Rathayatra: ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ, ଦିନରାତି ଚାଲିଛି ସେବା
Advertisement
Article Detail0/zeeodisha/odisha2306226

Rathayatra: ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ, ଦିନରାତି ଚାଲିଛି ସେବା

Rathayatra: ଅନବସର ବା ଅଣସରର ଦ୍ଵିତୀୟ ଦିନ। ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ। ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି। ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର।

Rathayatra: ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ, ଦିନରାତି ଚାଲିଛି ସେବା

Rathayatra: ୪୫ ତମ ଦିବସରେ ଚଳଚଞ୍ଚଳ ରଥ ଖଳା। ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ। ରଥଖଳାରେ ଆବଶ୍ୟକୀୟ ପଟା ମିଳି ନଥିବାରୁ ମହାରଣାଙ୍କ ମଧ୍ୟରେ ରହିଛି ଅସନ୍ତୋଷ।ସେପଟେ ଶ୍ରୀମନ୍ଦିରରେ ଅନବସର ଗୃହରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ଉପଚାର। ଆଜି ଓଦା ବସ୍ତ୍ର ଓଲାଗି। ଅନବସରରେ ଶ୍ୱେତ ବସ୍ତ୍ର ଓ ଶ୍ୱେତ ପୁଷ୍ପ ଲାଗି ହେବେ ମହାପ୍ରଭୁ । ସେପଟେ ଚାଲିଛି ପଟିଦିଅଁଙ୍କ ପୂଜାର୍ଚ୍ଚନା।

ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ। ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ। ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି। ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର।

କୋଠ ସୁଆଁସିଆମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା। ସେପଟେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଦେବୀ ଭୂବନେଶ୍ୱରୀଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଜନ୍ମବେଦିକୁ ବିଜେ କରିବେ ମହାବାହୁ। ସେପଟେ ଚଳଚଞ୍ଚଳ ରଥଖଳା ।ତିନି ରଥ ଭୂଇଁ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ସରିଛି ଚାରି ଗୋଟି ଲେଖାଏଁ କତରା କାର୍ଯ୍ୟ। ସେଇଭଳି ତିନିରରଥର ଧୂଳି ଦଣ୍ଡା ଚଉପଟ କରି ରୂପକାରଙ୍କୁ ଯୋଗାଇଛନ୍ତି ମହାରଣା। ତିନିରଥର ନାଟ ଗୋଡ଼ ରେ ରାହୁ ରୂପ ଖୋଦେଇ ସହ ଧୂଳି ଦାଣ୍ଡରେ ପଦ୍ମ ଫୁଲ , ପଦ୍ମ କଢ଼ି ଖୋଦେଇ ଜାରି ରଖିଛନ୍ତି।

ସେପଟେ ତିନି ରଥ ସମ୍ମୁଖ ଚକ ଗୁଡିକରେ ପଇ ସଂଯୋଗ ସହ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ସବୁକୁ ନଟ ବୋଲ୍ଟ ଦେଇ ଫିଟିଙ୍ଗ କରାଯାଇଛି। ସେପଟେ ଚିତ୍ରକାର ମାନେ ପାର୍ଶ୍ଵ ଦେବା ଦେବୀ ଠାରୁ ଆରମ୍ଭ କରି ଚକ ରେ ମଧ୍ୟ ପ୍ରାଇମର ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ପୋଟଳ ଓ ପାରାଭାଡ଼ି ପାଇଁ ଆବଶ୍ୟକୀୟ କାଠ ସମିଲରୁ ଆସି ରଥଖଳାରେ ପହଞ୍ଚିବା ବିଳମ୍ବ ହେବା ଯୋଗୁଁ କାର୍ଯ୍ୟ ଶିଥିଳ ହେଉଛି।ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ତତପରତା ନ ଦେଖାଇଲେ କାର୍ଯ୍ୟ ବିଳମ୍ବ ହେବ ବୋଲି ଅଭିଯୋଗ ହୋଇଛି।