Parikrama Project: ୨୬ରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟକୁ ଯିବ ନିମନ୍ତ୍ରଣ ପତ୍ର
Advertisement
Article Detail0/zeeodisha/odisha2022856

Parikrama Project: ୨୬ରେ ପ୍ରଭୁ ଲିଙ୍ଗରାଜଙ୍କ ନିକଟକୁ ଯିବ ନିମନ୍ତ୍ରଣ ପତ୍ର

Puri Parikrama Project:: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଲୋକାପର୍ଣ ଉତ୍ସବ ୨୦୨୪ ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବା ନେଇ ତାଲିକା ପ୍ରସ୍ତୁତ କରାଯାଉଛି । 

 

ସୌ(ସୋସିଆଲ ମିଡିଆ)

Puri Srimandir Parikrama Project: ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାପର୍ଣ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ (Srimandir Parikrama Project) । ଏନେଇ ଶ୍ରୀକ୍ଷେତ୍ରରେ ଜାରି ରହିଛି ଜୋରଦାର ପ୍ରସ୍ତୁତି । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାପର୍ଣ ଲାଗି ଗୁରୁବାର ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ସମର୍ପଣ କରାଯାଇଥିଲା ।

ଏହାପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ (Samarth Verma) ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେଉଁ ସେବାୟତ କେଉଁ ତୀର୍ଥସ୍ଥଳୀ ବା ମନ୍ଦିରକୁ ଯିବେ ସେନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କୁ (Lingaraja Temple) ନିମନ୍ତ୍ରଣ ପତ୍ର ଦିଆଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏହି ଦିନଠାରୁ ରାଜ୍ୟ ଭିତରେ ୧୩ଟି ଟିମ୍ ଓ ରାଜ୍ୟ ବାହାରକୁ ୧୭ଟି ଟିମ୍ ଯାତ୍ରା କରିବେ । ରାଜ୍ୟ ବାହାରକୁ ଯାତ୍ରା କରୁଥିବା ପ୍ରତି ସେବାୟତ ଟିମ୍ ସହ ଜଣେ ବରିଷ୍ଠ ଅଧିକାରୀ ରହିବେ । ରାଜ୍ୟ ବାହାରର ୧୭ଟି ସ୍ଥାନକୁ ୬୩ ଜଣ ସେବାୟତ ଯିବେ । ସେମାନଙ୍କ ମଧ୍ୟରୁ ୧୨ଟି ସ୍ଥାନକୁ ୪ ଜଣ ଲେଖାଏଁ ଓ ୫ଟି ସ୍ଥାନକୁ ୩ ଜଣ ଲେଖାଏଁ ସେବାୟତ ଯିବେ ବୋଲି ନିର୍ଦ୍ଧାରଣ କରାଯାଇଛି ।

Also Read-Weather Update: ଶିମିଳିପାଳରେ ଶୂନକୁ ଖସିଲା ତାପମାତ୍ରା, ଆଜିଠୁ ବଢିବ କହୁଡ଼ି!

ଅନ୍ୟପଟେ ମୁଖ୍ୟ ପ୍ରଶାସନ ମଧ୍ୟପ୍ରଦେଶ ଉଜ୍ଜୟିନୀ ଯାଇ ପୁରୀ ଗୋବର୍ଦ୍ଧନ ପୀଠରେ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ (Swami Nischalananda Saraswati) ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସସ୍ଥାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ଯ ନିମନ୍ତ୍ରିତ କରାଯିବା ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।