Avada Rate Chart: ଭକ୍ତଙ୍କ ପାଇଁ ଆକାଶ ଛୁଆଁ ହେବ ମହାପ୍ରସାଦ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1828181

Avada Rate Chart: ଭକ୍ତଙ୍କ ପାଇଁ ଆକାଶ ଛୁଆଁ ହେବ ମହାପ୍ରସାଦ; ଜାଣନ୍ତୁ କାରଣ

Srimandir Mahaprasad Price: ଭକ୍ତଙ୍କ ପାଇଁ ଆକାଶ ଛୁଆଁ ହେବ ମହାପ୍ରସାଦ। କାରଣ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ଦର ତାଲିକା ପ୍ରସ୍ତୁତ କରାଯାଇଛି। 

 Avada Rate Chart: ଭକ୍ତଙ୍କ ପାଇଁ ଆକାଶ ଛୁଆଁ ହେବ ମହାପ୍ରସାଦ; ଜାଣନ୍ତୁ କାରଣ

Puri Srimandirn Avada: ବହୁ ବିଳମ୍ବ ହୋଇଥିଲେ ମଧ୍ୟ ସୁଆର ମହାସୁଆର ନିଯୋଗ ନିଜ ପକ୍ଷରୁ ମହା ପ୍ରସାଦର ଏକ ଦର ତାଲିକା ପ୍ରସ୍ତୁତ କରିଛି। ନିଯୋଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦର ତାଲିକା ଆସନ୍ତା ପରିଚାଳନା କମିଟି ବୈଠକରେ ଆଲୋଚନା ପାଇଁ ରଖାଯିବ। ଯଦି ପରିଚାଳନା କମିଟି ଏହାକୁ ଅନୁମୋଦନ କରନ୍ତି ତାହେଲେ ଏହି ଦର ତାଲିକା ଅନୁସାରେ ଆନନ୍ଦ ବଜାର ଠାରେ ମହାପ୍ରସାଦ ବିକ୍ରି ହେବ।

ମହାପ୍ରସାଦ ଦର (Srimandir Mahaprasad Price) ତାଲିକା ଆନନ୍ଦ ବଜାରରେ (Ananda Bazar Puri) ଲଗାଇବାକୁ ବହୁ ଦିନରୁ ଧରି ଭକ୍ତଙ୍କ ମହଲରେ ଦାବି ହୋଇ ଆସୁଥିଲା। ମାତ୍ର ପ୍ରଶାସନ (Srimandir Management Committee) ନିଦାବିଷ୍ଣୁ ପାଲଟି ଯାଇଥିଲା। ଭକ୍ତଙ୍କ ଅଭିଯୋଗ ଶୁଣୁନଥିଲା ଶ୍ରୀମନ୍ଦିର ପ୍ରଶାସନ (Srimandir Administration)। ହେଲେ ସୁଆର ମହାସୁଆର ନିଯୋଗ (Suar Mahasuar Nijog Srimandir Puri) ବିଳମ୍ବ ନକରି ନିଜ ଆଡୁ ମହାପ୍ରସାଦର (Mahaprasad Price Puri) ଏକ ସାମ୍ଭାବ୍ଯ ଦର ତାଲିକା ପ୍ରସ୍ତୁତ କରିଛି। ଏହି ଦର ତାଲିକା ଅନୁସାରେ ଜଣେ ଭକ୍ତଙ୍କ ପାଇଁ ଥାଳିର ସାମ୍ଭାବ୍ଯ ଦର ଧାର୍ଯ୍ୟ କରାଯାଇଛି। ସାଧାରଣ ଭକ୍ତଙ୍କ ପାଇଁ ତିନି ପ୍ରକାରର ଥାଳିର ଦର ଧାର୍ଯ୍ୟ କରାଯାଇଛି। 

୧୨୦ ଟଙ୍କାର ମହାପ୍ରସାଦ ଥାଳିରେ (Mahaprasad Thali Price) ଅଭଡା, ଡାଲି, ବେସର, ମହୁର, ଖଟା, କାନିକା ରହିବ। ସେହିଭଳି ୧୫୦ଟଙ୍କା ଥାଳିରେ ଅଭଡା, ଡାଲି, ବେସର, ମହୁର, ଖଟା, କାନିକା, ଶାଗ ଏବଂ ଖେଚୁଡି ରହିବ। ଆଉ ୨୦୦ ଟଙ୍କାର ଥାଳିରେ ଅଭଡା, ଡାଲି, ବେସର, ମହୁର, ଖଟା, କାନିକା, ପୋଟଳ କଷା, କାବୁଲି ସୋଲା, ଖେଚୁଡି, ଖିରି ରହିବ ବୋଲି ତାଲିକା ଜରିଆରେ ଦର୍ଶାଯାଇଛି।

ସେପଟେ ବାଇହାଣ୍ଡି ବାସୁମତି ଅନ୍ନ ୨୫୦୦ ଟଙ୍କା ରହିଥିବା ବେଳେ ସାଧା ଅନ୍ନ ରହିଛି ୧୩୦୦ଟଙ୍କା। ସେହିଭଳି ଦାସିଆ ବାସୁମତି ଅନ୍ନ ୧୩୦୦ ଟଙ୍କା ରହିଥିବା ବେଳେ ସାଧା ଅନ୍ନ ରହିଛି ୧୦୦୦ ଟଙ୍କା। ସେପଟେ ଡାଲି ତରକାରୀ ଦାସିଆର ଦର ୨୦୦୦ ଟଙ୍କା ରହିଥିବା ବେଳେ ବଡମଠର ଦର ୧୦୦୦ ରହିଛି। ଏହି ଚାର୍ଟ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ପାଇନାହିଁ। ଯେହେତୁ ଦର ତାଲିକାକୁ ନେଇ ପରିଚାଳନା କମିଟି ବୈଠକରେ (Srimandir Management Committee Meeting) କୌଣସି ଆଲୋଚନା ହୋଇନାହିଁ। 

ସୁଆର ମହାସୁଆର ନିଯୋଗ ନିଜ ପକ୍ଷରୁ ଏହି ଦର ତାଲିକା ପ୍ରସ୍ତୁତ କରିଛି। ସେପଟେ ମହାପ୍ରସାଦ ଥାଳିର ଦର ଆକାଶ ଛୁଆଁ ରହିଛି। ଯାହାକୁ ଗରିବ ଭକ୍ତ ପାଇବା କଷ୍ଟକର ହୋଇପଡ଼ିବ। ୧୨୦, ୧୫୦, ୨୦୦ ଟଙ୍କା ସମସ୍ତଙ୍କ ପାଇଁ ମହଙ୍ଗା ହେବ। ହୋଟଲ ଦର ଠାରୁ ଅଧିକ ହେବ ବୋଲି ଏବେ ସବୁଠି ହେଉଛି ଚର୍ଚ୍ଚା। ପରିଚାଳନା କମିଟି ବୈଠକରେ ଆଲୋଚନା ହେବା ପରେ ଯାଇ ଚୂଡାନ୍ତ ଦର ତାଲିକା ଉପରେ ମୋହର ଲାଗିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ।