Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2153678

Puri News: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

Puri News: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଆଜି (ବୁଧବାର) ଦ୍ବୀତିୟ ଭୋଗ ମଣ୍ତପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ  ସାଧାରଣ ଦର୍ଶନ ବନ୍ଦ ରହିବ।  

ସୌଜନ୍ୟ-ସୋସିଆଲ ମିଡିଆ

Puri News: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଆଜି (ବୁଧବାର) ଦ୍ବୀତିୟ ଭୋଗ ମଣ୍ତପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ  ସାଧାରଣ ଦର୍ଶନ ବନ୍ଦ ରହିବ।  ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ (Lord Jagannath) ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ( Shree Jagannatha Temple Administration, Puri) ପକ୍ଷରୁ ସୂଚନା ଦିଆଯାଇଛି। 

ALSO READ: Surya Guru Yuti 2024: ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତିଙ୍କ ବିରଳ ସଂଯୋଗ; ଏହି ତିନି ରାଶିଙ୍କୁ ରହିଛି ଆକସ୍ମିକ ଧନଲାଭର ଯୋଗ

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ।  ପରମ୍ପରା ଅନୁସାରେ, ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ଏହି ବନକଲାଗି ନୀତି ହୋଇଥାଏ। ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।  ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ତିନି ଦାରୁ ମୂର୍ତ୍ତିଙ୍କ ମୁଖ ମଣ୍ତଳରେ ଶୃଙ୍ଖାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ।  ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି।  ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।  ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହ ମାନଙ୍କୁ ଲଗାଇବା ଏମାନଙ୍କ ମୁଖ୍ୟ କାମ। ରଙ୍ଗ ସହିତ କସ୍ତୁରୀ କେଶର ଭଳି ଦାମୀ ସୁବାଷିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହୃତ ହୁଏ ନାହିଁ।