଣିବା ପାଇଁ ଭରପୁର ପ୍ରୟାସ କରିବେ ବିଛାରାଶିର ବ୍ୟକ୍ତିବିଶେଷ କ୍ୟାରିୟରରେ ପ୍ରଗତି ହେବ। ସମ୍ପର୍କ ମଜଭୁତ ହେବ। ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ।
ଧନୁ ରାଶି ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫେବୃଆରୀ ମାସଟି ବେଶ ଭ୍ରମଣପୂର୍ଣ୍ଣ ରହିବ। ଦୂର ଯାତ୍ରାର ଯୋଗ ରହିଛି। ନିଜ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିବେ। ସମ୍ପର୍କରେ ସୁଧାର ଆସିବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଭାବିଚିନ୍ତି ଆର୍ଥିକ ନେଣଦେଣ କରନ୍ତୁ।
ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସଫଳତାର ମାସ ହେବ। ନିଜର ଯୋଜନାକୁ କାର୍ଯ୍ୟକ୍ଷମ କରିବାରେ ସଫଳ ହେବେ। ସକରାତ୍ମକ ଫଳାଫଳ ମଧ୍ୟ ହାସଲ କରିବେ। ପରିବାର ଓ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ଲାଭର ଯୋଗ ରହିଛି।
କୁମ୍ଭ ରାଶି କୁମ୍ଭ ରାଶିର ଜାତକଙ୍କ ପାଇଁ ଫେବୃଆରୀ ମାସଟି ବେଶ ସଫଳତାର ମାସ ହେବାକୁ ଯାଉଛି। ନିଜର ବିଚାର ଓ ଯୋଜନା ଅନୁଯାୟୀ କାର୍ଯ୍ୟ କରି ସଫଳତା ହାତେଇବେ। ନିଜର ସୃଜନଶୀଳତା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟଗତ ମାମଲାରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୁଝି ବିଚାରି ନିବେଶ କରନ୍ତୁ।
ମୀନ ରାଶି ମୀନ ରାଶିର ମାସିକ ରାଶିଫଳ ମୀନ ରାଶି ପାଇଁ, ଫେବୃଆରୀ ହେଉଛି ଆତ୍ମ-ପ୍ରତିଫଳନ ଏବଂ ଅଭିବୃଦ୍ଧିର ମାସ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ଆପଣ ନୂତନ ପଦ୍ଧତି ଗ୍ରହଣ କରିବେ। ସମ୍ପର୍କ ଆହୁରି ମଜବୁତ ହେବ ଏବଂ ପାରସ୍ପରିକ ବୁଝାମଣା ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ନିୟମିତ ଭାବରେ ଯୋଗ କିମ୍ବା ଧ୍ୟାନ କରନ୍ତୁ। ଏହି ମାସଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़