ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ
Advertisement

ବନାରସ-ସମ୍ବଲପୁର ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ

Odisha News: ବନାରସ-ସମ୍ବଲପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସର (Banaras-Sambalpur Express) ବିଶାଖାପାଟଣା ପର୍ଯ୍ୟନ୍ତ ସଂପ୍ରସାରଣ ହୋଇଛି। କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini vaishnaw) ଓ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ସମ୍ବଲପୁର ରେଳ ଷ୍ଟେସନଠାରେ (Sambalpur Railway Station) ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

ସୌ(ସୋସିଆଲ ମିଡିଆ)

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିକାଶ ପାଇଁ ମିଳିମିଶି କାମ କରିବା ନେଇ ରାଜ୍ୟ ସରକାରଙ୍କୁ (Odisha Government) ଆହ୍ବନ ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହ ପ୍ରଧାନମନ୍ତ୍ରୀ ମୋଦି (Narendra Modi) ଓଡ଼ିଶାକୁ ନ୍ୟାୟ ଦେଇଥିବା କହିଛନ୍ତି । ୨୦୧୪ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ରରୁ ୮୦୦ କୋଟି ଟଙ୍କା ଦିଆଯାଉଥିଲା। ଏବେ ଅନୁଦାନ ପରିମାଣ ୧୦ ହଜାର କୋଟି ଟଙ୍କା ହେଲାଣି। ଠିକ୍‌ ସେହିପରି ନୂଆ ରେଳ ଲାଇନ ନିର୍ମାଣ ବର୍ଷକୁ ୨୦୧୪ ପୂର୍ବରୁ ୫୦ କିମି ହେଉଥିଲା। ଏବେ ୯ ଗୁଣା ଅଧିକ ବର୍ଷକୁ ୪୫୦ କିମି ନିର୍ମାଣ କାମ ହେଉଛି। ଓଡ଼ିଶାର ୫୭ଟି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ ବୋଲି ମନ୍ତ୍ରୀ ମତ ଦେଇଥିଲେ।

ଏହି ଟ୍ରେନ୍ ସମ୍ବଲପୁରରୁ ବିଶାଖାପାଟନମ୍ (Visakhapatnam) ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲିବ। ଅବଶ୍ୟ, ଏହି ଟ୍ରେନ୍ ପାଇଁ ସମ୍ପ୍ରସାରଣ ଅଂଶରେ ନିୟମିତ ସେବା ୨୨ ନଭେମ୍ବର ୨୦୨୩ରୁ ବିଶାଖାପାଟନମ୍ ଠାରୁ ଓ ୨୩ ନଭେମ୍ବର ୨୦୨୩ ଠାରୁ ବନାରସରୁ ଆରମ୍ଭ କରାଯିବ । ସମ୍ବଲପୁର ଏବଂ ବନାରସ ମଧ୍ୟରେ ଏହି ଟ୍ରେନ୍ ପାଇଁ ନିର୍ଦ୍ଧାରିତ ସମୟ ଓ ରହଣି ଷ୍ଟେସନ ମାନଙ୍କରେ କୌଣସି ପରିବର୍ତ୍ତନ ନକରାଯାଇ ଏହି ଟ୍ରେନ୍ କୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ବିଶାଖାପାଟନମ୍ ପର୍ଯ୍ୟନ୍ତ ଏହି ଟ୍ରେନର ସମ୍ପ୍ରସାରଣ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲୋକଙ୍କ ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହେବ । ଏହି ଟ୍ରେନର ସମ୍ବଲପୁରରୁ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଅଧିବାସୀ ମାନଙ୍କ ପାଇଁ ବ୍ୟବସାୟ, ଶିକ୍ଷା ଓ ଚିକିତ୍ସା ଭଳି ବିଭିନ୍ନ କାରଣରୁ ଯାତ୍ରା କରିବା ପାଇଁ ଏକ ଜୀବନ ରେଖା ଭାବରେ କାର୍ଯ୍ୟ କରିବ । ଏହା ବ୍ୟତୀତ ବନାରସ ଓ ବିଶାଖାପାଟନମ୍ ମଧ୍ୟରେ ସିଧାସଳଖ ସଂଯୋଗ ଯୋଗୁଁ ପର୍ଯ୍ୟଟନ ଓ ସାଂସ୍କୃତିକ ବିନିମୟରେ ବୃଦ୍ଧି ପାଇବ ।

ସମ୍ପ୍ରସାରିତ ଟ୍ରେନ୍, ବର୍ତ୍ତମାନ 18311 ବିଶାଖାପାଟନମ୍-ବନାରସ୍ ଏକ୍ସପ୍ରେସ୍ (visakhapatnam banaras express) ପ୍ରତି ବୁଧବାର ଓ ରବିବାର ଦିନ ଭୋର ୪:୧୦ ମିନିଟରେ ବିଶାଖାପାଟନମ୍ ଛାଡିବ । ଫେରିବା ମାର୍ଗରେ 18312 ବନାରସ-ବିଶାଖାପାଟନମ୍ ଏକ୍ସପ୍ରେସ, ପ୍ରତ୍ୟେକ ଗୁରୁବାର ଓ ସୋମବାର ଦିନ ଅପରାହ୍ନ ୩ଟା ବନାରସ ଛାଡିବ । ଏହି ଟ୍ରେନ ବରଗଡ଼ ରୋଡ଼, ବାଲାଙ୍ଗୀର, ଟିଟିଲାଗଡ, କେସିଙ୍ଗା, ମୁନିଗୁଡା, ରାୟାଗଡା, ପାର୍ବତୀପୁରମ, ବବିଲି, ବିଜୟନଗରମ ଓ କୋଟାଭାଲାସା ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସମ୍ପ୍ରସାରିତ ମାର୍ଗରେ ରହଣି କରିବ । ଏହି ସମ୍ପ୍ରସାରଣ ସମ୍ବଲପୁର ଓ ବନାରସ ମଧ୍ୟରେ ପ୍ରାୟ ୨୮ ଘଣ୍ଟା ୩୦ ମିନିଟର ବର୍ଦ୍ଧିତ ଯାତ୍ରା ସମୟ ସହିତ ୮୯୫ କିମିରୁ ୧୪୦୦ କିମି ପର୍ଯ୍ୟନ୍ତ ଯାତ୍ରା ଦୂରତା ବୃଦ୍ଧି କରିବ ।

ପ୍ରକାଶ ଥାଉ କି, ଏହି ଟ୍ରେନ୍ ବର୍ତ୍ତମାନ ପୂର୍ବର କନଭେଷନାଲ କୋଚ ପରିବେର୍ତ୍ତେ ଅତ୍ୟାଧୁନିକ ଏଲଏଚବି କୋଚ୍ ସହିତ ଚଳାଚଳ କରିବ ଯେଉଁଥିରେ ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -3 ଟାୟାର୍, ୮ଟି ସ୍ଲିପର ଶ୍ରେଣୀ, ୬ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ୧ଟି ଗାର୍ଡ ତଥା ଲଗେଜ୍ , ଦିବ୍ୟାଙ୍ଗଜନ କୋଚ୍ ଓ ଗୋଟିଏ ପାୱାର୍ କାର୍ ରହିଛି ।