Top 10 News: ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ, ଭଦ୍ରକରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, ପଢ଼ନ୍ତୁ ଆଜିର ୧୦ ବଡ ଖବର
Advertisement
Article Detail0/zeeodisha/odisha2450961

Top 10 News: ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ, ଭଦ୍ରକରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, ପଢ଼ନ୍ତୁ ଆଜିର ୧୦ ବଡ ଖବର

Top 10 News Headlines: ଶନିବାର ଦିନ ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 28 September 2024

Top 10 News Headlines 28 September 2024: H1. 48-hour internet shutdown in Bhadrak: ଭଦ୍ରକରେ ସାମ୍ପ୍ରଦାୟିକ ହିଂସାକୁ ରୋକିବା ଲାଗି  କର୍ଫ୍ୟୁ ଲାଗୁ କରାଯାଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩  ଲାଗୁ କରାଯିବାଦ୍ୱାରା ଗୋଷ୍ଠୀଗତ ଆଚରଣ, କୌଣସି ସ୍ଥାନରେ ସଂଗଠିତ ହେବା ଉପରେ କଟକଣା ଲାଗୁ କରାଯାଇଛି। ଏହାସହ ସାମାଜିକ ମିଡିଆର ଦୁରୂପୋଯୋଗ ରୋକିବା ଲାଗି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ଉପରେ କଟକଣା ଲାଗିଛି। ଫଳରେ ଇଣ୍ଟରନେଟ୍‍ ଦ୍ୱାରା ଚାଲୁଥିବା ସମସ୍ତ କାର୍ଯ୍ୟ ଠପ୍‍ ହୋଇଯାଇଛି।

H2. Odisha Cabiet Approves 7 Proposals: ଶନିବାର ଦିନ ରାଜ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଗୋସମ୍ପଦ ବୀମା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ୮୫% ସରକାର ଦେବେ ଏବଂ ୧୫% ଚାଷୀ ଦେବେ।

Also read: IPL 2025: ୧୭ ବର୍ଷ ପରେ BCCI ନେଲା ବଡ ନିଷ୍ପତ୍ତି, ବୃଦ୍ଧି କଲା ଆଇପିଏଲ୍ ଖେଳାଳିଙ୍କ ଦରମା

H3. Bharatpur PS Case Update: ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଭରତପୁର ଥାନା ଅଧିକାରୀଙ୍କ କାର୍ଯ୍ୟକଳାପର ହେବ ପରୀକ୍ଷା ନିରୀକ୍ଷା। ପିଡ଼ିତା ଯୁବତୀ ଠିକ୍‍ କହୁଛନ୍ତି ନା ତତ୍‍କାଳୀନ ପୁଲିସ ଅଧିକାରୀଙ୍କ କଥା ଠିକ୍‍ ତାହାକୁ ଜାଣିବା ଲାଗି ଏହି ପରୀକ୍ଷା ନିରୀକ୍ଷା କରାଯିବ। ଏଥିଲାଗି ତଦନ୍ତ କରୁଥିବା ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚ ଆଜି ଗୁଜରାଟର ଗାନ୍ଧିନଗର ଗସ୍ତ କରିବ। ଆସନ୍ତା କାଲି ସେଠାରେ ବ୍ରେନ୍‍ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ। 

H4. Nursing Staff Protest Update: ଆଜି ରାତି ସୁଦ୍ଧା ଆନ୍ଦୋଳନରୁ ଓହରିପାରନ୍ତି ନର୍ସ । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘ ରାଜି ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନର୍ସିଂ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା କହିଛନ୍ତି। ଏହା ସହିତ ନର୍ସିଂ ସଂଘ ସଭାପତି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ଥିବ କହିଛନ୍ତି। 

Also Read: Hassan Nasarallah: ହିଜବୁଲ ମୁଖ୍ୟ ନାସରାଲ୍ଲାଙ୍କୁ ହତ୍ୟା, ଇସ୍ରାଏଲ୍ ସେନା କଲା ବଡ଼ ଦାବି-'ବର୍ତ୍ତମାନ ବାକି ଅଛି କେବଳ ଜଣେ କମାଣ୍ଡର'

