Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନ ବିଭାଗ ମହିପୁର ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ଏଥି ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି ।
Trending Photos
Puri News: ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନ ବିଭାଗ ମହିପୁର ଅଞ୍ଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ଏଥି ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଓ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇରହିଥିବା ବେଳେ ଚଳିତ ବର୍ଷ ଆଉ ୮ ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ ୧୨୭ କାଠ ରଥଖଳାରେ ଓ ୩୩ଟି କାଠ କରତ କଳରେ ପହଞ୍ଚିସାରିଛି । ସମୁଦାୟ ୩୮୧ଟି କାଠ ରଥ ଖଳା ପାଇଁ ଓ ୪୩୧ ଟି କାଠ କରତ କଳ ପାଇଁ ଆବଶ୍ୟକତା ରହିଥିବା କହିଛନ୍ତି ତିନି ରଥର ମୁଖ୍ୟ ତତ୍ତ୍ୱାବଧାରକ ।
ପୁରୀରେ ପହଞ୍ଚିଲା ଦ୍ଵିତୀୟ ପର୍ଯ୍ୟାୟ ରଥକାଠ#srimandira pic.twitter.com/bMer5tQzp8
— ZEE Odisha News (@ZeeOdisha) April 25, 2024
Also Read- Saina Nehwal : ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କଲେ ସାଇନା ନେହ୍ୱାଲ