Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର
Advertisement
Article Detail0/zeeodisha/odisha2170394

Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର

Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର। ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର। ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି । 

Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର

Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ମରଶରୀର। ଦାମ ରାଉତ ଅମର ରହେ ଧ୍ୱନୀରେ କମ୍ପିଲା ସ୍ଵର୍ଗଦ୍ଵାର। ପୁରୀ ସ୍ଵର୍ଗଦ୍ଵାରରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ୱର୍ଗତ ଦାମୋଦର ରାଉତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାତ୍ର ପ୍ରାୟ ୧୧ ଟା ୩୦ ରେ ତାଙ୍କୁ ତାଙ୍କ ବଡ ପୁଅ ସମ୍ବିତ ରାଉତ ମୁଖାଗ୍ନି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସ୍ୱର୍ଗତ ରାଉତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ ସ୍ଵର୍ଗଦ୍ଵାରରେ ଉପସ୍ଥିତ ରହିଥିଲେ । ସ୍ଵର୍ଗଦ୍ଵାର ଠାରେ ପୁରୀ ଏସପି ପିନାକ ମିଶ୍ର ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା ବିଜେଡି ନେତା ସୁନିଲ ମହାନ୍ତିଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । 

ALSO READ: Gold Price Today: ଖସିଲା ସୁନା ରେଟ୍, ଚେକ୍ କରନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର

ସୂଚନା ଯୋଗ୍ୟ, ଗତାକାଲି,  ଭୋର ପ୍ରାୟ ୫ଟା ୨୩ରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ବୟସ ହୋଇଥିଲା। ତେବେ ତାଙ୍କ ମୃତ୍ୟରେ ରାଜ୍ୟ ରାଜନୀତିରେ ଏକ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । 

ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ତାଙ୍କ ଉପରୁ ଜାନୁଆରି ୧ରେ  ନିଲମ୍ବନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଥିଲା ।  ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । କିଛି ବର୍ଷ ହେବ ରାଜନୀତିରୁ ଏକଦମ ଦୂରେଇ ଯାଇଥିଲେ ଦାମୋଦର । ତେବେ ଆଜି ସକାଳେ ତାଙ୍କ ବ୍ରେନ ଡେଡ଼ ହୋଇଥିବା ନେଇ ଡାକ୍ତରୀ ଦଳ ସୂଚନା ଦେଇଛନ୍ତି ।