Puri: ନୂଆବର୍ଷ ନେଇ ଏବେଠୁ ଶ୍ରୀକ୍ଷେତ୍ରରେ ଖଚାଖଚ୍ ଭିଡ଼, ପ୍ରଶାସନର ମୁଣ୍ତ ବିନ୍ଧାଉଛି ଅଚଳ CCTV
Advertisement
Article Detail0/zeeodisha/odisha2024417

Puri: ନୂଆବର୍ଷ ନେଇ ଏବେଠୁ ଶ୍ରୀକ୍ଷେତ୍ରରେ ଖଚାଖଚ୍ ଭିଡ଼, ପ୍ରଶାସନର ମୁଣ୍ତ ବିନ୍ଧାଉଛି ଅଚଳ CCTV

Puri: ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ଏନେଇ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଏବେଠାରୁ ଭକ୍ତଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଏହାର ଲୋକାପର୍ଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ବହୁ ଅତିଥି । ତେବେ ଏସବୁ ଭିତରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସହରରେ ପ୍ରଶାସନ ପକ୍ଷରୁ ଅନେକ ସିସିଟିଭି ଲଗାଯାଇଥିଲା । ତେବେ ଏଥିମଧ୍ୟରୁ ଅନେକ ସିସିଟିଭି ଅଚଳ ହୋଇପଡ଼ିଛି । ସହରର ମଙ୍ଗଳଘାଟ, ଭୂଦାନ ଛକ, ମାଳତି ପାଟପୁର, ବଡ଼ଦାଣ୍ତ ସମେତ ବିଭିନ୍ନ ସ୍ଥାନରେ ୨ ଶହରୁ ଉର୍ଦ୍ଧ୍ବ ସିସିଟିଭି ଲଗାଯାଇଥିଲା, ହେଲେ ସେଥିମଧ୍ଯରୁ ଅଧିକାଂଶ ସିସିଟିଭି ଏବେ ଅଚଳ ଥିବା ଜଣାପଡ଼ିଛି । ତେବେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଅଚଳ ଟିଭିକୁ ମରାମତି ନେଇ କୌଣସି ପଦକ୍ଷେପ ନିଆ ଯାଇନାହିଁ । ସେପଟେ ରଥଯାତ୍ରା ବେଳେ ଶ୍ରୀମନ୍ଦିରରେ ୧୫୮ଟି, ଶ୍ରୀଗୁଣ୍ତିଚା ମନ୍ଦିରରେ ୪୮ଟି ଓ ସହରର ବିଭିନ୍ନ ସ୍ଥାନରେ ୧୫୬ଟି ସିସିଟିଭି ଲଗାଯିବା ନେଇ ଯୋଜନା ହୋଇଥିଲେ ମଧ୍ଯ ତାହା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ । ସହରରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଅଚଳ ସିସିଟିଭି ଫଳରେ ପୁରୀ ବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସିସିଟିଭି ମରାମତି ନେଇ ସାଧାରଣରେ ଦାବି ହୋଇଛି ।

Also Read-Weather Update: ଘନ କୁହୁଡି଼ ବଳୟରେ ଓଡି଼ଶା, ୨୧ ଜିଲ୍ଲାକୁ ଆଲର୍ଟ ଜାରି

ଅନ୍ୟପଟେ, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମତ ଦେଇଛନ୍ତି । ସେପଟେ, ଏସପି କନୱର ବିଶାଲ ସିଂ କହିଛନ୍ତି, ପୁରୀରେ ଆଣ୍ଟି କ୍ରାଇମ୍ ଡ୍ରାଇଭ କାର୍ଯ୍ୟକ୍ରମ ଚାଲିଛି । ପ୍ରତିଦିନ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ସମୁଦ୍ର କୂଳରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀମନ୍ଦିର ବାହାରେ ଯେଉଁ ଶେଡ଼୍ ରହିଛି ସେଠାରେ ସିସିଟିଭି ଲଗାଯାଇଛି । ଆଗକୁ ଆହୁରି ସିସିଟିଭି ଲଗାଯିବ । ନୂଆ ବ୍ୟାରିକେଡ଼ ନିର୍ମାଣ କରାଯାଉଛି । ଚଳିତ ମାସ ୨୪ କିମ୍ବା ୨୫ ତାରିଖ ସୁଦ୍ଧା ସବୁ ସିଷ୍ଟମ କାର୍ଯ୍ୟକ୍ରମ ହେବ । ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଧିକାଂଶ ସ୍ଥାନରେ ସିସିଟିଭି ଲଗାଯାଇଛି ଓ ଅଚଳ ସିସିଟିଭିକୁ ଖୁବଶୀଘ୍ର ମରାମତି କରାଯିବ ।