ଆଜି ଅଖ ଚକ ସବୁ ବନ୍ଦ ! ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା
Advertisement
Article Detail0/zeeodisha/odisha2157335

ଆଜି ଅଖ ଚକ ସବୁ ବନ୍ଦ ! ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଘଟଣାକୁ ନେଇ ପ୍ରତିବାଦ ସ୍ୱରୁପ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଏବଂ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । 

ଆଜି ଅଖ ଚକ ସବୁ ବନ୍ଦ ! ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା

ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ଘଟଣାକୁ ନେଇ ପ୍ରତିବାଦ ସ୍ୱରୁପ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଏବଂ ବରପଦା ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତା, ଘାଟ, ଦୋକାନ, ବଜାର ସବୁ ବନ୍ଦ କରିବା ନେଇ ଦାବି କରାଯାଇଛି । ବନ୍ତ ଛକ ସମେତ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି ।

ଖବର ମୁତାବକ,  ବରପଦା ଇଞ୍ଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବରଖାସ୍ତ କରିବା ସହ କଲେଜ ସୋସାଇଟି ଭଙ୍ଗକରିବା ଦାବି ନେଇ ଏହି ବନ୍ଦ ଡାକରା ଦେଇଛି ଭଦ୍ରକ ନାଗରିକ ସୁରକ୍ଷା ମଞ୍ଚ ଏବଂ ବରପଦା ବିକାଶ ମଞ୍ଚ । ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, କଲେଜରେ ହୋଇଥିବା ଦୁର୍ନୀତିର ପୁଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ । ଏଥିସହ ଆମକୁ ନ୍ୟାୟ ଦରକାର । ଜିଲ୍ଲା ପ୍ରଶାସନ ବନ୍ଦକୁ ଭଣ୍ଡୁର କରିବାକୁ ଯେଉଁ ପ୍ରୟାସ କରୁଛି ତାହା ନିନ୍ଦନୀୟ ।

ଅନ୍ୟପଟେ, ବନ୍ଦର ପ୍ରଭାବ ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଅନେକ ଦୋକାନବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ସନ୍ଧ୍ୟା ୬ଟା ପରେ ପରିସ୍ଥିତି ସ୍ୱଭାବିକ ହେବ ବୋଲି କୁହାଯାଉଛି ।

Also Read- Manipur Earthquake: ସକାଳୁ ସକାଳୁ ଭୂକମ୍ପ ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

Also Read- Budh Uday: ବୁଧଙ୍କ ପ୍ରଭାବରୁ କ୍ଷତିଗ୍ରସ୍ତ ହେବେ ୩ଟି ରାଶି !