Puri International Airport: ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?
Advertisement

Puri International Airport: ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?

Shree Jagannath International Airport: ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇବ ଶ୍ରୀକ୍ଷେତ୍ର ପୁରୀ । କାରଣ ସିପସରୁବାଲିରେ ନିର୍ମାଣ ହେବ ଓଡ଼ିଶାର ସର୍ବ ବୃହତ  ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଟେଣ୍ତର ପ୍ରକ୍ରିୟା ଆହ୍ବାନ କରାଯାଇଛି ।

Puri International Airport: ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର, ଜାଣନ୍ତୁ କେତେ ରହିଛି ବଜେଟ୍?

Shree Jagannath International Airport: ପୁରୀକୁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀକ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେବେ ବିକାଶ କ୍ଷେତ୍ରରେ ଆଉ ପାଦେ ଆଗେଇବ ଶ୍ରୀକ୍ଷେତ୍ର ପୁରୀ । କାରଣ ସିପସରୁବାଲିରେ ନିର୍ମାଣ ହେବ ଓଡ଼ିଶାର ସର୍ବ ବୃହତ  ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର । ଏନେଇ ଟେଣ୍ତର ପ୍ରକ୍ରିୟା ଆହ୍ବାନ କରାଯାଇଛି ।

ଏହି କାର୍ଯ୍ୟକୁ ପିପିଡ଼ି (ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍) ମୋଡ଼ରେ କରିବା ନେଇ ଇଡ଼କୋ ଜରିଆରେ ଟେଣ୍ତର ଆହ୍ବାନ କରାଯାଇଛି । ଏହି କାର୍ଯ୍ୟ ପାଇଁ ବ୍ୟୟ ଅଟକଳ ୨୨୦୩ କୋଟି ଟଙ୍କା ରହିଛି । ୧୦୯୫ ଦିନ ଅର୍ଥାତ୍ ୩ ବର୍ଷ ମଧ୍ଯରେ ଏହି କାର୍ଯ୍ୟ ସାରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏପ୍ରିଲ ୨୧ରେ ଟେଣ୍ତର ଖୋଲାଯିବ ବୋଲି ଇଡ଼କୋ ପକ୍ଷରୁ ସୂଚନା ଦିଆଯାଇଛି ।

୧୧୬୪ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜମି ଯୋଗାଇବା ସହ ଆନୁଷଙ୍ଗିକ ସୁବିଧା ଓ ନିର୍ମାଣ କାର୍ଯ୍ୟ କରିବାକୁ ଥିବାବେଳେ ଘରୋଇ ସଂସ୍ଥା ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। ଫେବ୍ରୁଆରି ୧୭ରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଗ୍ରହୀ ସଂସ୍ଥା ଫେବ୍ରୁଆରି ୨୧ରୁ ଏପ୍ରିଲ ୨୦ ମଧ୍ୟରେ ଆବେଦନ କରିବେ। ମାର୍ଚ୍ଚ ୧୫ରେ ପ୍ରି ବିଡ୍‌ ବୈଠକ ହେବ। ଏପ୍ରିଲ ୨୧ରେ ଏହି ଟେଣ୍ଡର ଖୋଲାଯିବ। ଏହାପରେ ରାଜ୍ୟ ସରକାର କାର୍ଯ୍ୟାଦେଶ ଦେବେ ବୋଲି ଜଣାପଡ଼ିଛି।

ଅପରପକ୍ଷେ ନିର୍ମାଣ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରର ପରିବେଶ ମଞ୍ଜୁରି ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମତାମତ ଆହ୍ବାନ କରାଯାଇଛି। ବିମାନବନ୍ଦର ପରିବେଶ ଉପରେ କୌଣସି ପ୍ରଭାବ ପକାଇବ କି? ବିମାନବନ୍ଦର ସ୍ଥାପନ ହେଉଥିବା ସ୍ଥାନରେ ଜନସାଧାରଣ ଓ ପ୍ରକଳ୍ପ ଯୋଗୁ ଉଚ୍ଛେଦ ହେଉଥିବା ବାସିନ୍ଦାଙ୍କର ଏନେଇ ମତାମତ ନିଆଯିବ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପତ୍ତି ଅଭିଯୋଗ ଓ ମତାମତକୁ ଆଧାର କରି କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ବିମାନବନ୍ଦରକୁ ପରିବେଶ ମଞ୍ଜୁରି ପ୍ରଦାନ କରିବେ।

ତେବେ ପୂର୍ବରୁ ବିମାନବନ୍ଦର ଦ୍ବାରା ପରିବେଶ ପ୍ରଭାବ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଆସନ୍ତା ମାର୍ଚ୍ଚ ୪ ତାରିଖରେ ଶାମୁକା ଗ୍ରିଡ‌ ଷ୍ଟେସନରେ ପ୍ରଭାବିତ ହେଉଥିବା ବ୍ୟକ୍ତି ବିଶେଷ ଓ ପରିବେଶକର୍ମୀମାନେ ମତାମତ ଦେଇପାରିବେ।