IND vs BAN: ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଘାତକ ବୋଲର କରିବେ ଡେବ୍ୟୁ
Advertisement
Article Detail0/zeeodisha/odisha2450981

IND vs BAN: ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଦଳ, ଏହି ଘାତକ ବୋଲର କରିବେ ଡେବ୍ୟୁ

IND vs BAN T20I Series: ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଗାମୀ ସିରିଜରେ ମୟଙ୍କ ଯାଦବଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

 

India Squad for T20I Series Bangladesh

India Squad for T20I Series Bangladesh: ଅକ୍ଟୋବର ୬ ରୁ ହେବାକୁ ଥିବା ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ନଜର ଆସିବେ ଏବଂ ମୟଙ୍କ ଯାଦବଙ୍କୁ ମଧ୍ୟ ଆଗାମୀ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି। ସିରିଜର ପ୍ରଥମ ମ୍ୟାଚ୍ ୬ ଅକ୍ଟୋବରରେ, ଦ୍ୱିତୀୟଟି ୯ ଅକ୍ଟୋବରରେ ଓ ସିରିଜର ଶେଷ ମ୍ୟାଚ୍ ୧୨ ଅକ୍ଟୋବରରେ ଖେଳାଯିବ।

କିଛି ଦିନ ପୂର୍ବରୁ ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଆଘାତ ଲାଗିଥିଲା। ସୂର୍ଯ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଓ ୬ ରୁ ୧୨ ଅକ୍ଟୋବର ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଭାରତୀୟ ଦଳର ଅଧିନାୟକ ହେବେ। ମିଷ୍ଟ୍ରି ସ୍ପିନ୍ ବୋଲର ବରୁଣ ଚକ୍ରବର୍ତ୍ତୀ ୨୦୨୧ ମସିହାରେ ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ସେ ୩ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରୁଛନ୍ତି। ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମାଙ୍କୁ ୱିକେଟ୍ କିପର ବିକଳ୍ପ ଭାବରେ ରଖାଯାଇଛି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜର ଉଭୟ ମ୍ୟାଚ୍‌ରେ ସାମସନ୍ ଶୂନ ରନ୍ ସ୍କୋରରେ ଆଉଟ୍ ହୋଇଥିଲେ।

fallback

ଆଇପିଏଲ୍ ୨୦୨୪ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଖେଳିଥିବା ମୟଙ୍କ ଯାଦବଙ୍କୁ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ମିଳିଛି। ମୟଙ୍କ ଆଇପିଏଲର ସାମ୍ପ୍ରତିକ ସିଜିନରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ କ୍ରମାଗତ ବୋଲିଂ କରି ଏକ ସେନସେସନ ସୃଷ୍ଟି କରିଥିଲା। ଅବିଷେକ ଶର୍ମା ଶ୍ରୀଲଙ୍କା ବିପକ୍ଷ ସିରିଜରେ ଖେଳିବାର ସୁଯୋଗ ପାଇ ନଥିଲେ, କିନ୍ତୁ ଏହା ପୂର୍ବରୁ ଜିମ୍ବାୱେ ବିପକ୍ଷରେ ଏକ ଶତକ ହାସଲ କରି ଟିମ୍ ଇଣ୍ଡିଆକୁ ବିସ୍ଫୋରକ ଏଣ୍ଟ୍ରି କରିଥିଲେ। ଦ୍ରୁତ ବୋଲର ଦାୟିତ୍ୱ ତୁଲାଇଥିବାବେଳେ ହର୍ଷିତ ରାଣା, ଅର୍ଶଦୀପ ସିଂ ଦାୟିତ୍ୱ ତୁଲାଇଥିବାବେଳେ ଭାରତୀୟ ଦଳରେ ଶିବମ୍ ଦୁବେ, ନୀତୀଶ କୁମାର ରେଡ୍ଡୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ୩ଟି ଦ୍ରୁତ ବୋଲର ଅଲରାଉଣ୍ଡର ରହିବେ।

ଟି-୨୦ ସିରିଜ୍ ପାଇଁ ଭାରତର ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅବିଷେକ ଶର୍ମା, ସଞ୍ଜୁ ସାମସନ୍, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିଆନ୍ ପରାଗ, ନୀତୀଶ ରେଡ୍ଡୀ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ହର୍ଷିତ ରଣା, ମୟଙ୍କ ଯାଦବ ।

Aslo Read: IPL 2025: ୧୭ ବର୍ଷ ପରେ BCCI ନେଲା ବଡ ନିଷ୍ପତ୍ତି, ବୃଦ୍ଧି କଲା ଆଇପିଏଲ୍ ଖେଳାଳିଙ୍କ ଦରମା