Puri Srimandir: ନୂଆବର୍ଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ହେବ...
Advertisement
Article Detail0/zeeodisha/odisha2001877

Puri Srimandir: ନୂଆବର୍ଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ହେବ...

Puri Srimandir: ଆଗକୁ ଆସୁଛି ନୂଆ ବର୍ଷ (News Year) । ଏ-ନେଇ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢିବ। ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଭିଡ଼ ପାଇଁ ବାତିଲ୍ ହୋଇପାରେ ପହୁଡ଼ ଭୋଗ।  ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ। 

Puri Srimandir: ନୂଆବର୍ଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ହେବ...

Puri Srimandir: ଆଗକୁ ଆସୁଛି ନୂଆ ବର୍ଷ (News Year) । ଏ-ନେଇ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢିବ। ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ହେବ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ଭିଡ଼ ପାଇଁ ବାତିଲ୍ ହୋଇପାରେ ପହୁଡ଼ ଭୋଗ।  ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯିବ। ରାତି ୧୧ଟା ସୁଦ୍ଧା ପହୁଡ଼ ହୋଇ ନ ପାରିଲେ ରାତି ପହୁଡ଼ ନୀତି ବାତିଲ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି  (Shree Jagannatha Temple Chief Administrator Ranjan K Das)। ଶୁକ୍ରବାର,ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି। 

Also Read: Flight Service: ଝାରସୁଗୁଡାରୁ ଭୁବନେଶ୍ବରକୁ ଉଡି଼ବ ବିମାନ, ଏହି ଚାରିଦିନ ମିଳିବ ସେବା

ନୂଆବର୍ଷରେ, ଶ୍ରୀମନ୍ଦିର ପରିସର ଲୋକାରଣ୍ୟ ଥିଲେ ଜାନୁଆରି ୧ ତାରିଖରେ ଦିବା ପହୁଡ଼ ବାତିଲ କରାଯିବ । ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀରୁ ଭକ୍ତମାନଙ୍କ ସୁଅ ଛୁଟିବ । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ନୀତି ଓ ଦେବାଭିଷେକ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । 

ଏଥିପାଇଁ ୧୫ ତାରିଖରୁ ଯଜ୍ଞ ଆରମ୍ବ ହେବ । ଏହାପରେ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama Project) ଲୋକର୍ପଣ ପାଇଁ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷରେ ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das) ସୂଚନା ଦେଇଛନ୍ତି । ସେହିପରି  ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ ଓ ଗୁଟଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ଶାଳୀନତାପୂର୍ଣ୍ଣ ପୋଷାକ (Dress Code Rules) ନିୟମ କଡ଼ାକଡ଼ି ଲାଗୁ କରାଯିବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ବାରରେ ରାମ୍ପ୍ ବ୍ୟବସ୍ଥା କରାଯିବ ।