H5. 5 injured in blast in Rourkela Steel Plant: ରାଜ୍ୟର ପ୍ରତିଷ୍ଠିତ ଇସ୍ପାତ କମ୍ପାନୀ ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ ଆଜି ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ କର୍ମଚାରୀଗୁରୁତର ଭାବେ  ଆହତ ହୋଇଛନ୍ତି। ସେମାନଙ୍କୁ ରାଉରକେଲା ଜେନେରାଲ୍‍ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ଲାଣ୍ଟ ଭିତରେ ଥିବା ଏସ୍‍ଏମ୍‍ଏସ୍‍୧ ୟୁନିଟ ଯାହା ଷ୍ଟିଲ ତରଳାଇବା ଲାଗି ବ୍ୟବହୃହ ହୋଇଥାଏ ସେଠାରେ ଏହି ବିସ୍ଫୋରଣ ଘଟିଥିଲା।

H6. Pilgrim Bus Mishap in Jaleswar: ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା। ରାସ୍ତାରେ କ୍ରିଷ୍ଣା ନାମକ ବସ ଦୁର୍ଘଟଣା ଗ୍ରସ୍ତ। ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ। ୫୭ରୁ ଅଧିକ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲା ବେଳେ ଉଦ୍ଧାର କଲେ ପୋଲିସ, ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକେ। ଜଣେ ମହିଳା ସମେତ ୪ ମୃତ, ୨୦ରୁ ଅଧିକ ଗୁରୁତର , କିଛି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କିଛି ବାଲେଶ୍ଵର ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ। 

Also Read: Horoscope 29 September 2024: ୨୯ ସେପ୍ଟେମ୍ବରରେ ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ଦୈନିକ ରାଶିଫଳ

H7. Odisha Weather report: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ ରାଜ୍ୟକୁ କୌଣସି ସତର୍କ ସୂଚନା ଦିଆଯାଇନଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ କରାଯାଇଛି । ବିଜୁଳି ଘଡ଼ଘଡ଼ି ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ । ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

H8. Hassan Nasarallah Death: ଇସ୍ରାଏଲ୍ କ୍ରମାଗତ ଭାବରେ ହିଜବୁଲ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଛି ଏବଂ ଏୟାର ଷ୍ଟ୍ରାଇକ୍ ସହିତ ହିଜବୁଲ ଆଡାକୁ ନଷ୍ଟ କରୁଛି। ଏହି ସମୟ ମଧ୍ୟରେ ଇସ୍ରାଏଲ ଏକ ବଡ଼ ଦାବି କରିଛି ଯେ ସେ ହିଜବୁଲ ମୁଖ୍ୟ ନାସରାଲ୍ଲାଙ୍କୁ ହତ୍ୟା କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଟ୍ୱିଟରରେ ପୋଷ୍ଟ କରି କହିଛି ଯେ ବର୍ତ୍ତମାନ ହାସନ ନାସରାଲ୍ଲା ବିଶ୍ୱରେ ଆତଙ୍କ ବିସ୍ତାର କରିବାରେ ସମର୍ଥ ହେବେ ନାହିଁ। ହାସନ ନାସରାଲ୍ଲା ୩୨ ବର୍ଷ ଧରି ହିଜବୁଲ ସଂଗଠନର ମୁଖ୍ୟ ଥିଲେ।

Also Read: DIC Recruitment 2024: ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ ଦେଉଛି ବମ୍ଫର ନିଯୁକ୍ତି, ୫୦୦୦୦ ଟଙ୍କା ମିଳିବ ଦରମା, ଜାଣନ୍ତୁ ଡିଟେଲ୍ସ

H9. BCCI's Historic IPL Announcement: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ମେଗା ନିଲାମ ପୂର୍ବରୁ ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଚୁକ୍ତି ବ୍ୟତୀତ ପ୍ରତ୍ୟେକ ମ୍ୟାଚ୍ ଖେଳିବା ପାଇଁ ଖେଳାଳିମାନଙ୍କୁ ବର୍ତ୍ତମାନ ଅଲଗା ଫିସ୍ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଜୟ ଶାହ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

H10. India vs Bangladesh Highlights, 2nd Test, Day 2: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଛି। ବର୍ଷା ଏବଂ ଖରାପ ପାଗ ଯୋଗୁଁ ଏହି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଖେଳ ବାତିଲ କରାଯାଇଛି। ବର୍ଷା ଏବଂ ଖରାପ ଆଲୋକ ଯୋଗୁଁ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦିନ ମଧ୍ୟ ପ୍ରଭାବିତ ହୋଇଥିଲା। ପ୍ରଥମ ଦିନରେ କେବଳ ୩୫ ଓଭର ଖେଳାଯାଇପାରିଥିଲା।