Puri News: ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଫିଟାଯିବ ଶ୍ରୀମନ୍ଦିର ଦ୍ବାର
Advertisement
Article Detail0/zeeodisha/odisha2164080

Puri News: ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଫିଟାଯିବ ଶ୍ରୀମନ୍ଦିର ଦ୍ବାର

Puri News: ଆଗାମୀ ଦୋଳ ପୂର୍ଣ୍ଣମୀ ନୀତି କାନ୍ତି ଶୃଙ୍ଖଳିତ କିଭଳି ଭାବେ ସମାପନ ହେବ। ସେନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ବିଶେଷ ନୀତିକାନ୍ତି ରହିଥିବାରୁ ଛତିଶା ନିଯୋଗରେ ଆଜି ଏ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହୋଇଛି। 

ସୌଜନ୍ୟ-ସୋସିଆଲ ମିଡି଼ଆ

Puri News: ଆଗାମୀ ଦୋଳ ପୂର୍ଣ୍ଣମୀ ନୀତି କାନ୍ତି ଶୃଙ୍ଖଳିତ କିଭଳି ଭାବେ ସମାପନ ହେବ। ସେନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୪ ଓ ୨୫ ତାରିଖ ମେଣ୍ଢାପୋଡ଼ି ଓ ଦୋଳପୂର୍ଣ୍ଣମୀ ବିଶେଷ ନୀତିକାନ୍ତି ରହିଥିବାରୁ ଛତିଶା ନିଯୋଗରେ ଆଜି ଏ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହୋଇଛି। ବଡି ଭୋର ୩ ଟାରୁ ଏହି ଦୁଇ ଦିନ ଶ୍ରୀମନ୍ଦିର ଦ୍ଵାର ଫିଟା ଯାଇ ନୀତିକାନ୍ତି କରିବା ନେଇ ନିଷ୍ପତି ନିଆଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୃଙ୍ଖଳିତ ଓ ବ୍ୟବସ୍ଥିତ ଦର୍ଶନ କରିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଛି। 

ALSO READ: Phagu Dashami 2024: ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସେହିପରି ଆଗାମୀ ଗ୍ରୀଷ୍ମପ୍ରବାହ ଓ ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବ। ଏତତ ବ୍ୟତୀତ ଆଜି ୩୯ କୋଟିରୁ ଅଧିକ ଟଙ୍କାର ଦାନ ଅର୍ଥକୁ ଦୁଇଟି ବ୍ୟାଙ୍କରେ ଡିପୋଜିଟ ହୋଇଥିବା ବେଳେ ଏ ନେଇ ବିଡିଂ କରାଯାଇଥିଲା। କାନାରା ବ୍ୟାଙ୍କ ୩୬ କୋଟି ୩ ଲକ୍ଷ ଟଙ୍କା  ୭.୮୦ ପ୍ରତିଶତରେ ବିଡିଂ ନେଇଛି। ସେହିପରି ଆଉ ଏକ ଫଣ୍ଡ ୩ କୋଟି ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଅଫ ବରୋଦା ୭.୫୫ ପ୍ରତିଶତରେ ଡିପୋଜିଟ ନେଇଛନ୍ତି। ବୈଠକ ପରେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଏହି ସୂଚନା ପ୍ରଦାନ କରିଛନ୍ତି।