Srimandir Silver Door: ବାହୁଡା ପୂର୍ବରୁ ରୂପାଦ୍ୱାର ରୂପ ନେବ ସିଂହଦ୍ଵାର, ଜାରି ରହିଛି ନିର୍ମାଣ
Advertisement
Article Detail0/zeeodisha/odisha1749417

Srimandir Silver Door: ବାହୁଡା ପୂର୍ବରୁ ରୂପାଦ୍ୱାର ରୂପ ନେବ ସିଂହଦ୍ଵାର, ଜାରି ରହିଛି ନିର୍ମାଣ

Silver Decoration in Srimandir Gate: ବାହୁଡ଼ା ଯାତ୍ରା ପୂର୍ବରୁ ରୂପାଦ୍ୱାରରେ ପରିଣତ ହେବ ଶ୍ରମନ୍ଦିର। ଏନେଇ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ୍ ଅନୁସାରେ ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ୱାର ନିର୍ମାଣ କରାଯାଉଛି।

 Srimandir Silver Door: ବାହୁଡା ପୂର୍ବରୁ ରୂପାଦ୍ୱାର ରୂପ ନେବ ସିଂହଦ୍ଵାର, ଜାରି ରହିଛି ନିର୍ମାଣ

Srimandir Singhadwar Decoration: ବାହୁଡା ପୂର୍ବରୁ ସିଂହଦ୍ଵାର ହେବ ରୂପାଦ୍ୱାର। ଏନେଇ କାର୍ଯ୍ୟ ଜୋରସୋରରେ ଜାରି ରହିଛି। ସିଂହଦ୍ଵାରର ପୁରୁଣା ପିତ୍ତଳ ଦ୍ୱାରକୁ ବାହାର କରାଯାଇ ଲୁହା ଫ୍ରେମିଂ କରାଯାଉଛି। ନୀତିକାନ୍ତିକୁ ନେଇ ରୂପାଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯିବ। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ରୂପାଛାଉଣୀ କରାଯିବ।     

ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ୱାର (Gate of Srimandir) ରୂପା ଛାଉଣୀ ସରିଥିବା (Silver Decoration in Srimandir Gate) ବେଳେ ସିଂହଦ୍ୱାର ରୂପା ଛାଉଣୀ (Srimandir Singhadwar Silver Decoration) ନେଇ ଦାତା ରୂପା ଦେବାକୁ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ରୂପା ଦ୍ୱାର ହେବା ସମ୍ଭବ ହୋଇପାରିଛି। ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ କରାଯାଇଛି। ବର୍ମାଟିକ ଦ୍ୱାରରେ ଲଗାଯିବ। ଏହି ଦ୍ୱାରରେ ଗୋଟିଏ ଛୋଟ କବାଟ ରହିଛି। ସିଂହଦ୍ଵାର ବନ୍ଦ ହେବା ପରେ ସେବାୟତ (Srimandir Sevayat) ଏବଂ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ରହୁଥିବା ପୋଲିସ କର୍ମଚାରୀଙ୍କ (Jagannath Temple Police) ଯିବା ଆସିବା କରିବା ପାଇଁ ଏକ ଛୋଟ କବାଟ ରହିଛି।

ହେଲେ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା (24 Hour Police Patrolling at Srimandir) ଏବଂ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର (Srimandir Singhadwar) ରୂପା ଛାଉଣୀ କରାଯିବ।‌ ପୂର୍ବରୁ ଯେଉଁ ଦାତା ରୂପା ଦାନ କରିଥିଲେ ସେହି ଦାତା ରୂପା ଦାନ କରିବା ନେଇ ସହମତି ଦେଇଛନ୍ତି। ଅନ୍ୟପଟେ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ୍ ଅନୁସାରେ ନିଳାଦ୍ରୀ ଭକ୍ତ ନିବାସରେ (Niladri Bhakta Niwas Puri) ରୂପାଦ୍ୱାର ନିର୍ମାଣ କରୁଛନ୍ତି। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦ୍ୱାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ସେହିପରି ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଏବଂ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ବାହୁଡା (Bahuda Yatra Puri) ପୂର୍ବଦିନ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଶ୍ରୀମନ୍ଦିର କୋର କମିଟି ଏବଂ ପରିଚାଳନା କମିଟି (Sri Mandir Management Committee) ସଦସ୍ୟ ସିଂହଦ୍ଵାର ଅନୁଧ୍ୟାନ କରି ଏ ସମ୍ପର୍କିତ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଶ୍ରୀମନ୍ଦିର ଜୟବିଜୟ, ବେହେରଣ ଏବଂ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କ ଗର୍ଭଦ୍ୱାର, ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ ଆଠ ଗୋଟି ଦ୍ଵାର ରୂପା ଛାଉଣୀ ହୋଇସାରିଛି।

Also Read: Puri Rath Yatra 2023: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନିରଥ, ଆସନ୍ତକାଲି ଠାରୁ ମିଳିବ ଆଡପ ଅବଢା 

Also Read: 10th day of Anasara: ଦଶମ ଦିନରେ ଅଣଷର ସେବା, ଫୁଲୁରୀ ତେଲ ଓ ଓଷ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